ଭଦ୍ରକ: ଗ୍ୟାସ ଲିକରୁ ଭୟାବହ ଅଗ୍ନିକାଣ୍ଡ । ଏଭଳି ଘଟଣା ଘଟିଛି ଭଦ୍ରକ ପୌଲାଞ୍ଚଳ ଅନ୍ତର୍ଗତ ୟୁସୁଫପୁରରେ । ଫଳରେ ଏହି ଘଟଣାରେ 4 ଜଣ ଗୁରୁତର ହୋଇ ପଡ଼ିଛନ୍ତି । ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ 2 ଜଣ ଶିଶୁ ରହିଥିବା ଜଣାପଡ଼ିଛି ।
ତେବେ ରୋଷେଇ ଘରେ ଗ୍ୟାସ ଜଳାଇବା ବେଳେ ଗ୍ୟାସ ଲିକ ଯୋଗୁଁ ହଠାତ ନିଆଁ ଲାଗିଯାଇଥିଲା । ପରେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ହେଲେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ