ETV Bharat / state

ଚାରି ଦିନ ହେଲା ପୋଷ୍ଟ ଅଫିସରେ ଇଣ୍ଟରନେଟ ସେବା ଫେଲ, ଗ୍ରାହକ ଅସନ୍ତୋଷ - ଭଦ୍ରକରେ ଇଣ୍ଟରନେଟ ସମସ୍ୟା

ଭଦ୍ରକ ଜିଲ୍ଲା ଚାନ୍ଦବାଲି ସବ ପୋଷ୍ଟ ଅଫିସରେ ଲଗାତାର ଚାରି ଦିନରୁ ଉର୍ଦ୍ଧ୍ବ ହେଲାଣି ଇଣ୍ଟରନେଟ ସେବା ଫେଲ ହୋଇଛି । ଫଳରେ ଶତାଧିକ ଗ୍ରାହକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଅଧିକ ପଢ଼ନ୍ତୁ

internet service failed at chandabali post office
4 ଦିନ ହେଲା ପୋଷ୍ଟ ଅଫିସରେ ଇଣ୍ଟରନେଟ ସେବା ଫେଲ, ଗ୍ରାହକଙ୍କ ଅସନ୍ତୋଷ ପ୍ରକାଶ
author img

By

Published : Jul 29, 2022, 11:34 AM IST

ଭଦ୍ରକ: ଚାନ୍ଦବାଲି ସବ ପୋଷ୍ଟ ଅଫିସରେ ଲଗାତାର ଚାରି ଦିନରୁ ଊର୍ଦ୍ଧ୍ବ ହେଲାଣି ଇଣ୍ଟରନେଟ ସେବା ଫେଲ ହୋଇଛି । ଲିଙ୍କ ରହୁନଥିବାରୁ ପୋଷ୍ଟ ଅଫିସରେ କୌଣସି କାମ ହୋଇପାରୁନାହିଁ । କର୍ମଚାରୀ ମାନେ ହାତଟେକି ବସି ରହୁଥିବାବେଳେ ପ୍ରତିଦିନ ଆସୁଥିବା ଶତାଧିକ ଗ୍ରାହକ ପୋଷ୍ଟ ଅଫିସରେ ଜମା ଅର୍ଥ ଉଠାଣ କରିନପାରି ନିରାଶ ହୋଇ ଫେରୁଛନ୍ତି ।

4 ଦିନ ହେଲା ପୋଷ୍ଟ ଅଫିସରେ ଇଣ୍ଟରନେଟ ସେବା ଫେଲ

ଚାନ୍ଦବାଲି ସବ ପୋଷ୍ଟ ଅଫିସ ଅଧୀନରେ 19ଟି ବ୍ରାଞ୍ଚ ଅଫିସ ରହିଛି । କିନ୍ତୁ ଇଣ୍ଟରନେଟ ସେବା ବନ୍ଦ ହେବା ଯୋଗୁଁ ବ୍ରାଞ୍ଚ ଅଫିସରୁ କର୍ମଚାରୀ ଓ ଏଜେଣ୍ଟମାନଙ୍କ ଦ୍ଵାରା ଆସୁଥିବା ସେଭିଂ, ଆର.ଡ଼ି, ସୁକନ୍ୟା, ଇନ୍ସୁରାନ୍ସ, ଆଦି କୌଣସି କାର୍ଯ୍ୟ ହୋଇପାରୁନାହିଁ । ଦିନେ କି ଦୁଇ ଦିନ ନୁହେଁ ଲଗାତାର ଚାରି ଦିନ ଏହିଭଳି ଅବ୍ୟବସ୍ଥା ଦେଖା ଦେଇଥିବା ବେଳେ ଏହାର କୌଣସି ସମାଧାନ ହୋଇପାରିନଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ଇଣ୍ଟରନେଟ ବିନା କୌଣସି କାର୍ଯ୍ୟ ସମ୍ଭବପର ନୁହେଁ । ଗୋଟିଏ ମାସରୁ ଉର୍ଦ୍ଧ୍ବ ହେବ BSNL ନେଟୱାର୍କ ଫେଲ ରହିଛି । ତେଣୁ ଏୟାରଟେଲରେ କାର୍ଯ୍ୟ କରୁଥିବା ନେଇ ବ୍ରାଞ୍ଚ ପୋଷ୍ଟ ମାଷ୍ଟର କହିଛନ୍ତି । ହେଲେ ଚାରି ଦିନ ହେବ ଏୟାରଟେଲ ନେଟୱାର୍କ ମଧ୍ୟ ଫେଲ । ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ହେଲେ କୌଣସି ସମାଧାନ ହୋଇପାରିନାହିଁ ବୋଲି ସେ ସଫେଇ ଦେଇଛନ୍ତି । ତେବେ ଏଭଳି ସମସ୍ୟା ପାଇଁ ଜନସାଧାରଣ ସିଧାସଳଖ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.