ETV Bharat / state

ଗ୍ରାମରକ୍ଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପୋଲିସର ତଦନ୍ତ ଜାରି

ଭଦ୍ରକ ଡିଆଇବି କାର୍ଯ୍ୟାାଳୟରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ଗ୍ରାମରକ୍ଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପୋଲିସର ତଦନ୍ତ ଜାରି
ଗ୍ରାମରକ୍ଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପୋଲିସର ତଦନ୍ତ ଜାରି
author img

By

Published : Dec 20, 2020, 10:36 PM IST

ଭଦ୍ରକ: ଜିଲ୍ଲାରେ ଅଭାବନୀୟ ଘଟଣା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତଳାଙ୍ଗ ଗ୍ରାମର ଗ୍ରାମରକ୍ଷୀଙ୍କ ରବିବାର ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକଙ୍କ ନାମ ସୁରେଶ ରାଉତ ଏବଂ ସେ ଭଦ୍ରକ ଡିଆରବି କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ପୋଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଗ୍ରାମରକ୍ଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପୋଲିସର ତଦନ୍ତ ଜାରି

ସୂଚନା ଅନୁଯାୟୀ, ଗ୍ରାମରକ୍ଷୀ ସୁରେଶ ଡ୍ୟୁଟିକୁ ଯାଉଥିବା କହି ଘରୁ ବାହାରିଥିଲେ । ମାତ୍ର ଅନେକ ସମୟ ବିତି ଯାଇଥିଲେ ବି ଘରୁକୁ ଫେରିନଥିଲେ । ପରିବାର ଲୋକେ ତାଙ୍କ ମୋବାଇଲକୁ ଫୋନ କରିଥିଲେ । ମାତ୍ର ସୁଇଚ ଅଫ ଆସିଥିଲା । ବ୍ୟସ୍ତ ହୋଇ ଘର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କୁ ପାଇନଥିଲେ । ପରେ ସୁରେଶଙ୍କ ମୃତଦେହ ଘରର ଅଳ୍ପ ଦୂରରେ ଥିବା କେନାଲ ପାଖ ଜାମୁ ଗଛରେ ଝୁଲୁଥିବା ଦେଖି କିଛି ଲୋକ ତାଙ୍କ ଘରେ ଖବର ଦେଇଥିଲେ ।

ଖବର ପାଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନାଙ୍କ ତତ୍ତ୍ବାବଧାନରେ ଏକ ପୋଲିସ ଟିମ ତଳାଙ୍ଗ ଗ୍ରାମରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.