ETV Bharat / state

ଭଦ୍ରକରେ ଗୁଳିମାଡ; ଟଙ୍କା ଓ ସୁନା ଲୁଟ, ୨ ଆହତ - loot in bhadrak

ଭଦ୍ରକ ହରିପୁର ଛକରେ ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ୨ ଆହତ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ଭଦ୍ରକରେ ଗୁଳିମାଡ କରି ସୁନା ଚେନ ଲୁଟ, ୨ ଆହତ
ଭଦ୍ରକରେ ଗୁଳିମାଡ କରି ସୁନା ଚେନ ଲୁଟ, ୨ ଆହତ
author img

By

Published : Aug 2, 2021, 10:49 PM IST

ଭଦ୍ରକ: ଗ୍ରାମାଞ୍ଚଳ ଥାନା ହରିପୁର ଛକରେ ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ। ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଅନ୍ୟଜଣେ ଦୁର୍ବୃତ୍ତଙ୍କ ସହ ଧସ୍ତାଧସ୍ତିରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ହରିପୁର ଗ୍ରାମର ଦାଦା ସୁରେଶ ମହାରଣା ଓ ତାଙ୍କ ପୁତୁରା ମାନସ ମହାରଣା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ, ହଠାତ ୩ ଲୁଟେରା ବାଇକରେ ଆସି ମଣ୍ଟୁ ମହାରଣାଙ୍କ ବେକରେ ଥିବା ସୁନା ଚେନ ଓ ବ୍ରେସଲେଟକୁ ଝାମ୍ପି ନେଇଥିଲେ। ଏହି ସମୟରେ ସୁରେଶ ୩ ଜଣ ଲୁଟେରାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିବା ବେଳେ, ଲୁଟେରାମାନେ ୩ ରାଉଣ୍ଡ ଗୁଳି କରିଥିଲେ। ଏଥିରେ ସୁରେଶଙ୍କ ଜଙ୍ଘ ଓ ଗୋଡ଼ରେ ଦୁଇଟି ଗୁଳି ବାଜିଥିବା ବେଳେ ଅନ୍ୟ ଗୋଟିଏ ଗୁଳି ବାଜି ନଥିବା ନେଇ ସୂଚନା ମିଳିଛି।

ଭଦ୍ରକରେ ଗୁଳିମାଡ କରି ସୁନା ଚେନ ଲୁଟ, ୨ ଆହତ

ଏହି ସମୟରେ ସୁରେଶ ଓ ତାଙ୍କ ପୁତୁରା ରକ୍ତ ଜୁଡୁବୁଡୁ ଅବସ୍ଥାରେ ୩ ଜଣଙ୍କ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ। ପରେ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଜଣେ ଲୁଟେରାକୁ ପୋଲିସର ଜିମା ଦେଇଥିଲେ। ଏହି ଘଟଣାରେ ପୋଲିସ କାହାକୁ ଗିରଫ କରି ନଥିବାବେଳେ, ୨ ଫେରାର ଲୁଟେରାଙ୍କୁ ଧରିବା ନେଇ ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.