ଭଦ୍ରକ: ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଝୁଲଣ ଯାତ୍ରା ଅନୁଷ୍ଠିତ । ଜିଲ୍ଲା ପ୍ରଶାସନ ପକ୍ଷରୁ 144 ଧାରା ଜାରି କରି ପାଳନ କରାଯାଇଛି । ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ଝୁଲଣ ଯାତ୍ରା ।
ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପରମ୍ପରା ଅନୁଯାୟୀ ଝୁଲଣଯାତ୍ରା ଅନୁଷ୍ଠିତ ହେଉଛି । ଏହି ଅବସରରେ ମନ୍ଦିରର ରୀତିନୀତି ଅନୁଯାୟୀ ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହେବା ସହ ମଣିବାବା ଓ ମାତା ପାର୍ବତୀଙ୍କୁ ରାକ୍ଷୀ ଲାଗି କରାଯାଇଛି । ଏହା ପରେ ଚଳନ୍ତି ପ୍ରତିମା ହରଗୌରୀଙ୍କୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇ ଝୁଲଣ ମଣ୍ଡପକୁ ସେବାୟତମାନେ ଆଣିଥାନ୍ତି । ଝୁଲଣ ମଣ୍ଡପରେ ବିଧିବିଧାନ ଅନୁଯାୟୀ ଝୁଲଣ ନୀତି କାନ୍ତି କରାଯାଇଛି ।
ମହାମାରୀ କୋରୋନା ପାଇଁ ମନ୍ଦିର ପରିସରକୁ ଦୀର୍ଘ 4 ମାସରୁ ଊର୍ଦ୍ଧ୍ବ ହେବ କଟକଣା ଜାରି କରାଯାଇଛି। । ତେବେ ଝୁଲଣ ନୀତି କାନ୍ତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଠରେ 144 ଧାରା ଜାରି କରାଯାଇଛି। ତାହା ସହ ସୀମିତ ସେବାୟତ ସାମାଜିକ ଦୂରତା ରକ୍ଷାକରି ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ