ETV Bharat / state

ଦିଗହରା ମଦ୍ରାସା ମିଡ ଡେ’ ମିଲ ଯୋଜନା - meal

ମାଦ୍ରାସାରେ ବିଳମ୍ବରେ ଆସୁଛି ମିଡ ଡେ’ ମିଲ। କେବଳ ଏତିକି ନୁହେଁ କୁନିକୁନି ଛାତ୍ରଛାତ୍ରୀଙ୍କୁ ବଣ୍ଟା ଯାଉଥିବା ରନ୍ଧାଖାଦ୍ୟ ମଧ୍ୟ ଅତି ନିମ୍ନ ମାନର ବୋଲି କହିଛନ୍ତି ଅଭିଭାବକ ଏବଂ ମାଦ୍ରାସା ଛାତ୍ର ।

ଡିଜାଇନ ଫଟୋ
author img

By

Published : Jul 8, 2019, 3:55 PM IST

Updated : Jul 8, 2019, 5:24 PM IST

ଭଦ୍ରକ: ଅବ୍ଯବସ୍ଥା ଘେରରେ ଭଦ୍ରକର ମଦ୍ରାସା ସ୍କୁଲ । ଶିକ୍ଷାର ମାନବୃଦ୍ଧି ସହ କୋମଳମତି ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ସରକାର କରିଛନ୍ତି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ହେଲେ ପିଲାଙ୍କ ପାଇଁ ବିଳମ୍ବରେ ଆସୁଛି ମିଡ ଡେ ମିଲ। କେବଳ ଏତିକି ନୁହେଁ କୁନିକୁନି ଛାତ୍ରଛାତ୍ରୀଙ୍କୁ ବଣ୍ଟା ଯାଉଥିବା ରନ୍ଧାଖାଦ୍ୟ ମଧ୍ୟ ଅତି ନିମ୍ନ ମାନର ବୋଲି କହିଛନ୍ତି ଅଭିଭାବକ ଏବଂ ମାଦ୍ରାସା ଛାତ୍ର।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

କେବଳ ଗୋଟିଏ କି ଦୁଇଟି ମାଦ୍ରାସାରେ ନୁହେଁ । ସବୁ ମାଦ୍ରାସାରେ ସମାନ ଅବସ୍ଥା । ସୂଚନା ଅନୁଯାୟୀ ଭଦ୍ରକରେ 33 ଟି ମଦ୍ରାସା ଥିବାବେଳେ ଏକ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏହି ମାଦ୍ରାସାରେ ପାଠ ପଢନ୍ତି । ପ୍ରତି ଶୁକ୍ରବାର ମାଦ୍ରାସା ଛୁଟି ଥିବାବେଳେ ରବିବାରରେ ମଧ୍ୟ ପାଠ ପଢାଯାଏ । ମାତ୍ର ସେଦିନ ପିଲାଙ୍କୁ ରନ୍ଧା ଖାଦ୍ୟ ବଦଳରେ ବିସ୍କୁଟ ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି । ଯାହା ସରକାରଙ୍କ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ନିୟମର ଖୋଲାଖୋଲି ଉଲ୍ଲଂଘନ। ଏନେଇ ବାରମ୍ବାର ଅଭିଯୋଗ ହେଲେ ବି ହେଲେ ଫଳ ଶୂନ।

ମଦ୍ରାସା ଶିକ୍ଷାଦାନ ବ୍ୟବସ୍ଥାରେ ମଧ୍ୟାହ୍ନ ଭୋଜନ ବଣ୍ଟନ ବ୍ୟବସ୍ଥା କେବେ ସୁଧୁରିବ ? ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭଦ୍ରକରୁ ଦେବାଶିସ ମହାପାତ୍ର, ଇଟିଭି ଭାରତ

SLUG : MADRASA MIDDAY MILL 
FORMAT : SPECIAL 
REPORT : DEBASIS MOHAPATRA / BHADRAK
DATE : 07.07.2019

ANCHOR : ଆବ୍ଯବସ୍ଥା ଘରରେ ଭଦ୍ରକର ବିଭିନ୍ନ ମଦ୍ରାସା ରେ ମଧ୍ୟାହ୍ନ ଭୋଜନ ବଣ୍ଟନ ବ୍ୟବସ୍ଥା। ବରମ୍ବାର ପ୍ରତିବାଦ ସତ୍ତ୍ୱେ ଫଳ ଶୂନ। ଅଭିଭାବକ, ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏନେଇ ଦେଖିବାକୁ ମିଳିଛି ତୀବ୍ର ଅସନ୍ତୋଷ।

Vo_1 : କୁନିକୁନି ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାର ମାନବୃଦ୍ଧି ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମଧ୍ୟାହ୍ନ ଭୋଜନ ବଣ୍ଟନ ବ୍ୟବସ୍ଥା ଏଥିରୁ ଅନ୍ୟତମ। ଏହିକ୍ରମରେ ଭଦ୍ରକର ବିଭିନ୍ନ ମଦ୍ରାସା ରେ ମଧ୍ୟାହ୍ନ ଭୋଜନ ବଣ୍ଟନ କରାଯାଉଛି। ସୂଚନା ଅନୁଯାୟୀ ଭଦ୍ରକର 33 ଟି ମଦ୍ରାସା ରେ 1000 ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ପଢନ୍ତି। ହେଲେ ସେଠାରେ ମଧ୍ୟାହ୍ନ ଭୋଜନ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। କୁନିକୁନି ଛାତ୍ର ଛାତ୍ରୀ ମାନଙ୍କୁ ମିଳୁନାହିଁ ସଠିକ ମାନର ଖାଦ୍ୟ। ଯାହାବି ମିଲୁଛି ତାହା ସଠିକ ସମୟରେ ମିଳୁନାହିଁ ବୋଲି କହିଛନ୍ତି ଆବିରଭାବ ଏବଂ କୁନିକୁନି ପିଲା। ପଲ୍ଲୀରୁ ଜିଲ୍ଲାପାଳ ଙ୍କୁ ଏନେଇ ଅଭିଯୋଗ ହେଉଛି। ହେଲେ ଫଳ ଶୂନ। ଯାହକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ବୋଲି ଉଠିଛି ପ୍ରଶ୍ନ ?
Bite_1 : ନସୀମା ବିବି_ଅଭିଭାବକ 
Bite_2 : ସେକ ଜମାଲୁଦିନ_ଛାତ୍ର 

Vo_2 : ମଦ୍ରାସାର ସମୟ ନିର୍ଘଣ୍ଟ ଅନୁଯାୟୀ ସପ୍ତାହର ପ୍ରତ୍ୟେକ ଶୁକ୍ରବାର ଛୁଟି। ଅନ୍ୟ ସମସ୍ତ ଦିନ ଖୋଲା। ରବିବାରରେ ମଧ୍ଯ ମଦ୍ରାସା ଖୋଲା ରୁହେ। ଯଥାରୀତି ଶିକ୍ଷା ଦାନ ହୁଏ। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ନିର୍ଦିଷ୍ଟ ସରକାରୀ ନିୟମ ଅଛି। ସମସ୍ତଙ୍କୁ ରନ୍ଧା ଖାଦ୍ୟ ଦିଆଯିବ। ହେଲେ ରବିବାର ଦିନ ପିଲାମାନଙ୍କୁ ମଦ୍ରାସାରେ ବିସ୍କୁଟ ବଣ୍ଟନ ହେଉଥିବା ଅଭିଯୋଗ ହୋଇଛି। ଯାହାକି ସରକାରଙ୍କ ନିୟମର ଖୋଲାଖୋଲି ଉଲ୍ଲଂଘନ। ମୋଟାମୋଟି ଭଦ୍ରକର ବିଭିନ୍ନ ମଦ୍ରାସା ରେ ଦିଗହରା ମଧ୍ୟାହ୍ନ ଭୋଜନ ବଣ୍ଟନ ବ୍ୟବସ୍ଥା।
Bite_3 : ଜାହିର ଖାନ_ଗ୍ରାମବାସୀ 
Bite_4 : ମହମ୍ମଦ ବଦରୁଦ୍ଧିନ ତୟବି_ଶିକ୍ଷକ 

FVO : ସଂଖ୍ୟାଲଘୁ ସମ୍ପ୍ରଦାୟର କୁନିକୁନି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ମଦ୍ରାସା ଶିକ୍ଷାଦାନ ବ୍ୟବସ୍ଥାରେ ମଧ୍ୟାହ୍ନ ଭୋଜନ ବଣ୍ଟନ ବ୍ୟବସ୍ଥା ସ୍ଥିତି କେବେ ସୁଧୁରିବ ? ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
VISUAL / BITE ftp ରେ ଯାଇଛି।
Last Updated : Jul 8, 2019, 5:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.