ETV Bharat / state

ବଧୂ ହତ୍ୟା ଘଟଣାର ଅଭିଯୁକ୍ତ ସ୍ୱାମୀ ଓ ନଣନ୍ଦ ଗିରଫ - ଗଦାଧରପୁର ଗାଁର ବଧୂହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ

ଭଦ୍ରକ ଜିଲ୍ଲା ତିହିଡି ଥାନା ତାଳପଦା ପଞ୍ଚାୟତ ଅଧିନ ଗଦାଧରପୁର ଗାଁର ବଧୂହତ୍ୟା ଘଟଣାରେ ନୂଆ ମୋଡ । ପୋଲିସ ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ନିଜୟ ନାୟକ ଓ ବିବାହିତା ନଣଦ ସୁଲୋଚନା ବିଶ୍ୱାଳଙ୍କୁ ଗିରଫ୍ କରିଛି । ଅଧିକ ପଢନ୍ତୁ

ବଧୂ ହତ୍ୟା ଘଟଣାର ଅଭିଯୁକ୍ତ ସ୍ୱାମୀ ଓ ନଣନ୍ଦ ଗିରଫ

author img

By

Published : Jul 3, 2022, 4:40 PM IST

ଭଦ୍ରକ: ଜିଲ୍ଲାର ତିହିଡି ଥାନା ତାଳପଦା ପଞ୍ଚାୟତ ଅଧିନ ଗଦାଧରପୁର ଗାଁର ବଧୂହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ବିଜୟ ନାୟକ ଓ ବିବାହିତା ନଣନ୍ଦ ସୁଲୋଚନା ବିଶ୍ୱାଳଙ୍କୁ ଗିରଫ୍ କରିଛି । ମୃତ ମୋନାଲିସା ନାୟକଙ୍କ ୨ ସନ୍ତାନକୁ ସେମାନଙ୍କ ଆଇଙ୍କୁ ହସ୍ତାନ୍ତର କରାଯାଇଛି ।

ଜୁଲାଇ ୨ତାରିଖରେ ମୋନାଲିସାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ମୋନାଲିସାର ମୃତ୍ଯୁ ଖବର ପାଇବା ପରେ ବାପାଘର ଲୋକେ ତିହିଡି ମେଡିକାଲରେ ପହଞ୍ଚିଥିଲେ । ମେଡିକାଲରେ ମୋନାଲିସାଙ୍କ ଶବ ପାଖରେ ବୃଦ୍ଧ ଶ୍ୱଶୁର ବସିଥିବା ବେଳେ ନଣନ୍ଦ ଚମ୍ପଟ ମାରିଥିଲେ । ଏଥିଯୋଗୁଁ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ନଣନ୍ଦ ଚମ୍ପଟ ମାରୁଥିବା ବେଳେ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ ।

ବଧୂ ହତ୍ୟା ଘଟଣାର ଅଭିଯୁକ୍ତ ସ୍ୱାମୀ ଓ ନଣନ୍ଦ ଗିରଫ

5 ବର୍ଷ ତଳେ ମୋନାଲିସା ବୈଦିକ ରିତିରେ ବିଜୟଙ୍କୁ ବିବାହ କରିଥିଲେ । ମୃତ ମୋନାଲିସାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍କୁତି । ବିଭିନ୍ନ ସମୟରେ ମୋନାଲିସାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ମୋନାଲିସାଙ୍କ ବାପଘର ଲୋକେ ବହୁବାର ଆପୋଷ ବୁଝାବଣା ମଧ୍ୟ କରିଛନ୍ତି ।

ସୂଚନା ଅନୁଯାୟୀ, ମୋନାଲିସା ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ନିକଟରେ ରିପୋର୍ଟ ହୋଇଥିଲା । ତେବେ ମୃତଦେହ ପଞ୍ଚନାମା ବେଳେ ମହିଳାଙ୍କ ବେକରେ କୌଣସି ଦାଗ ଚିହ୍ନ ଦେଖିବାକୁ ମିଳିନଥିବାରୁ ପୋଲିସର ସନ୍ଦେହ ଦୃଢିଭୂତ ହୋଇଥିଲା । ପୋଲିସର ପ୍ରାଥମିକ ତଦନ୍ତ ବେଳେ ଏହା ହତ୍ଯାକାଣ୍ଡ ବୋଲି ଜଣାପଡିଥିଲା । ଏହାପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ବିଜୟ ଏବଂ ନଣନ୍ଦକୁ ଗରିଫ୍ କରି କୋର୍ଟ ଚାଲାଣ କରିଛି । ଏହି ହତ୍ୟାକାଣ୍ଡରେ ମୃତା ମହିଳାଙ୍କ ସ୍ୱାମୀ ସମେତ ଦୀର୍ଘ ବର୍ଷ ଧରି ଉକ୍ତ ପରିବାର ମଧ୍ୟରେ ରହୁଥିବା ବିବାହିତା ନଣନ୍ଦ ଓ ତାଙ୍କର ଦୁଇ ପୁଅ ଏବଂ ଶାଶୁ-ଶ୍ୱଶୁର ଓ ଦିଅରର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟ ଅଭିଯୁକ୍ତ ମାନଙ୍କ ଅପରାଧ ମୂଳକ ଭୂମିକା ଉପରେ ପୋଲିସ ତଦନ୍ତ ଜାରି ରଖିିଛି । ସେପଟେ ଶବ ବ୍ଯବଚ୍ଛେଦ ରିପୋର୍ଟ ମିଳିବା ପରେ ହତ୍ଯା ଘଟଣାର ପର୍ଦ୍ଦାଫାସ ହେବ ବୋଲି ପୋଲିସ କହିଛି ।

ଇଟିଭି ଭାରତ, ଭଦ୍ରକ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.