ETV Bharat / state

ମା' ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ ବେଶ: ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ

author img

By

Published : Nov 2, 2019, 2:07 PM IST

ସପ୍ତମାତୃକା ବେଶରେ ମା' ଭଦ୍ରକାଳୀ ଭକ୍ତଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି । ଆଜିର ଦିନରେ ମା'ଙ୍କ ଦର୍ଶନ କରି କରୁଣା ଭିକ୍ଷା କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ । ସପ୍ତମାତୃକା ବେଶରେ ଆଜି ହେଉଛି ମା' ଭଦ୍ରକାଳୀଙ୍କ ଶେଷ ଦିନ । ଶେଷ ଦିନରେ ମା' ଭକ୍ତଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି । ଏହା ପରେ ମା' ଭଦ୍ରକାଳୀ ବର୍ଷ ତମାମ ବିଶ୍ବମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ମା' ଭଦ୍ରକାଳୀଙ୍କୁ ଲକ୍ଷ୍ମୀ ବେଶରେ ଦର୍ଶନ କଲେ ଧନଧାନ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଆଜିର ଦିନରେ ମା'ଙ୍କ ଦର୍ଶନ କରି କରୁଣା ଭିକ୍ଷା କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଅନ୍ୟପକ୍ଷରେ ପୀଠରେ ଆୟୋଜିତ ହେଉଥିବା ବିଶ୍ବ ଶାନ୍ତି ମହାଯଜ୍ଞର ଆଜି ପୂର୍ଣ୍ଣାହୁତି । ଏହି ପ୍ରସିଦ୍ଧ ଶକ୍ତି ପୀଠରେ କାଳିପୂଜାର ମାହୋଲ ବେଶ ନିଆରା ଥିବାବେଳେ ପାଖାପାଖି 10ହଜାରରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ମାଗଣା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : MAHALAXMI BESA
FORMAT : AVB
REPORT : DEBASIS MOHAPATRA / BHADRAK
DATE : 02.11.2019

ANCHOR : ସପ୍ତମାତୃକା ବେଶର ଶେଷ ଦିନରେ, ଆଜି ମା ଭଦ୍ରାକାଳି ମହାଲକ୍ଷ୍ମୀ ବେଶ ରେ ଦର୍ଶନ ଦେଉଛନ୍ତି। ଭଦ୍ରକର ଅଧିଷ୍ଠାତ୍ରୀ ଦେଵୀ ମା ଭଦ୍ରକାଳୀ ଆଜି ସପ୍ତମ ତଥା ଶେଷ ଦିନରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବା ପରେ ବର୍ଷ ସାରା ମା ବିଶ୍ଵମାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। Body:ମାଙ୍କୁ ଏହି ବେଶରେ ଦର୍ଶନକଲେ ଭକ୍ତଙ୍କୁ ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ ତଥା ଧନଧାନ୍ୟ ରେ ପୂର୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେଣୁ ମାଆ ଙ୍କ ଦର୍ଶନ କରି କରୁଣା ଭିକ୍ଷା କରିବା ପାଇଁ ବହୁ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଛି।ଅନ୍ୟପକ୍ଷରେ ପୀଠ ରେ ଆୟୋଜିତ ହେଉଥିବା ବିଶ୍ବଶାନ୍ତି ମହାଯଜ୍ଞର ଆଜି ପୂର୍ଣ୍ଣାହୁତି। ଏହି ପ୍ରସିଦ୍ଧ ଶକ୍ତି ପୀଠ ରେ କାଳିପୂଜାର ମାହୋଲ ବେଶ ନିଆରା। ଆଜି ଦଶ ହଜାର ରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ମାଗଣା ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଥିବା ସୂଚନା ମିଳିଛି।
Bite : ରାଧାକାନ୍ତ ଦୀକ୍ଷିତ_ସେବାୟତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.