ETV Bharat / state

ଟ୍ରକ ଧକ୍କାରେ ଚୁରମାର ସ୍କୁଟି ଘଟଣା: ପ୍ରତିଶ୍ରୁତି ପରେ ଯୁବତୀଙ୍କ ଧାରଣା ପ୍ରତ୍ୟାହୃତ - ହାଇୱା ଟ୍ରକ ଧକ୍କାରେ ସ୍କୁଟି ଚୁରମାର

ହାଇୱା ଟ୍ରକ ଧକ୍କାରେ ସ୍କୁଟି ଚୁରମାର ହେବା ପରେ ଟ୍ରକକୁ ଅଟକାଇ ନୂଆ ସ୍କୁଟି ଦାବିରେ ଯୁବତୀଙ୍କ ଧାରଣା । ଯୁବତୀଙ୍କ ଏଭଳି ଅଭିନବ ଦାବି ଆଗରେ ପୋଲିସ ପ୍ରଶାସନ ଶେଷରେ ସହଯୋଗ କରିଛି । ଅଧିକ ପଢନ୍ତୁ

ଟ୍ରକ ଧକ୍କାରେ ଚୁରମାର ସ୍କୁଟି: କ୍ଷତିପୂରଣ ଦାବିରେ ଯୁବତୀଙ୍କ ଧାରଣା

author img

By

Published : Jan 9, 2022, 10:23 PM IST

ଭଦ୍ରକ: ହାଇୱା ଟ୍ରକ ଧକ୍କାରେ ସ୍କୁଟି ଚୁରମାର ହେବା ପରେ ଟ୍ରକକୁ ଅଟକାଇ ନୂଆ ସ୍କୁଟି ଦାବିରେ ଯୁବତୀଙ୍କ ଧାରଣା । ଯୁବତୀଙ୍କ ଏଭଳି ଅଭିନବ ଦାବି ଆଗରେ ପୋଲିସ ପ୍ରଶାସନ ଶେଷରେ ସହଯୋଗ କରିଛି । ଦୀର୍ଘ ସମୟ ପରେ ଏହି ଘଟଣାର ଏକ ଆପୋଷ ବୁଝାମଣା ହୋଇଥିବା ଜଣାଯାଇଛି । ସୂଚନା ମୁତାବକ, କୁନମୁନ ବରାଳ ନାମକ ଜନୈକା ଯୁବତୀ ଏକ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାରେ କିସ୍ତି ଆଦାୟ କାମ କରନ୍ତି । ତେବେ ସ୍କୁଟି ଯୋଗେ କିସ୍ତି ଟଙ୍କା ଆଦାୟ କରିବା ଲାଗି ମାଣିପୁର ଗାଁକୁ ଯାଇଥିଲେ । ସେଠାରେ ଗାଁର ରାସ୍ତା କଡରେ ଏକ ସୁରକ୍ଷିତ ସ୍ଥାନରେ ତାଙ୍କ ସ୍କୁଟିକୁ ରଖି ଗାଁ ଭିତରକୁ ଯାଇଥିଲେ । କିଛି ସମୟ ପରେ ସେହି ରାସ୍ତାରେ ଯାଉଥିବା ଏକ ହାଇୱା ଟ୍ରକଟିଏ ଉକ୍ତ ସ୍କୁଟିକୁ ଧକ୍କା ଦେଇଥିଲା ।

ଟ୍ରକ ଧକ୍କାରେ ଚୁରମାର ସ୍କୁଟି: କ୍ଷତିପୂରଣ ଦାବିରେ ଯୁବତୀଙ୍କ ଧାରଣା

ସ୍କୁଟି ଭାଙ୍ଗି ଚୁରମାର ହେବା ଦେଖି ଗ୍ରାମବାସୀ ଉକ୍ତ ହାଇୱା ଟ୍ରକକୁ ଅଟକ ରଖି ସମ୍ପୃକ୍ତା ଯୁବତୀଙ୍କୁ ଡାକି ଆଣିଥିଲେ । ସ୍କୁଟିର ଅବସ୍ଥା ଦେଖି ଯୁବତୀ ହତବାକ ହୋଇଯାଇଥିଲେ ଏବଂ ଉକ୍ତ ଭଙ୍ଗା ସ୍କୁଟି ବଦଳରେ ଏକ ନୂଆ ସ୍କୁଟି ଦାବି କରି ଗ୍ରାମବାସୀଙ୍କ ସହଯୋଗରେ ସେହି ସ୍ଥାନରେ ଧାରଣାରେ ବସିଥିଲେ । ଏପରିକି ତାଙ୍କୁ ନୂଆ ସ୍କୁଟି ନମିଳିଲେ ରେଳ ଧାରଣାରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଥିଲେ ।

ଏନେଇ ଖବର ପାଇ ଘଣ୍ଟେଶ୍ୱର ଫାଣ୍ଡି ପୋଲିସ ହସ୍ତକ୍ଷେପ କରିବା ପରେ ଦୁର୍ଘଟଣା ଘଟାଇଥିବା ଗାଡିର ମାଲିକ ଓ ଡ୍ରାଇଭର ସଂଘ ଯୁବତୀଙ୍କ ସହ ଆଲୋଚନା କରିଥିଲେ । ତେବେ ଭଦ୍ର ଲୋକଙ୍କ ଉପସ୍ଥିତିରେ ଯୁବତୀଙ୍କୁ ସ୍କୁଟିର କ୍ଷତିପୂରଣ ବାବଦରେ ଆର୍ଥିକ ସହଯୋଗ ମିଳିଥିବା ଏବଂ ଭଙ୍ଗା ସ୍କୁଟିର ବୀମାରାଶି ମିଳିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ମିଳିବା ନେଇ ଲିଖିତ ବୁଝାମଣା ଚୁକ୍ତି ପତ୍ର କରାଯିବା ପରେ ଯୁବତୀଙ୍କ ଧାରଣା ପ୍ରତ୍ଯାହୃତ ହୋଇଥିବା ଜଣାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.