ETV Bharat / state

ବେଆଇନ ଷଣ୍ଢ ଚାଲାଣ ବେଳେ ଭ୍ୟାନ ଜବତ, 1 ଷଣ୍ଢ ମୃତ - ଷଣ୍ଢ ଚାଲାଣ ଭଦ୍ରକ

ବେଆଇନ ଭାବେ ଷଣ୍ଢ ଚାଲାଣ ସମୟରେ ଧରିଲା ପୋଲିସ । ଡ୍ରାଇଭର ଫେରାର, ଷଣ୍ଢ ଉଦ୍ଧାର । ଘଟଣାସ୍ଥଳରେ ଚାପା ଉତ୍ତେଜନା । ଅଧିକ ପଢନ୍ତୁ...

ବେଆଇନ ଷଣ୍ଢ ଚାଲାଣ ଭ୍ୟାନ ଜବତ, 1 ଷଣ୍ଢ ମୃତ
ବେଆଇନ ଷଣ୍ଢ ଚାଲାଣ ଭ୍ୟାନ ଜବତ, 1 ଷଣ୍ଢ ମୃତ
author img

By

Published : May 14, 2021, 10:21 AM IST

ଭଦ୍ରକ: ବେଆଇନ ଭାବେ ଷଣ୍ଢ ଚାଲାଣ ହେଉଥିବା ପିକଅପ ଭ୍ୟାନ ଜବତ । ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ପୋଲିସ ଦ୍ୱାରା ଏହି ଭ୍ୟାନକୁ ଜବତ କରିବା ସହ ଷଣ୍ଢଗୁଡିକୁ ଉଦ୍ଧାର କରାଯାଇଛି ।

ବେଆଇନ ଷଣ୍ଢ ଚାଲାଣ ଭ୍ୟାନ ଜବତ, 1 ଷଣ୍ଢ ମୃତ

ସୂଚନା ଅନୁଯାୟା ଭଦ୍ରକ ପୁରୁଣା ବଜାର ଥାନା 29 ନମ୍ବର ୱାର୍ଡ ଅନ୍ତର୍ଗତ ଗରଦପୁର ମିଲ୍ ଛକ ନିକଟରେ ପିକଅପ ଭ୍ୟାନଟି ଖରାପ ହୋଇଯିବାରୁ ଅଟକି ଯାଇଥିଲା । ସ୍ଥାନୀୟ ଲୋକେ ଭ୍ୟାନ ଭିତରେ କିଛି ଷଣ୍ଢ ଥିବା ଦେଖିବାକୁ ପାଇଥିଲେ । ଏନେଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଯିବା ସହ ଭ୍ୟାନକୁ ଭଙ୍ଗାରୁଜା କରାଯାଇଥିଲେ । ଖବରପାଇ ପୋଲିସ ପହଞ୍ଚି ବେଆଇନ ଭାବେ ଷଣ୍ଢ ଚାଲାଣ କରୁଥିବା ଭ୍ୟାନକୁ ଜବତ କରିବା ସହ ଷଣ୍ଢଗୁଡିକୁ ଉଦ୍ଧାର କରିଛି ।

ଉଦ୍ଧାର ହୋଇଥିବା ଷଣ୍ଢ ମଧ୍ୟରୁ ଗୋଟିଏ ଷଣ୍ଢର ମୃତ୍ୟୁ ହୋଇଥିବା ଜଣାଯାଇଛି । ତେବେ ଘଟଣାସ୍ଥଳରୁ ପିକଅପ ଭ୍ୟାନ ଡ୍ରାଇଭର ଚମ୍ପଟ ମାରି ଥିବାବେଳେ ଏଭଳି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.