ETV Bharat / state

ରାଜ୍ୟପାଳଙ୍କ ଦ୍ବାରା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଅନାବରଣ - governor visit ib bhadrak

ରାଜ୍ୟପାଳ ଏହି ଗସ୍ତ ସମୟରେ ଧାମନଗର କାସିମପୁର ଠାରେ, ଭାରତୀୟ ମୁକ୍ତି ସଂଗ୍ରାମର ସଂଗ୍ରାମୀ ବୈଷ୍ଣବ ନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ ।

governor visit ib bhadrak
ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଅନାବରଣ
author img

By

Published : Feb 17, 2020, 5:16 AM IST

ଭଦ୍ରକ: ନିଜ ଲକ୍ଷ୍ୟ ହାସଲ ପାଇଁ ସହଜ ସୁବିଧା ବାଟ ମିଳି ନଥାଏ । ଏଥିପାଇଁ ଦୃଢ଼ ମନୋବଳ ସହ ଦୂରଦୃଷ୍ଟିର ଆବଶ୍ୟକତା ରହିଛି । ଭାରତୀୟ ମୁକ୍ତି ସଂଗ୍ରାମରେ ଅନେକ ମହାମନିଷୀଙ୍କ ତ୍ୟାଗଯୁକ୍ତ ନୀତିନିଷ୍ଟ ସଂଗ୍ରାମ ରହିଛି । ଯାହାପାଇଁ ଆଜି ଆମେ ସ୍ବାଧୀନ ମାଟିରେ ଛିଡ଼ା ହୋଇଛୁ ବୋଲି ଭଦ୍ରକ ଜିଲ୍ଲା ଧାମନଗର ଗସ୍ତରେ ଆସି କହିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ।

ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଅନାବରଣ

ରାଜ୍ୟପାଳ ଏହି ଗସ୍ତ ସମୟରେ ଧାମନଗର କାସିମପୁର ଠାରେ, ଭାରତୀୟ ମୁକ୍ତି ସଂଗ୍ରାମର ସଂଗ୍ରାମୀ ବୈଷ୍ଣବ ନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ଏହି ଅବସରରେ ଆୟୋଜିତ ଏକ ସଭାରେ, ସମ୍ମାନିତ ଅତିଥି ଭାବେ ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଭଦ୍ରକରୁ ଦେବାଶିସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.