ଭଦ୍ରକ: ସଦର ଥାନା ଚାରିଘରିଆ ଶନି ମନ୍ଦିର ଓ ବାଗୁରାଇ ହାଇସ୍କୁଲ ନିକଟସ୍ଥ ମଙ୍ଗଳା ମନ୍ଦିରରୁ ଚୋରୀ । ଗତକାଲି ବଳମ୍ବିତ ରାତିରେ ଲକ୍ଷାଧିକ ଚୋରି କରିନେଇଛନ୍ତି ଦୁର୍ବୃତ୍ତ ।
ଶନି ଦେବଙ୍କର 3ଟି ରୂପା ମୁକୁଟ, 2ଟି ବଡ ପିତ୍ତଳ ଥାଳି ଓ ଦାନବାକ୍ସ ସମେତ ଠାକୁରଙ୍କ ଅନ୍ୟାନ୍ୟ ଗହଣାପତ୍ର ଉଠାଇ ନେଇଛନ୍ତି । ସେହିପରି ମଙ୍ଗଳା ମନ୍ଦିରରେ ମଧ୍ୟ କିଛି ସୁନା ଗହଣା ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ଶନିବାର ମନ୍ଦିରର ପୂଜକ ପୂଜା ପାଇଁ ଆସିବାବେଳେ ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ । ତେବେ ଖବର ପାଇ ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ