ETV Bharat / state

ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ IPL କ୍ରିକେଟର, ଏଥିରେ ଖେଳିଛନ୍ତି ଧୋନୀ ଓ ଇଶାନ - prabin tambe in Bhadrak

ଟିଲୋ ଆଥଲେଟିକ ଆସୋସିଏସନ ପକ୍ଷରୁ ଖେଳାଯାଉଛି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି ବାଂଲାଦେଶ କ୍ରିକେଟର, ଜଣାଶୁଣା IPL ଖେଳାଳି ପ୍ରବୀଣ ତାମ୍ବେଙ୍କ ସହ ଅନ୍ୟ ବହୁ ଜଣାଶୁଣା ଖେଳାଳି । ଅଧିକ ପଢନ୍ତୁ

ଟିଲୋ ଆଥଲେଟିକ ଆସୋସିଏସନ
ଟିଲୋ ଆଥଲେଟିକ ଆସୋସିଏସନ
author img

By

Published : Jan 27, 2023, 6:54 AM IST

ଟିଲୋ ଆଥଲେଟିକ ଆସୋସିଏସନ, ଏଥିରେ ଖେଳିଛନ୍ତି ଧୋନୀ ଓ ଇଶାନ

ଭଦ୍ରକ: ଗାଁ ପଡିଆରେ ବିଦେଶୀ କ୍ରିକେଟର । ଟିଲୋ ଆଥଲେଟିକ ଆସୋସିଏସନ ପକ୍ଷରୁ ଖେଳାଯାଉଛି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି ବାଂଲାଦେଶ କ୍ରିକେଟର, ଜଣାଶୁଣା IPL ଖେଳାଳି ପ୍ରବୀଣ ତାମ୍ବେ ଏବଂ ବହୁ IPL ଖେଳାଳି । ପୂର୍ବରୁ ଏହି ଟିଲୋ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟ୍‌ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଖେଳିଥିଲେ । ଯୁବ ବ୍ୟାଟର ଇଶାନ କିଶାନ ମଧ୍ୟ ଏହି ଟିଲୋ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟ୍‌ରେ ମ୍ୟାଚ ଖେଳିଛନ୍ତି । ଏହି ଟିଲୋ ଆଥଲେଟିକ ଆସୋସିଏସନ ୨୮ ବର୍ଷରେ ପଦାର୍ପଣ କରିଛି । ଏଥର ଏହି ଟିଲୋ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ଜଣାଶୁଣା IPL ଖେଳାଳି ପ୍ରବୀଣ ତାମ୍ବେ ଓ କୋଲକାତା ନାଇଟ ରାଇଡର୍ସର ଖେଳାଳି ଇକ୍‌ବାଲ ଅବ୍‌ଦୁଲ୍ଲା । ଲିଜେଣ୍ଡ ଟ୍ରଫିର ଖେଳାଳି ଧୀମାନ ଘୋଷ ଓ ଇକଵାଲ ଅବଦୁଲ୍ଲାଙ୍କ ପରି ଅନେକ IPL ଖେଳାଳି ।

ଏ କ୍ରିକେଟ ମୈଦାନ ହେଉଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ସ୍ଥିତ ହନୁମାନଜୀଉ ମିନି ଷ୍ଟାଡିୟମ । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଏହି ଷ୍ଟାଡିୟମରେ ଆୟୋଜିତ ହେଉଛି ପ୍ରଦୀପ ମେମୋରିଆଲ ଅନ୍ତର୍ଜାତୀୟ କ୍ରିକେଟ ଫେଷ୍ଟିଭାଲ । ଟିଲୋ ଆଥଲେଟିକ ଆସୋସିଏସନ ଦ୍ବାରା ଆୟୋଜିତ ଏହି କ୍ରିକେଟ ଫେଷ୍ଟିଭାଲ 28 ବର୍ଷରେ ପଦାର୍ପଣ କରିଛି । କିନ୍ତୁ ଏହି ପଡିଆର କିଛି ଇତିହାସ ରହିଛି । ଏଠାରେ ଖେଳିଛନ୍ତି ବହୁ ଭାରତୀୟ ଓ ବିଦେଶୀ କ୍ରିକେଟର । ଯେଉଁମାନେ ବିଭିନ୍ନ ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି । 2002 ଓ 2003 ମସିହାରେ ମହେନ୍ଦ୍ର ସିଂ ଧୋନୀ ଶେରଶାହ ଖଡ଼ଗପୁର ପାଇଁ ଦୁଇଥର ଏଠାରେ ମ୍ୟାଚ ଖେଳିଥିବାର ରେକର୍ଡ ଥିବା କୁହାଯାଉଛି । ଟିମ୍‌ ଇଣ୍ଡିଆର ଯୁବ କ୍ରିକେଟର ଇଶାନ କିଶାନ ମଧ୍ୟ 2014 ମସିହାରେ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଟିମ୍‌ ପାଇଁ ଏଠାରେ ମ୍ୟାଚ ଖେଳିଛନ୍ତି । କେବଳ ଭାରତୀୟ ଟିମ୍‌ ନୁହେଁ, ଆଫଗାନିସ୍ଥାନ , ମାଲେସିଆ, ବାଂଲାଦେଶ ଭଳି ଅନ୍ତର୍ଜାତୀୟ ଦଳର ଖେଳାଳି ଓ ଅନ୍ତର୍ଜାତୀୟ କ୍ରିକେଟ ଟିମ୍‌ ମଧ୍ୟ ଏହି ଗ୍ରାଉଣ୍ଡରେ ଖେଳିଛନ୍ତି ।

ଏଥର 28 ବର୍ଷ ରେ ପଦାର୍ପଣ କରିଛି ପ୍ରଦୀପ ମେମୋରିଆଲ ଅନ୍ତର୍ଜାତୀୟ କ୍ରିକେଟ ଫେଷ୍ଟିଭାଲ । ଏଥର ରାଜସାହି ବାଂଲାଦେଶ ସହ , ମାନିଗ୍ରୀଭ ରାୟପୁର, ଭିଟିସିଏ ନାଗପୁର, ସେଣ୍ଟ୍ରାଲ ଏଜି ଦିଲ୍ଲୀ, ଡିୱାଇ ପାଟିଲ ମୁମ୍ବାଇ ଓ ୟୁନିୟନ ସ୍ପୋର୍ଟିଂ କଟକ ଦଳ ମ୍ୟାଚ ଖେଳୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନ ରୟାଲ୍ସର ପୂର୍ବତନ ଖେଳାଳି ପ୍ରବୀଣ ତାମ୍ବେ, KKRର ସଦସ୍ୟ ଇକଵାଲ ଅବଦୁଲ୍ଲାଙ୍କ ଭଳି IPL ଷ୍ଟାର ମ୍ୟାଚ ଖେଳୁଛନ୍ତି । ତେବେ ଅନ୍ତର୍ଜାତୀୟ ମ୍ୟାଚ ସହ ଲିଜେଣ୍ଡ ଟ୍ରଫିରେ ଖେଳିଥିବା ବାଂଲାଦେଶ ଖେଳାଳି ଧୀମାନ ଘୋଷ ମଧ୍ୟ ଏଥର ଆକର୍ଷଣର କେନ୍ଦ୍ର ସାଜିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.