ETV Bharat / state

ଭଦ୍ରକ ଜିଲ୍ଲାରେ ଅନଲକ-3 ପାଇଁ କଟକଣା ଜାରି କଲେ ଜିଲ୍ଲାପାଳ - Bhadrak district magistrate

ଚଳିତ ମାସ 31 ତାରିଖ ଯାଏଁ ଲାଗୁ ହେବ ସଟଡାଉନ। ଜିଲ୍ଲାରେ ରାତ୍ରୀ କର୍ଫୁ ସନ୍ଧ୍ୟା 7ଟାରୁ ସକାଳ 5ଟା ଯାଏଁ ରହିବ।

in-bhadrak-district-the-district-magistrate-issued-a-curfew-for-unlock-3
ଭଦ୍ରକ ଜିଲ୍ଲାରେ ଅନଲକ-3 ପାଇଁ କଟକଣା ଜାରି କଲେ ଜିଲ୍ଲାପାଳ
author img

By

Published : Aug 2, 2020, 7:50 PM IST

ଭଦ୍ରକ: ଜିଲ୍ଲାରେ ଅଗଷ୍ଟ ମାସର ଅନଲକ-3 ସମୟରେ ଜାରି ରହିବ ସାପ୍ତାହିକ ସଟଡାଉନ। ଏହି ସଟଡାଉନ ଚଳିତ ମାସ 31 ତାରିଖ ଯାଏଁ ଲାଗୁ ହେବ। ଏଥିସହ ରାତି 7ଟାରୁ କର୍ଫ୍ୟୁ ଜାରି ରହିବ। ତେବେ ଜିଲ୍ଲାରେ ରାତ୍ରୀ କର୍ଫ୍ୟୁ ସନ୍ଧ୍ୟା 7ଟାରୁ ସକାଳ 5ଟା ଯାଏଁ ରହିବ।

କର୍ଫୁ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ। ସନ୍ଧ୍ୟା 6ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ। ସନ୍ଧ୍ୟା 6ଟା ଯାଏଁ, ନିର୍ଦ୍ଧିଷ୍ଟ କଟକଣା ସହ ଦୋକାନ ବଜାର ଖୋଲା ରହିବା ନେଇଁ ଅନୁମତି ଦିଆଯାଇଛି। ଅନ୍ୟପକ୍ଷରେ ଧାର୍ମିକ ଅନୁଷ୍ଠାନ, ସ୍କୁଲ, କଲେଜ ଓ ସିନେମା ହଲ ଆଦି ବନ୍ଦ ରହିବ। ତେବେ ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି।

ଭଦ୍ରକ ଜିଲ୍ଲାରେ ଅନଲକ-3 ପାଇଁ କଟକଣା ଜାରି କଲେ ଜିଲ୍ଲାପାଳ

କୋଭିଡ଼ ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଜୋରିମାନା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସାପ୍ତାହିକ ସଟଡାଉନରୁ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାକୁ ବାଦ କରିଥିଲେ ହିଁ ଜିଲ୍ଲାରେ ପ୍ରତ୍ୟେକ ଶନିବାର ଓ ରବିବାର, 2 ଦିନିଆ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। କୋରୋନା ସଂକ୍ରମଣ ଚେନ ରୋକିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପରି ନିଷ୍ପତ୍ତି ନିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.