ETV Bharat / state

ବକେୟା ମଜୁରୀ ନମିଳିବାରୁ ଅପେରା ମାଲିକଙ୍କୁ ଅଟକାଇଲେ ଯାତ୍ରା କଳାକାର - ଅପେରା ମାଲିକଙ୍କୁ ଅଟକାଇଲେ ଯାତ୍ରା କଳାକାର

ବକେୟା ମଜୁରୀ ନମିଳିବାରୁ ଅପେରା ଗାଡି ଅଟକାଇଲେ ଯାତ୍ରା କଳାକାର । ଅଧିକ ପଢ଼ନ୍ତୁ

ବକେୟା ମଜୁରୀ ନମିଳିବାରୁ ଅପେରା ମାଲିକଙ୍କୁ ଅଟକାଇଲେ ଯାତ୍ରା କଳାକାର

author img

By

Published : Jun 30, 2022, 8:23 PM IST

ଭଦ୍ରକ : ବକେୟା ମଜୁରୀ ନମିଳିବାରୁ ଅପେରା ଗାଡି ଅଟକାଇଲେ ଯାତ୍ରା କଳାକାର । ୪ଟି ଅପେରା ଗାଡି ସହିତ ଅପେରା ମାଲିକ, ମେନେଜର ଓ ଅନ୍ଯାନ୍ଯ କର୍ମଚାରୀ ମାନଙ୍କୁ ଅଟକ କରାଯାଇଥିବା ଜଣାଯାଇଛି । କଳାକାର ମାନଙ୍କର ନ୍ୟାର୍ଯ୍ୟ ପାଉଣା ପ୍ରାୟ ଦେଢ ଲକ୍ଷ ଟଙ୍କା ଦାବି କରାଯାଉଥିବାବେଳେ ଅପେରା ମାଲିକ ହିସାବ କଲେ ଜଣା ପଡ଼ିବ ବୋଲି କହୁଛନ୍ତି। ଯାହାକୁ ନେଇ ବିବାଦ ହୋଇଥିଲା। ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପରେ ବିଚାର ବିମର୍ଷ ହୋଇଥିଲା ।

ବକେୟା ମଜୁରୀ ନମିଳିବାରୁ ଅପେରା ମାଲିକଙ୍କୁ ଅଟକାଇଲେ ଯାତ୍ରା କଳାକାର

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ଖଡିଜାଆଣ ଗାଁରେ। କଳାକାରଙ୍କୁ ମଜୁରୀ ମିଳିନଥିବାରୁ ଏହି କଳାକାରମାନେ ଘରେ ରହି କିପରି ଚଳିବେ ସେନେଇ ଗାଡି ଅଟକାଇ ଏପରି ପ୍ରତିବାଦ କରାଯାଇଥିବା ବେଶ ବାରି ହୋଇଛି । ବିଶ୍ବନାଥ ଅପେରାର ଏହି କଳାକାର ମାନେ ମାଲିକ ସହିତ ହୋଇଥିବା ଚୁକ୍ତି ଅନୁଯାୟୀ ମଜୁରୀ ପ୍ରଦାନ କରିବାରେ ମାଲିକ ଖିଲାପ କରିଥିବା ଅଭିଯୋଗ ହୋଇଛି ।

ଏନେଇ ଅପେରା ମାଲିକ ଘଟଣାକୁ ସ୍ବୀକାର କରିଥିବା ସୂଚନା ମିଳିଛି। ତେବେ ଏହି ବିବାଦର ସମାଧାନ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ହୋଇଥିବା ଜଣାପଡିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.