ETV Bharat / state

ସହିପାରିଲେନି ଟାହି ଟାପରା, ବିଷ ପିଇ ITI ଛାତ୍ରଙ୍କ ଆତ୍ମହତ୍ୟା - ଭଦ୍ରକରେ ଆଇଟିଆଇ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା

ଭଦ୍ରକରେ ଆଇଟିଆଇ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣା । ଚିକିତ୍ସାଧିନ ଅବସ୍ଥାରେ ଛାତ୍ରଙ୍କ ମୃତ୍ୟୁ । ହାତଲେଖା ଚିଠିକୁ ନେଇ ତଦନ୍ତ କରୁଛି ପୋଲିସ । ଅଧିକ ପଢ଼ନ୍ତୁ

iti student committed suicide in tihidi bhadrak
ସହିପାରିଲେନି ଟାହି ଟାପରା, ବିଷ ପିଇ ITI ଛାତ୍ରଙ୍କ ଆତ୍ମହତ୍ୟା
author img

By

Published : Sep 12, 2022, 7:47 AM IST

ଭଦ୍ରକ: ଟାହି ଟାପରା ସହିନପାରି ବିଷ ପିଇ ଆଇଟିଆଇ କଲେଜ ଛାତ୍ରଙ୍କ ମୃତ୍ୟୁ । ରବିବାର ସନ୍ଧ୍ୟାରେ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ଛାତ୍ର ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ପଞ୍ଚାୟତ ସାନ୍ତରାପୁର ଛନ୍ଦାସାହି ଗ୍ରାମର ଭକ୍ତହରି ମଳିକଙ୍କ ପୁଅ ଆଶୁତୋଷ ମଳିକ । ସେ ତିହିଡି ପୁରୁଣା ବଜାର ସ୍ଥିତ ପୂର୍ଣ୍ଣଚନ୍ଦ୍ର ଆଇଟିଆଇର ଇଲେକ୍ରଟିସିଆନ୍ ବିଭାଗର ପ୍ରଥମ ବର୍ଷର ଛାତ୍ର ।

ବିଷ ପିଇ ITI ଛାତ୍ରଙ୍କ ଆତ୍ମହତ୍ୟା

ସୂଚନା ମୁତାବକ, ଗତ ଶୁକ୍ରବାର ମଧ୍ୟାହ୍ନ 1 ସମୟରେ ଆଶୁତୋଷ କଲେଜରେ କ୍ଲାସ ସରିବା ପରେ ଘରକୁ ଫେରୁଥିଲେ । ମୂମୁର୍ଷ ଅବସ୍ଥାରେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଗୋଳପୋଖରୀ ଛକ ନିକଟରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେବା ସହିତ ତିହିଡି ମେଡିକାଲରେ ଭର୍ତ୍ତୀ କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଅଧିକ ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଆଶୁତୋଷର 3 ପୃଷ୍ଠାର ହାତଲେଖା ଚିଠି ପରିବାର ଲୋକଙ୍କ ହସ୍ତଗତ ହୋଇଥିଲା । ସେଥିରେ ମାଆଙ୍କ ସହିତ ବଜାର ଯାଇଥିବା ବେଳେ ତାଙ୍କ ସାଙ୍ଗମାନେ ଟାହି ଟାପରା କରୁଥିବା ନେଇ ଉଲ୍ଲେଖ ହୋଇଛି । ଯାହାକୁ ନେଇ ଆଶୁତୋଷ ମାନସିକ ସ୍ତରରେ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅନୁମାନ ହେଉଛି । ତେବେ ଘଟଣାକୁ ନେଇ ପରିବାର ଲୋକେ ଆଇଟିଆଇ କଲେଜ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ସହିତ ସେଠାରେ ରାଗିଂ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ଆଇଟିଆଇ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରି ଆଶୁତୋଷଙ୍କ ପ୍ରତି କୌଣସି ରାଗିଂ ହୋଇନଥିବା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ITI ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ, ଲେଖିଛନ୍ତି ୩ ପୃଷ୍ଠାର ଚିଠି

ଶୁକ୍ରବାର ଆଶୁତୋଷଙ୍କ ସମେତ ମୋଟ 12 ଜଣ ଛାତ୍ର ସେମାନଙ୍କ ନିର୍ଦ୍ଧାରିତ କ୍ଲାସ ସାରି ଦିନ ଗୋଟାଏ ବେଳେ ଆଇଟିଆଇ କଲେଜ ପରିସର ଛାଡିଥିଲେ । ଛାତ୍ରଙ୍କ ହାତଲେଖା ଚିଠିରେ ଉଲ୍ଲେଖ ଥିବା ଟାହିଟାପରା ପ୍ରସଙ୍ଗରେ କୌଣସି ଆଇଟିଆଇ ଛାତ୍ରର ଭୂମିକା ନଥିବା ଏବଂ ତାହା କଲେଜ ପରିସରରେ ହୋଇନଥିବା ସ୍ପଷ୍ଟ କରିଛନ୍ତି । ତେବେ ପରିବାର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିଲେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଆଇଟିଆଇ କଲେଜରେ ରାଗିଂ ହୋଇଥିବା ନେଇ ଖବର ପ୍ରସାରିତ ହେବାପରେ ତିହିଡି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ତଦନ୍ତ କରାଯାଇଛି ବୋଲି ସୂଚନା ମିଳିଛି । ଶନିବାର ଆଶୁତୋଷଙ୍କ କ୍ଲାସରେ ପାଠ ପଢୁଥିବା ଅନ୍ୟ 11 ଜଣ ଛାତ୍ରଙ୍କ ସମେତ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ପୋଲିସ ପଚରାଉଚରା କରିଥିଲା । ତେବେ ଆଇଟିଆଇ ପରିସରରେ କୌଣସି ରାଗିଂ କରାଯାଇ ଥିବାର ପ୍ରମାଣ ମିଳିନଥିଲେ ମଧ୍ୟ ପୋଲିସ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି । ଆଇଟିଆଇ କଲେଜ ଅଧ୍ୟକ୍ଷ ଅଜୟ ମହାନ୍ତିଙ୍କ ସମେତ କେତେକ କର୍ମକର୍ତ୍ତା ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ । ଆଶୁତୋଷର ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.