ETV Bharat / state

ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଦେଲେ ଦୁର୍ବୃତ୍ତ

author img

By

Published : Jan 31, 2020, 2:03 AM IST

ରାତି ପାହିଲେ ଉଦଘାଟନ ହୋଇଥାନ୍ତା ଆଦର୍ଶ ବିଦ୍ୟାଳୟର ନବନିର୍ମିତ ପ୍ରମୁଖ ଗୃହ । ହେଲେ ରାତିରେ କେହି ଅଜଣା ଦୁର୍ବୃତ୍ତ ଏହାର ଉଦଘାଟନୀ ଫଳକକୁ ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଅଧିକ ଖବର ପଢନ୍ତୁ...

ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଦେଲେ ଦୁର୍ବୃତ୍ତ
ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଦେଲେ ଦୁର୍ବୃତ୍ତ

ଭଦ୍ରକ: ରାତି ପାହିଲେ ଉଦଘାଟନ ହୋଇଥାନ୍ତା ଆଦର୍ଶ ବିଦ୍ୟାଳୟର ନବନିର୍ମିତ ପ୍ରମୁଖ ଗୃହ । ହେଲେ ରାତିରେ କେହି ଅଜଣା ଦୁର୍ବୃତ୍ତ ଏହାର ଉଦଘାଟନୀ ଫଳକକୁ ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ।

ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିଦେଲେ ଦୁର୍ବୃତ୍ତ

ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଶ୍ୟାମପୁର ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟର ନବ ନିର୍ମିତ ପ୍ରମୁଖ ଗୃହ ଶୁକ୍ରବାର ଉଦଘାଟନ ହୋଇଥାନ୍ତା । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ବିଦ୍ୟାଳୟର ନବନିର୍ମିତ ପ୍ରମୁଖ ଗୃହକୁ ଉଦଘାଟନ କରିଥାନ୍ତେ ।

ଉଦଘାଟନ ପାଇଁ ଫଳକରେ ବିଧାୟକ, ଜିଲ୍ଲାପାଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ଧାମନଗର ବ୍ଳକ ଅଧ୍ୟକ୍ଷଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀଙ୍କ ନାମ ଲେଖାଯାଇଥିଲା । ହେଲେ ବିଳମ୍ବିତ ରାତିରେ ଏହିପରି ଘଟଣା କିଏ ଓ କାହିଁକି ଘଟାଇଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖବର ପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏନେଇ ଅଧିକ ତଦନ୍ତ କରୁଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : INAUGURATION NAME BOARD
FORMAT : AVO
REPORT : DEBASIS MOHAPATRA / BHADRAK
DATE : 31.01.2020

ANCHOR : ରାତି ପାହିଲେ ଉଦ୍ଦଘାଟନ ହୋଇଥାନ୍ତା ଆଦର୍ଶ ବିଦ୍ୟାଳୟର ନବ ନିର୍ମିତ ପ୍ରମୁଖ ଗୃହ। ହେଲେ ରାତିରେ କେହି ଅଜଣା ଦୁର୍ବୃତ, ଏହାର ଉଦ୍ଦଘାଟନି ଫଳକ ଟିକୁ ଭାଙ୍ଗିଦେଇଥିବା ସୂଚନା ମିଳିଛି। ଏହିପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରେ। ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଶ୍ୟାମପୁର ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟର ନବ ନିର୍ମିତ ପ୍ରମୁଖ ଗୃହ ଆସନ୍ତା କାଲି ଉଦ୍ଦଘାଟନ ହୋଇଥାନ୍ତା। ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ବିଦ୍ୟାଳୟର ନବ ନିର୍ମିତ ପ୍ରମୁଖ ଗୃହକୁ ଉଦ୍ଦଘାଟନ କରିଥାନ୍ତେ। Body:ଉଦ୍ଘାଟକଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲାପାଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ଧାମନଗର ବ୍ଳକ ଅଧ୍ୟକ୍ଷଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀଙ୍କ ନାମ ଏକ ଫଳକରେ ଲେଖା ଯାଇ, ଉଦ୍ଦଘାଟନି ଫଳକ ଲାଗିସାରିଥିଲା। ଏଥିସହ ଏନେଇ ସମସ୍ତ ପ୍ରସ୍ତୁତି ମଧ୍ଯ ଶେଷ ହୋଇସାରିଥିଲା। ହେଲେ ମଧ୍ୟ ରାତ୍ରିରେ ଏହିପରି ଘଟଣା କିଏ ଓ କାହିଁକି ଘଟାଇଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖବର ପାଇ ଧାମନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏନେଇ ଅଧିକ ତଦନ୍ତ କରୁଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.