ଭଦ୍ରକ: ରାଜ୍ୟ ସରକାରଙ୍କ ବିକାଶ ଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ଅଭିନବ ପ୍ରୟାସ କରୁଛନ୍ତି । ଯେଉଁ ଅଞ୍ଚଳକୁ ଯାଉଛନ୍ତି ସେଠାରେ ସାଇକେଲ ଚଢି ପ୍ରାର୍ଥୀ ଓ ସମର୍ଥକଙ୍କ ଆଗେଆଗେ ଦଳୀୟ ଚିହ୍ନ ସହ ବିଶାଳ ପତାକା ଲଗାଇ ବୁଲୁଛନ୍ତି । ଜନସାଧାରଣଙ୍କୁ ଦଳ ସପକ୍ଷରେ ଭୋଟ ଦେବା ସହିତ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ସଂକେତ ମଧ୍ୟ କହୁଛନ୍ତି । ଦାସଙ୍କ ଏପରି ପ୍ରଚାର ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ତିହିଡି ବ୍ଲକ ପାଳିଆବିନ୍ଧା ପଞ୍ଚାୟତରେ ଏକ ବିଶାଳ ଶୋଭାଯାତ୍ରାରେ 6 ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥିନୀ, ଦଳୀୟ ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ଓ ସମିତି ସଭ୍ୟ ପ୍ରାର୍ଥୀ ପ୍ରମୁଖଙ୍କ ପ୍ରଚାର କରୁଥିଲେ । ରାଜ୍ୟ ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନା ପ୍ରଣୟନ କରୁଥିବା ସହିତ ବିକାଶ ଧାରାକୁ ଜାରି ରଖିବା ପାଇଁ ଦଳୀୟ ପ୍ରାର୍ଥୀମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ । ବିଜେଡି କ୍ଷମତାକୁ ଆସିଲେ ଲୋକମାନଙ୍କର ସେବା କରିବା ସହିତ ସରକାରଙ୍କ ସମସ୍ତ ଯୋଜନାକୁ ସେମାନଙ୍କ ନିକଟରେ ପହଞ୍ଚାଇବେ ବୋଲି ପ୍ରତିଶୃତି ଦେଇଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ