ETV Bharat / state

Dhamnagar Bypoll: ପ୍ରଚାରରେ କମ୍ପୁଛି ଧାମନଗର, ବିଜୟ ପାଇଁ ବିଜେଡି କଂଗ୍ରେସର ମିଶ୍ରଣ ପର୍ବ ଚାଲ୍‌

author img

By

Published : Oct 23, 2022, 9:09 PM IST

Updated : Oct 23, 2022, 9:41 PM IST

ଧାମନଗର ଉପ ନିର୍ବାଚନରେ ମିଶ୍ରଣ ରାଜନୀତି(Dhamnagar Bypoll)। ବିଜେଡି ମିଶ୍ରଣ ପର୍ବ କରି ବିଜେପି ଓ କଂଗ୍ରେସର କର୍ମୀ ଓ ନେତାଙ୍କୁ ଦଳରେ ସାମିଲ କରିଥିଲା ବେଳେ କଂଗ୍ରେସ ମଧ୍ୟ ଏଥିରୁ ବାଦ ପଡି ନାହିଁ। ଯାହାକୁ ନେଇ ଏବେ ଧାମନଗରର ରାଜନୈତିକ ବାତାବରଣ ବେଶ୍ ସରଗରମ୍।

bjd-and-congress-joining-program-held-in-bhadrak-for-dhamnagar-by-election
ପ୍ରଚାରରେ କମ୍ପୁଛି ଧାମନଗର, ନିର୍ବାଚନରେ ବିଜୟୀ ହେବା ପାଇଁ ବିଜେଡି କଂଗ୍ରେସର ମିଶ୍ରଣ ପର୍ବ

ଭଦ୍ରକ: ଧାମନଗର ଉପନିର୍ବାଚନ(Dhamnagar Bypoll)କୁ ନେଇ ସରଗରମ ରହିଛି ଭଦ୍ରକ । ଗାଦି ହାତେଇବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେପି ବିଜେଡି ଓ ସ୍ବାଧିନ ଦଳର ପ୍ରାର୍ଥୀ। କିନ୍ତୁ ପ୍ରଚାରରେ ବହୁ ପଛରେ ପଡି ଯାଇଛି କଂଗ୍ରେସ । ନିର୍ବାଚନରେ ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ଓ ସ୍ଵାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଦାସ ଏବଂ ପବିତ୍ର ମୋହନ ଦାସ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଏପଟେ ଉପନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ମିଶ୍ରଣ ରାଜନୀତି।

ଖୋଜା ପଡ଼ିଛନ୍ତି ଅସନ୍ତୁଷ୍ଟ

ଦଳରେ ଅଣଦେଖା ଏବଂ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଥିବା ନେତା ଏବଂ କର୍ମୀଙ୍କୁ ଏବେ ଖୋଜୁଛନ୍ତି ସବୁ ରାଜନୈତିକ ଦଳ । ସେମାନଙ୍କ ମାନ ଭଞ୍ଜନ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି ନେତା । ଯାହାର ଫଳ ଏକାଧିକ ମିଶ୍ରଣ ପର୍ବରେ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଏକାଧିକ ମିଶ୍ରଣ ପର୍ବ ଜାରି ରହିଛି । ଧାମନଗର ବ୍ଳକ ଏବଂ ଏନଏସିରେ ପୂର୍ବରୁ ବିଜେପି ଓ କଂଗ୍ରେସ ଦଳର ବହୁ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ଏହି କ୍ରମରେ ଆଜି ଦୋବଲ, କରଦା, ଖପରପଦା, କଟସାହି ଏବଂ ଦଇପୁର ଆଦି ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ମିଶିଛନ୍ତି । ଏନେଇ ଏକ ମିଶ୍ରଣ ପର୍ବ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା ।

ଏହି ନବାଗତ ସମର୍ଥକମାନଙ୍କୁ ବିଜେଡି ପକ୍ଷରୁ ଉତ୍ତରୀୟ ପିନ୍ଧାଇ ସ୍ଵାଗତ କରାଯାଇଛି। ଏହି ଯୋଗଦାନ ବିଜେଡିର ସାମର୍ଥ୍ୟ ବୃଦ୍ଧି ସହିତ ଦଳୀୟ ପ୍ରାର୍ଥୀଙ୍କୁ ବହୁ ଭୋଟରେ ବିଜୟୀ ହେବାର ସହାୟକ ହେବ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ । ଏଥିସହ ଧାମନଗର ଏନଏସିରେ ଦଳ ପକ୍ଷରୁ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଥାନ ପରିକ୍ରମା କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରାଯାଉଛି।

ଏହା ମଧ୍ୟ ପଢନ୍ତୁ-Dhamnagar Politics : ଇତିହାସ ପୃଷ୍ଠାରେ କାହାର ଦମ କେତେ ?

ତାଳ ମିଶାଉଛି କଂଗ୍ରେସ

ସେହିପରି ପ୍ରଚାରରେ ବହୁ ପଛରେ ପଡି ଯାଇଥିବା କଂଗ୍ରେସ କିନ୍ତୁ ଏହି ମିଶ୍ରଣ ରାଜନୀତି ରେ ଅନ୍ୟ ପ୍ରତିପକ୍ଷଙ୍କ ସହ ତାଳ ଦେଇ ଚାଲିବାକୁ ପ୍ରଚେଷ୍ଟା ଜାରି ରଖିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ନନ୍ଦପୁରସ୍ଥିତ ମୁସଲିମ ବସ୍ତିରେ କଂଗ୍ରେସ ପକ୍ଷରୁ ଏକ ନିର୍ବାଚନୀ ସଭା ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଉଭୟ ବିଜେଡି ଓ ବିଜେପି ପ୍ରତି ବିମୁଖ ହୋଇ ବହୁ କର୍ମୀ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ସାମିଲ ହୋଇ ହାତମୁଠାକୁ ଟାଣ କରିବାକୁ ପଣ କରିଛନ୍ତି । କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ଲୋକଙ୍କୁ ଭୁଆଁ ବୁଲାଇବାରେ ଲାଗିଥିବା କଥା କହିଛନ୍ତି । ବ୍ଲକ ସଭାପତି ସରୋଜ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସଭାପତି ସୁବ୍ରତ ଦାସ ଓ ଅନ୍ଯମାନେ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ 50 ରୁ ଉର୍ଦ୍ଧ୍ବ କର୍ମୀ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ଆସନ୍ନ ନିର୍ବାଚନୀ ବୈତରଣୀ ପାର ହେବାକୁ ଗୁରୁମନ୍ତ୍ର ଦେଇଛନ୍ତି । ହେଲେ ଏହିପରି ମିଶ୍ରଣ ପର୍ବରୁ ବିଜେପି ନିଜକୁ ଦୂରେଇ ରଖିଛି । ଅନ୍ୟ ଦଳ ପରିତ୍ଯାଗ କରି ବହୁ ନେତା ଏବଂ କର୍ମି ବିଜେପିରେ ମଧ୍ୟ ସାମିଲ ହେଉଛନ୍ତି, ହେଲେ ତାହାକୁ ଗଣମାଧ୍ୟମ ଜରିଆରେ ପ୍ରଚାର ଓ ପ୍ରସାର ବିଜେପି କରୁନାହିଁ ବୋଲି ଦଳର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରିଷ୍ଠ ନେତାମାନେ କହିଛନ୍ତି । ଏହି ମିଶ୍ରଣ ରାଜନୀତି ନିର୍ବାଚନରେ କେତେ କେଉଁ ଦଳ ପାଇଁ ଫଳପ୍ରଦ ହେବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭଦ୍ରକ

Last Updated : Oct 23, 2022, 9:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.