ETV Bharat / state

ପୌର ଫାଇଟ: କାହା ହାତକୁ ଯିବ ଭଦ୍ରକ ସହର ? BJDକୁ ମାତ ଦେବାକୁ ବିରୋଧୀ ତୟାର - ଭଦ୍ରକରେ ହେଭିୱେଟ ନେତାଙ୍କ ପ୍ରଚାର

କ୍ଷମତା ହାତେଇବାକୁ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଛକାପଞ୍ଝା । ପୌର ପରିଷଦ ନିର୍ବାଚନ ପାଇଁ ପ୍ରକମ୍ପିତ ହେଉଛି ପ୍ରଚାର ମଇଦାନ । ବିଜେଡି ଗଡ଼ କୁହାଯାଉଥିବା ଭଦ୍ରକ ସହରକୁ ହାତେଇବା ପାଇଁ ଚଳିତ ନିର୍ବାଚନରେ ଦେଖାଦେବ ଚତୁର୍ମୁଖୀ ପ୍ରତିଦ୍ବନ୍ଦ୍ବୀତା । ଅଧିକ ପଢ଼ନ୍ତୁ

heavyweight candidate stands for municipal election in bhadrak
ପୌର ଫାଇଟ: କାହା ହାତକୁ ଯିବ ଭଦ୍ରକ ସହର? ଶାସକ ଦଳକୁ ମାତ ଦେବା ପାଇଁ ପ୍ରସ୍ତୁତ ବିରୋଧୀ
author img

By

Published : Mar 21, 2022, 5:12 PM IST

ଭଦ୍ରକ: ଚଳିତ ପୌର ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର। ପୌର ନିର୍ବାଚନ ଘୋଷଣା ପରଠାରୁ ସହରରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ହାତରେ ଆଉ ମାତ୍ର ରହିଛି କିଛି ଘଣ୍ଟା। କମ ସମୟ ମଧ୍ୟରେ ୱାର୍ଡର ସବୁ ବର୍ଗର ଭୋଟରଙ୍କୁ ଭେଟିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ। ଆଉ ଏହି ଧାରାରୁ ବାଦ ପଡ଼ିନି ଭଦ୍ରକ ଜିଲ୍ଲା। ଏଥର ପ୍ରଥମ କରି କାଉନସିଲରଙ୍କ ପରି ପୌରଧ୍ୟକ୍ଷାଙ୍କୁ ଭୋଟର ମାନେ ସିଧାସଳଖ ନିର୍ବାଚିତ କରିବେ। ଯାହାକୁ ନେଇ ରାଜନୈତିକ ଦଳ ମଧ୍ୟରେ ଦେଖାଦେଇଛି ସିଧାସଳଖ ଛକାପଞ୍ଝା। ମୋଟ 30 ଗୋଟି ୱାର୍ଡକୁ ନେଇ ଗଠିତ ହୋଇଛି ଭଦ୍ରକ ପୌର ପାଳିକା। ଏହି ପୌର ପାଳିକାରେ ମୋଟ 87 ହଜାର 377 ଜଣ ଭୋଟର ରହିଛନ୍ତି । ସେଥିମଧ୍ୟରୁ 44 ହଜାର 577 ଜଣ ପୁରୁଷ ଭୋଟର ଥିଲା ବେଳେ 42 ହଜାର 277 ଜଣ ମହିଳା ଭୋଟର ରହିଛନ୍ତି। ଚଳିତ ନିର୍ବାଚନରେ 87 ଗୋଟି ଭୋଟ ଗ୍ରହଣ କେନ୍ଦ୍ର ହୋଇଛି।

BJDକୁ ମାତ ଦେବାକୁ ବିରୋଧୀ ତୟାର

1960 ମସିହାରେ NAC ଓ ପରେ 1988 ମସିହାରେ ପୌର ପାଳିକାର ମାନ୍ୟତା ପାଇଥିଲା ଭଦ୍ରକ ସହର। ଗତ 2013 ନିର୍ବାଚନରେ ଏଠାରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହୋଇଥିଲା ଏବଂ ବିଜେପି ତୃତୀୟ ସ୍ଥାନରେ ରହିଥିଲା । ସେହି ନିର୍ବାଚନରେ ବିଜେଡି 18 ଟି ୱାର୍ଡ ଦଖଲ କରିଥିଲା ବେଳେ କଂଗ୍ରେସ 11 ଗୋଟି ୱାର୍ଡ ଏବଂ ବିଜେପି ହାତକୁ ମାତ୍ର ଗୋଟିଏ ୱାର୍ଡ ଯାଇଥିଲା। ବିଜେଡି ସଂଖ୍ୟା ଗରିଷ୍ଠତା ପାଇ ଥିଲେ ମଧ୍ୟ ଘୋର ଗୋଷ୍ଠୀ କନ୍ଦଳ ଯୋଗୁଁ ଧର୍ମ ଗୁଳାରେ ଅଧକ୍ଷ ନିର୍ବାଚନ ହୋଇଥିଲା ।

ପରିଶେଷରେ ବିଜେଡି ଏହି ପୌର ପାଳିକାକୁ ଦଖଲ କରିଥିଲା। ତେବେ ଚଳିତ ନିର୍ବାଚନରେ ଏଠାରେ ଚତୁର୍ମୁଖୀ ପ୍ରତିଦ୍ବନ୍ଦୀତା ହେବାର ସମ୍ଭାବନା ଦେଖାଯାଇଛି। ତେଣୁ ତିନି ପ୍ରମୁଖ ଦଳ ତିନି ଜଣ ମହିଳା ପ୍ରାର୍ଥୀ ଏବଂ ଜଣେ ସଂଖ୍ୟାଲଘୁ ଶିକ୍ଷିତ ମହିଳା ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ଛିଡା ହୋଇଛନ୍ତି। ବିଜେଡିରୁ ନବାଗତ ସମିତା ମିଶ୍ର ପୌରାଧ୍ୟକ୍ଷା ପଦବୀ ପାଇଁ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପିରୁ ପୂର୍ବତନ ଉପାଧ୍ୟକ୍ଷା ଗୀତାରାଣୀ ପଢିଆରି ପ୍ରତିଦ୍ବନ୍ଦିତା କରୁଛନ୍ତି। ବିଜେଡି ପାଇଁ ଭଦ୍ରକ ବିଧାୟକଙ୍କ ନେତୃତ୍ବରେ ପୂର୍ବତନ ଭଦ୍ରକ ପୌରପାଳ ମାନସ ମହାନ୍ତି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିଛନ୍ତି। ଅନ୍ୟପକ୍ଷରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେପି ନେତା ତଥା 2019 ଭଦ୍ରକ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଡା. ପ୍ରଦୀପ ନାୟକ ବିଜେପି ପକ୍ଷରୁ ପ୍ରଚାରର ମଙ୍ଗ ଧରିଛନ୍ତି।

ସେହିପରି ଦୀର୍ଘ ଦିନ ଧରି ବିଜେଡ଼ିରେ ଥିବା ନାରୀ ନେତ୍ରୀ ଅମିତାବାଳା ଆଚାର୍ଯ୍ୟ ବିଜେଡି ଟିକେଟ ନ ପାଇବାରୁ ଶେଷରେ କଂଗ୍ରେସରେ ମିଶି କଂଗ୍ରେସ ଟିକେଟ ପାଇଥିଲେ। ସେ ମଧ୍ୟ ଶେଷ ଦିନରେ କଂଗ୍ରେସ ପକ୍ଷରୁ ପୌରାଧ୍ୟକ୍ଷା ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଯାହାକି ସେ ମଧ୍ୟ ବିଜେଡି ଭୋଟ ବ୍ୟାଙ୍କରୁ କିଛି ଭୋଟ ନେଇ ପୂର୍ବରୁ ଥିବା କଂଗ୍ରେସ ଭୋଟକୁ ମିଶାଇ ବାଜିମାତ୍ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଯାହାର ପ୍ରଚାରର ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ଯୁବ କଂଗ୍ରେସ ନେତା ତଥା 2019 ଭଦ୍ରକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ନଳିନୀ କାନ୍ତ ମହାନ୍ତି। ତେବେ ଭଦ୍ରକ ପୌର ନିର୍ବାଚନ ରେ ପୁରୁଣା ବଜାର ଅଞ୍ଚଳରେ ଥିବା 10 ୱାର୍ଡ ସବୁବେଳେ ନିର୍ଣ୍ଣୟକ ଭୂମିକା ନେଇଥାଏ। ଏପରି ସ୍ଥଳେ ପୁରୁଣା ବଜାର ଅଞ୍ଚଳରୁ ଜଣେ ସଂଖ୍ୟାଲଘୁ ଶିକ୍ଷିତ ମହିଳା ଗୁଲମକ୍କୀ ଦଲାଉଜି ହବିବ ଶାସକ ଦଳରୁ ଟିକେଟ ନ ପାଇବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଏଥିସହ ନିଜ ସମର୍ଥକମାନଙ୍କୁ ଧରି ବିଶାଳ ସଭା ସହ ଭୋଟର ମାନଙ୍କୁ ଭଦ୍ରକ ପୌରାଞ୍ଚଳର ବିକାଶକୁ ମୁଦ୍ଦା କରି ପ୍ରଚାରକୁ ଜୋରଦାର୍ କରିଛନ୍ତି।

ତେବେ ଚଳିତ ନିର୍ବାଚନରେ ଭଦ୍ରକ ପୌର ପାଳିକାର 30 ଗୋଟି ୱାର୍ଡ ପାଇଁ 124 ଜଣ କାଉନସିଲର ପ୍ରାର୍ଥୀ ଭାବେ ନିର୍ବାଚନ ମୌଦାନକୁ ଓଲ୍ଲାଇ ଥିବା ବେଳ 4 ଜଣ ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ତେଣୁ ଭଦ୍ରକ ପୌରପାଳିକାର ମୁକୁଟ କିଏ ପିନ୍ଧୁଛି ତାହା ଦେଖିବା ବାକି ରହିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.