ETV Bharat / state

କଟକଣା ଭିତରେ ଖାଁଖାଁ କାଳୀମେଘାର ପୂଜାମଣ୍ଡପ

author img

By

Published : Nov 5, 2021, 7:52 PM IST

ଭଦ୍ରକର ଐତିହାସିକ କାଳୀପୂଜା ଆରମ୍ଭ ହୋଇଯାଇଛି। ମଧ୍ୟରାତ୍ରିରୁ ଭଦ୍ରକ ଚରମ୍ପାରେ ହୋଇଥିବା ୧୧ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା । ଅଧିକ ପଢନ୍ତୁ...

କଟକଣା ମଧ୍ୟରେ ପୂଜା ପାଉଛନ୍ତି ମା କାଳୀ
କଟକଣା ମଧ୍ୟରେ ପୂଜା ପାଉଛନ୍ତି ମା କାଳୀ

ଭଦ୍ରକ: ଭଦ୍ରକର ଐତିହାସିକ କାଳୀପୂଜା ଆରମ୍ଭ ହୋଇଯାଇଛି। ମଧ୍ୟରାତ୍ରିରୁ ଭଦ୍ରକ ଚରମ୍ପାରେ ହୋଇଥିବା ୧୧ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’। ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ କାଳୀପୂଜା ପାଳନ ହେଉଛି। କଟକଣା ଯୋଗୁଁ କୌଣସି ଶ୍ରଦ୍ଧାଳୁଙ୍କ ସମାଗମ ହୋଇପାରିବ ନାହିଁ। କାଳୀପୂଜା ୧୦ ଦିନ ଜାଗାରେ ମାତ୍ର ୨ ଦିନ ମା’ ମଣ୍ଡପରେ ପୂଜା ପାଇ ବିସର୍ଜନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କଟକଣା ଯୋଗୁଁ ପୂଜା ମଣ୍ଡପ ଗୁଡିକ ଖାଁ ଖାଁ ଲାଗୁଛି। ଏଥିସହ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ପୂରାତନ ଦେବୀପୀଠ କାଳୀମେଘା ଗ୍ରାମର ମା’ ଦକ୍ଷିଣେଶ୍ୱର କାଳୀଙ୍କର ସ୍ୱତନ୍ତ୍ର ପ୍ରସିଦ୍ଧି ରହିଛି।

କଟକଣା ମଧ୍ୟରେ ପୂଜା ପାଉଛନ୍ତି ମା କାଳୀ

୩୦୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏଠାରେ କାଳୀପୂଜା ପାଳିତ ହୋଇଆସୁଅଛି । ମା’ଙ୍କ ନାମ ଏବଂ ମେଘ ରଙ୍ଗର ରୁପକୁ ନେଇ ଗ୍ରାମର ନାମ ରହିଛି କାଳିମେଘା । ଏହି ପୂଜା ସାତଦିନ ଧରି ଚାଲିବ । ସାତ ଦିନ ଧରି ପର୍ଯ୍ୟାୟକ୍ରମେ ମା... କାଳୀତାରା, ଷୋଡଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା ଧୂମାବତୀ, ବଗଲା ମାତଙ୍ଗୀ ଓ କମଳା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଠାରେ ଛାଗ ବଳି ପରମ୍ପରା ରହିଥିବା ବେଳେ ବିଭିନ୍ନ ସମୟରେ ବିରୋଧାଭାଷ ଦେଖିବାକୁ ମିଳେ । କରୋନା କଟକଣାରେ ଏହି ବଳି ପରମ୍ପରା ଗତବର୍ଷ ଠାରୁ ବନ୍ଦ କରାଯାଇଥିବା ଜଣାପଡିଛି ।

କେବଳ ବିଧି ଅନୁଯାୟୀ ମା'ଙ୍କର ପୂଜା ଅନୁଷ୍ଠିତ ହେଉଛି । ୧୯୪୫ ମସିହାରୁ ତିହିଡିରେ ଶ୍ୟାମାକାଳୀ ପୂଜା ପାଳିତ ହୋଇ ଆସୁଅଛି । କରୋନା କଟକଣାରେ ମୂର୍ତ୍ତୀର ଉଚ୍ଚତା ଚାରି ଫୁଟ ମଧ୍ୟରେ କରାଯାଇଛି । ସେହିପରି ପୀରହାଟ ପୁରୁଣା ବଜାରରେ ମଧ୍ଯ ଶ୍ୟାମାକାଳୀ ପୂଜା ପାଳିତ ହେଉଅଛି । ଏଠାରେ ଛାଗ ବଳି ପ୍ରଥା ପ୍ରଚଳନ ନଥିବା ବେଳେ ଆମିଷ ଭୋଗ ଲାଗିଥାଏ । ଅନ୍ୟପଟେ ଭଦ୍ରକାଳୀ ପୀଠରେ ସପ୍ତମାତୃକା ବେଶର ଦ୍ଵିତୀୟ ଦିନରେ ମା’ ମହାକାଳୀ ବେଶରେ ପୂଜା ପାଉଛନ୍ତି । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା କାଳୀପୂଜା କୋରନା କଟକଣା ମଧ୍ୟରେ ପାଳନ କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଭଦ୍ରକ ଉପଜିଲ୍ଲାପାଳ ପିତାମ୍ବର ସାମଲ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.