ETV Bharat / state

IRCTCର ସ୍ୱତନ୍ତ୍ର ପ୍ୟାକେଜ, ତୀର୍ଥଯାତ୍ରୀଙ୍କ ପାଇଁ ଗଡିବ ସ୍ପେଶାଲ ଟ୍ରେନ - ତୀର୍ଥଯାତ୍ରା ପ୍ୟାକେଜ

ତୀର୍ଥଯାତ୍ରୀମାନଙ୍କ ପାଇଁ IRCTCର ସ୍ୱତନ୍ତ୍ର ପ୍ୟାକେଜ । ମହାଳୟା ସମୟରେ ପିତୃପୁରଷଙ୍କୁ ପିଣ୍ଡଦାନ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ 25 ସେପ୍ଟେମ୍ବରରୁ ସିକନ୍ଦରାବାଦ ଠାରୁ ବାହାରି ଓଡିଶାର 5 ଗୋଟି ଷ୍ଟେସନ ସହ ଭଦ୍ରକ ଷ୍ଟେସନ ଦେଇ ଯାତାୟତ କରିବ । ଅଧିକ ପଢନ୍ତୁ...

IRCTCର ସ୍ୱତନ୍ତ୍ର ପ୍ୟାକେଜ, ତୀର୍ଥଯାତ୍ରୀଙ୍କ ପାଇଁ ଗଡିବ ସ୍ପେଶାଲ ଟ୍ରେନ

author img

By

Published : Aug 1, 2021, 4:30 PM IST

ଭଦ୍ରକ: ତୀର୍ଥଯାତ୍ରୀଙ୍କ ପାଇଁ IRCTC (ରେଳବାଇ) ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା । ମହାଳୟା ସମୟରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା ନିମନ୍ତେ IRCTC (ରେଳବାଇ) ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ତୀର୍ଥଯାତ୍ରୀଙ୍କ ପାଇଁ ଏକ ଫିଲିଗ୍ରିମ ସ୍ପେଶାଲ ଟୁରିଷ୍ଟ ଟ୍ରେନ ଚାଲିବ । ଏହି ସ୍ୱତନ୍ତ୍ର ଟ୍ରେନ 25 ସେପ୍ଟେମ୍ବରରୁ ସିକନ୍ଦରାବାଦ ଠାରୁ ବାହାରି ଓଡିଶାର 5 ଗୋଟି ଷ୍ଟେସନ ସହିତ ଭଦ୍ରକ ରେଳ ଷ୍ଟେସନ ଦେଇ ଯିବ । ଏହି ଟ୍ରେନଟି ବାରଣାସୀ, ପ୍ରୟାଗରାଜ ଓ ଗୟାରେ ରହିବ । ଭଦ୍ରକ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ IRCTC (ରେଳବାଇ)ର ଆଞ୍ଚଳିକ ପରିଚାଳକ ଡଃ. କ୍ରାନ୍ତିପି ସାବରକର ସୂଚନା ଦେଇଛନ୍ତି ।

IRCTCର ସ୍ୱତନ୍ତ୍ର ପ୍ୟାକେଜ, ତୀର୍ଥଯାତ୍ରୀଙ୍କ ପାଇଁ ଗଡିବ ସ୍ପେଶାଲ ଟ୍ରେନ

ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ କୋଭିଡ଼ ସମୟରେ ରେଳ ବିଭାଗ ପକ୍ଷରୁ ଏପରି ପଦକ୍ଷେପ କରାଯାଇଛି । ଏହି ଟ୍ରେନରେ ସବୁ ବର୍ଗର ଲୋକେ ତୀର୍ଥ କରିବା ପାଇଁ ଯାଇପାରିବେ । ବିଶେଷ କରି ଏହି ଟ୍ରେନଟି ଓଡ଼ିଶାର ବ୍ରହ୍ମପୁର, ଖୋର୍ଦ୍ଧା, ଭୁବେନେଶ୍ୱର, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଦେଇ ଯିବାକୁ ଥିବାରୁ ଏହି ସବୁ ଜିଲ୍ଲାର ଲୋକମାନେ ବିଶେଷ ସୁବିଧା ପାଇ ପାରିବେ । ଏହା ସହିତ ସ୍ୱତନ୍ତ୍ର ପ୍ୟାକେଜରେ ଟୁରରେ ରହିବା, ଖାଇବା ଓ ବୁଲିବାରେ ବ୍ୟବସ୍ଥା କରାଯିବା ସହ ଡାକ୍ତରୀ ଟିମ୍ ଓ ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ କରାଯାଇଛି । ତେଣୁ ଲୋକମାନେ ଏହି ସୁବିଧା ଉପଭୋଗ କରିବା ପାଇଁ IRCTC (ରେଳବାଇ) ପକ୍ଷରୁ କୁହାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.