ETV Bharat / state

ବାଇକ ପାଇଁ ବାପାଙ୍କ ବାରଣ, ଜିଦ ଆଣିଦେଲା ନୂଆ ପରିଚୟ - science

ବାପା ବାଇକ ଚଳାଇବା ବାରଣ କରିବାରୁ ଜିଦ ଆସିଥିଲା ରାକେଶଙ୍କ ମନରେ । ଏହି ଜିଦରୁ ସେ ନିଜ ସାଧାରଣ ସାଇକେଲକୁ ସୌରଚାଳିତ ସାଇକେଲରେ ପରିଣତ କରାଇପାରିଥିଲେ । ଏହି ସଫଳତା ପାଇଁ ରାକେଶଙ୍କୁ ବେଶ ପ୍ରଶଂସା କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Jun 30, 2019, 2:41 PM IST

Updated : Jun 30, 2019, 7:56 PM IST

ଭଦ୍ରକ: ବାଇକ ନେବା ପାଇଁ ମନା କଲେ ବାପା । ହେଲେ ପୁଅର ଜିଦ ଥିଲା ବାଇକ ନେବ । ଆଉ ଏହି ଜିଦ ଆଣିଦେଲା ଏକ ସ୍ବତନ୍ତ୍ର ପରିଚୟ । ନିଜ ସାଇକେଲକୁ ସୌରଚାଳିତ ସାଇକେଲରେ ପରିବର୍ତ୍ତନ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଏହି ପୁଅ । ଏହା ହେଉଛି ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ କୁଲଣା ଗ୍ରାମର ରାକେଶ ନାୟକଙ୍କ କାହାଣୀ । ରାକେଶଙ୍କ ଏହି ସଫଳତା ପାଇଁ ବିଭିନ୍ନ ସ୍ଥାନରୁ ଶୁଭେଛାର ସୁଅ ଛୁଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ନିପଟ ମଫସଲ ଗାଁର ଛାତ୍ର ରାକେଶ ନାୟକ । 2015 ମସିହାରେ ସ୍ଥାନୀୟ ବରପଦା ଇଞ୍ଜିନିୟରିଂ କଲେଜର ଇଲେକ୍ଟ୍ରିକାଲରେ ଡିପ୍ଲୋମା ପାସ କରିବା ପରେ ରୋଜଗାର ସନ୍ଧାନରେ ବିଭିନ୍ନ ସ୍ଥାନକୁ ଯାଉଥିଲେ । ଏଥିପାଇଁ ସେ ତାଙ୍କ ବାପାଙ୍କ ବାଇକକୁ ନେଉଥିଲେ । ହେଲେ ଇଚ୍ଛା ଥିଲା ନିଜର ଏକ ବାଇକ ପାଇଁ । ତେବେ ଜଣେ ସଂଗୀତ ଶିକ୍ଷକ ଥିବା ରାକେଶଙ୍କ ବାପା ସୁବାଷ ଚନ୍ଦ୍ର ନାୟକ ନିଜ ସ୍ବଳ୍ପ ରୋଜଗାର ଯୋଗୁଁ ରାକେଶକୁ ବାଇକ ଦେଇପାରିନଥିଲେ । ଯାହାକୁ ନେଇ ବାପା ଓ ପୁଅ ମଧ୍ୟରେ ବାରମ୍ବାର ବାକବିତଣ୍ଡା ମଧ୍ୟ ହୋଇଥାଏ ।

ପରିସ୍ଥିତି ଏପରି ହେଲା ଯେ ରାକେଶକୁ ଘରୁ ବାଇକ ନେବା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ତେବେ ଘରର ପରିସ୍ଥିତି ବୁଝିବା ପରେ ରାକେଶ ଏଥିରେ ଭାଙ୍ଗିପଡିନଥିଲା । ନିଜ ମନ ମଧ୍ୟରେ ସେ ଏକ ବିକଳ୍ପର ବ୍ୟବସ୍ଥା କରିଥିଲେ । ପାଖରେ ଥିବା ସମ୍ବଳକୁ ନୂଆ ରୂପରେଖ ଦେବା ପାଇଁ ସେ ସ୍ଥିର କରିଥିଲେ । ନଜର ପଡିଥିଲା ନିଜ ସାଇକେଲ ଉପରେ । ଦୀର୍ଘ 3 ମାସର କୌଶଳ କ୍ରମରେ ନିଜ ସାଇକେଲକୁ ସେ ସୋଲାର ସାଇକେଲରେ ରୂପରେଖ ଦେଇଥିଲେ । ତେବେ ଏହି କାମରେ ସେ ଯେଉଁ ଅର୍ଥ ଖର୍ଚ୍ଚ କରିଥିଲେ ସେଥିପାଇଁ ସେ ପରିବାର ଉପରେ ନିର୍ଭର ହୋଇନଥିଲେ କିମ୍ବା କାହାଠାରୁ ଧାର କରିନଥିଲେ ।

ଏହି କାମରେ ତାଙ୍କୁ 12 ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ଏହି ଅର୍ଥ ସେ ପର ଘରେ କାମ କରି ଯୋଗାଡ କରିଥିଲେ । ଏଥିରେ ତାଙ୍କର ସାନ ଭାଇ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ ଦେଇଥିଲେ । ଖର୍ଚ୍ଚାନ୍ତ ହୋଇ ନୂଆ ବାଇକ କିଣିବା ଅପେକ୍ଷା ସେ ନିଜ ଉଦ୍ଯମ ଓ କର୍ମକୁଶଳତା ବଳରେ ସୋଲାର ସାଇକେଲ ନିର୍ମାଣ କରିଥିଲେ । ଏହି ସୌରଚାଳିତ ସାଇକେଲର ସ୍ପିଡ ଘଣ୍ଟାକୁ 30 କିଲୋମିଟର ରହିଥିବାବେଳେ ଏଥିରେ 12 ଭୋଲଟର ବ୍ୟାଟେରୀ ଏବଂ 2ଟି ସୌରଚାଳିତ ପ୍ଲେଟ ଓ ମଟର ରହିଛି ଯାହାର କ୍ଷମତା ଦେଢ କୁଇଣ୍ଟାଲ ।

ବିଭିନ୍ନ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହା ସଂଯୋଜିତ ହୋଇଛି । ଏକ୍ସିଲିଟର, ହର୍ଣ୍ଣ, ଲାଇଟ ମଧ୍ୟ ଏଥରେ ଉପଲବ୍ଧ ଅଛି । ଏହା କେବଳ ଯାତାୟାତ ପାଇଁ ସୁବିଧା ନୁହେଁ ବରଂ ଏହା ଏକ ପରିବେଶ ଅନୁକୂଳ ସାଇକେଲ ମଧ୍ୟ । ଏହାଦ୍ବାରା ପରିବେଶ ପ୍ରଦୂଷଣ ରୋକାଯାଇପାରିବ ଏବଂ ତୈଳ ଦରରୁ ମଧ୍ୟ ମୁକ୍ତି ମିଳିବ । ତେବେ ଏଥିପାଇଁ ଯଦି ପ୍ରୋତ୍ସାହନ ମିଳେ ତେବେ ଆଗାମୀ ଦିନରେ ଏହି ସାଇକେଲ ଏକ ନୂତନ ଦିଗକୁ ଅଗ୍ରସର ହେବ । ଏହାକୁ ସଠିକ ଭାବେ କାର୍ଯ୍ୟକାରୀ କରାଗଲେ ସ୍ବଳ୍ପ ଅର୍ଥରେ ଏହାର ନିର୍ମାଣ ହୋଇପାରିବା ସହିତ ରାକେଶଙ୍କ ଭଳି ଅନେକ ଆର୍ଥିକ ସମସ୍ୟା ଭୋଗୁଥିବା ଯୁବପିଢି ପାଇଁ ଏହା ଆଦୃତ ହୋଇପାରିବ ।

ତେବେ ରାକେଶଙ୍କ ଏହି କୃତିକୁ ସମସ୍ତେ ପ୍ରଶଂସା କରିବା ସହ ଏହାକୁ ଦେଖିବାକୁ ଗାଁକୁ ଛୁଟିଛନ୍ତି ସମସ୍ତ ବୁଦ୍ଧିଜୀବି ଏବଂ ଭଦ୍ରକ ବାସିନ୍ଦା । ସୌର ସାଇକେଲକୁ ଭଳି ଏକ ଚତ୍ମକାର ସଫଳତାକୁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ବାହା ବାହ ମିଳୁଛି । ପରିବାର ଉପରେ ନିର୍ଭର ନହୋଇ ଏବଂ ପାଖରେ ଥିବା ସମ୍ବଳର ଉପଯୋଗ କରି ନିଜ ପଢିଥିବା ପାଠର ସଦୁପଯୋଗ ବଳରେ ରାକେଶ ତିଆରି କରିଛନ୍ତି ସମସ୍ତଙ୍କୁ ସୁହାଇବା ଭଳି ଏକ କୌଶଳ । ରାକେଶଙ୍କ ଏହି ସଫଳତା ପାଇଁ ବିଭିନ୍ନ ସ୍ଥାନରୁ ଶୁଭେଛାର ସୁଅ ଛୁଟିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
Last Updated : Jun 30, 2019, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.