ନୂଆପଡା: ଜିଲ୍ଲାର ସଦର ମହକୁମା ସ୍ଥିତ ୱେସ୍କୋ ବିଦ୍ୟୁତ ବିଭାଗରେ ଭିଜିଲାନ୍ସ ଚଢାଉ । କନିଷ୍ଠ ଯନ୍ତ୍ରୀ ରାଜକିଶୋର ସାହୁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଭିଜିଲାନ୍ସ ଡିସିପି ହାତରେ ଗିରଫ ।
ଝିଲିମିଲା ଗାଁର ଲାଲୁ ସାହୁଙ୍କ ଏଲଆଇ ପଏଣ୍ଟରେ ବିଦ୍ୟୁତ ସଂଯୋଗ କରିବା ପାଇଁ 10ହଜାର ଲାଞ୍ଚ ମାଗିଥିଲେ ଯନ୍ତ୍ରୀ ରାଜକିଶୋର ସାହୁ । ପୂର୍ବ ଯୋଜନା ମୁତାବକ ଶନିବାର 10 ହଜାର ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । କୋରାପୁଟ ଭିଜିଲାନ୍ସ ବିଭାଗ ଗିରଫ କରିବା ସହ 10 ହଜାର ଟଙ୍କା ଜବତ କରିଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ