ETV Bharat / state

ବିଷ୍ଣୁ ସେଠୀଙ୍କ ଏକାଦଶାହ, ଯୋଗଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା - ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଏକାଦଶାହ

ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଏକାଦଶାହ । ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଧିକ ପଢନ୍ତୁ

ବିଷ୍ଣୁ ସେଠୀଙ୍କ ଏକାଦଶାହ, ଯୋଗଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା

author img

By

Published : Sep 30, 2022, 5:08 PM IST

ଭଦ୍ରକ: ଧାମନଗରର ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀ (Dhamnagar MLA Bishnu Sethi)ଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (BJP chief JP Nadda) । ଜେପି ନଡ୍ଡା ତିହିଡି କାଳିପଡିଆ ସ୍ଥିତ ହେଲିପ୍ୟାଡ଼ରେ ଓହ୍ଲାଇ ମଙ୍ଗରାଜପୁର ସ୍ଥିତ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ବିଷ୍ଣୁ ସେଠୀଙ୍କ ଏକାଦଶାହ, ଯୋଗଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦିବଙ୍ଗତ ନେତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ତିହିଡି କଲେଜ ପଡିଆରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଯୋଗ ଦେଇ ବିଷ୍ଣୁ ସେଠୀଙ୍କ ନିଧନ କେବଳ ରାଜନୀତି କ୍ଷେତ୍ରରେ ନୁହେଁ ସମସ୍ତ ବର୍ଗର ଅପୂରଣୀୟ କ୍ଷତି ଘଟିଥିବା ସେ କହିଛନ୍ତି। ରାଜନୀତିରେ ବିଚକ୍ଷଣ ନେତା ଓ ଗରିବ ଖଟିଖିଆଙ୍କ ନେତା ଥିଲେ ବିଷ୍ଣୁ ସେଠୀ । ଏଭଳି ଅସମୟରେ ଆମକୁ ଛାଡି ଚାଲିଯିବେ କେବେ ବିଶ୍ବାସ କରିପାରୁନାହୁଁ ବୋଲି ସେ କହିଛନ୍ତି ।

ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାରକୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇଥିବା ବେଳେ ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ବହୁ ନେତୃବୃନ୍ଦ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଏହା ବି ପଢନ୍ତୁ- ପରଲୋକରେ ବିଜେପିର ଟାଣୁଆ ନେତା ବିଷ୍ଣୁ ସେଠୀ

ସୂଚନା ଥାଉ କି ଗତ ଚଳିତ ମାସ ୧୯ ତାରିଖରେ ବିଧାୟକଙ୍କ ମୃତ୍ୟୁ ହଠାତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ସେ ବିରୋଧୀ ଦଳରେ ଥିଲେ ସୁଦ୍ଧା ତାଙ୍କର ସ୍ପଷ୍ଟବାଦୀ ଗୁଣ ଯୋଗୁଁ ସମସ୍ତେ ତାଙ୍କୁ ଆଦର କରୁଥିଲେ । ଅନେକ ବିରୋଧୀ ନେତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଭାବେ ଭଲ ସମ୍ପର୍କ ଥିଲା । ରାଜନେତା ମାନେ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ ।

ଏହା ବି ପଢନ୍ତୁ- ସାରସ୍ୱତ ସାଧକ ବିଧାୟକ ବିଷ୍ଣୁ, କବିତା ଲେଖି ରାଷ୍ଟ୍ରପତିଙ୍କୁ ଜଣାଇଥିଲେ ଶୁଭେଚ୍ଛା

ସ୍ବର୍ଗତ ବିଧାୟକ ବିଷ୍ଣୁ ସେଠୀ ଜଣେ ସାରସ୍ବତ ସାଧକ ଭାବରେ ମଧ୍ୟ ବେଶ ପରିଚିତ ଥିଲେ । ସେ ଏକାଧାରରେ ଜଣେ ରାଜନେତା, କବି ଓ ସାମ୍ବାଦିକ । ବିଧାନସଭା ହେଉ ଅବା ବାହାରେ ସେ ସ୍ବରଚିତ ଗୀତ ଓ କବିତ ପାଠ କରି ଜନାଦୃତ ହୋଇଛନ୍ତି । କବିତା ଓ ଗୀତ ମାଧ୍ୟମରେ ମନୋରଞ୍ଜନ କରିବା ସହ ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.