ETV Bharat / state

ଏସିଡ ମାଡ ଘଟଣା: ଦୀର୍ଘ 19 ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

author img

By

Published : Feb 25, 2021, 11:06 PM IST

ଦୀର୍ଘ 19 ବର୍ଷ ପରେ ଗିରଫ ହେଲା ଏସିଡ ମାଡ଼ କରିଥିବା ଅଭିଯୁକ୍ତ ସୁବାଷ ବେହେରା। ଅଭିଯୁକ୍ତକୁ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ରଇପୁର ଠାରୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଏସିଡ ମାଡ଼ ଘଟଣାର ଦୀର୍ଘ 19 ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

ଭଦ୍ରକ : ଦୀର୍ଘ 19 ବର୍ଷ ପରେ ଗିରଫ ହେଲା ଏସିଡ ମାଡ଼ କରିଥିବା ଅଭିଯୁକ୍ତ ସୁବାଷ ବେହେରା । ସୁବାଷ ବେହେରାକୁ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ରଇପୁର ଠାରୁ ଗିରଫ କରିଛି ଧୂଷୁରୀ ପୋଲିସ । ଖବର ଅନୁଯାୟୀ ଅଭିଯୁକ୍ତ ଜଣକ, 2002 ମସିହରେ ଅପରାଧ ଘଟାଇବା ପରେ ଫେରାର ଥିଲା । ତାକୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସମୟରେ ଅନେକ ସ୍ଥାନରେ ଚଢାଉ ଜାରି ରହିଥିଲେ ମଧ୍ୟ ସଫଳତା ମିଳୁନଥିଲା ।

ତେବେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ, ଅଭିଯୁକ୍ତର ନିଜ ଘର ରାଇପୁର ଅଞ୍ଚଳରୁ ଶେଷରେ ତାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ପୂର୍ବ ସୂଚନା ମୁତାବକ ଅଭିଯୁକ୍ତ ଜଣକ ନିଜ ଗ୍ରାମର ଜୈନିକା ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ ଏସିଡ ମାଡ଼ କରିଥିବା ଅଭିଯୋଗ ହୋଇଥିଲା ।

ଏନେଇ ଧୂଷୁରୀ ଥାନାରେ 2002 ମସିହାରେ ଅଭିଯୋଗ ହୋଇଥିଲା । ପରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଉକ୍ତ ଗାଁକୁ ଯାଇଥିଲା । କିନ୍ତୁ, ଅଭିଯୁକ୍ତ ଜଣକ କୌଶଳ କ୍ରମେ ଘରୁ ଫେରାର ହୋଇଯାଇଥିଲା । ଯାହାକି ଦୀର୍ଘ ବର୍ଷର ବ୍ୟବଧାନ ପରେ ଧୂଷୁରୀ ପୋଲିସ ଶେଷରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.