ETV Bharat / state

କୋରୋନା ପାଇଁ ସତର୍କ ଭଦ୍ରକ ଜିଲ୍ଲା ପ୍ରଶାସନ, ଲାଗିଲା 144 ଧାରା - କୋରୋନା ଭାଇରସ ସତର୍କତା

ଭଦ୍ରକରେ କୋରୋନା ମୁକାବିଲା ନେଇ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ତେବେ ଜିଲ୍ଲାରେ ପ୍ରସ୍ତୁତି ନେଇ ଆମ ସହ ସିଧାସଳଖ ଆଲୋଚନା କରିଛନ୍ତି ଜିଲ୍ଲାପାଳ ଡ଼ଃ ଜ୍ଞାନ ଦାସ । ଦେଖନ୍ତୁ ରିପୋର୍ଟ...

bhadrak latest news, corona virus news, corona virus safety, covid-19 latest update, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଭାଇରସ ସତର୍କତା, କୋଭିଡ-19 ଲାଟେଷ୍ଟ ଅପଡେଟ
କୋରୋନା ନେଇ ସତର୍କ ଭଦ୍ରକ ଜିଲ୍ଲା ପ୍ରଶାସନ, ଲାଗିଲା ଧାରା 144
author img

By

Published : Mar 17, 2020, 5:45 PM IST

ଭଦ୍ରକ: କୋରୋନାର ଭୟାବହତା ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ 144 ଧାରା ଜାରି କରାଯାଇଛି। ଏଥିସହ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ବଡ ବ୍ୟାବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ କରାଯାଇଛି । ତେବେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଡାକବାଜି ମାଧ୍ୟମରେ ପ୍ରଚାର ମଧ୍ୟ କରାଯାଉଛି।

କୋରୋନା ନେଇ ସତର୍କ ଭଦ୍ରକ ଜିଲ୍ଲା ପ୍ରଶାସନ, ଲାଗିଲା ଧାରା 144

ଚଳିତ ମାର୍ଚ୍ଚ ମାସ 31 ତାରିଖ ପର୍ଯ୍ୟନ୍ତ ଏସମସ୍ତ କଟକଣା ଜିଲ୍ଲାରେ ବଳବତ୍ତର ରହିବ। ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇ ଜିଲ୍ଲାକୁ ଅସୁଥିବା ସମସ୍ତ ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଡ଼ଃ ଜ୍ଞାନ ଦାସ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କିପରି ରହିଛି ପ୍ରସ୍ତୁତି ତାହା ଆମେ ଭଦ୍ରକ ଜିଲ୍ଲାପାଳଙ୍କ ସହ ସିଧାସଳଖ ଆଲୋଚନା କରିଥିଲୁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.