ETV Bharat / state

ବନ୍ୟାରେ ବିଶେଷ ପ୍ରଭାବିତ ହୋଇଛି ଧାମନଗର ଓ ଭଣ୍ଡାରିପୋଖରୀ: ଜିଲ୍ଲାପାଳ - ଭଦ୍ରକ ବନ୍ୟା ଖବର

ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।

flood situation
ବନ୍ୟାରେ ବିଶେଷ ପ୍ରଭାବିତ ହୋଇଛି ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ
author img

By

Published : Aug 29, 2020, 7:53 AM IST

ଭଦ୍ରକ: ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇଛି । ହେଲେ ଏବେବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ । ଆଖୁଆପଦା ଠାରେ ବୈତରଣୀ ନଦୀର ବିପଦ ସଙ୍କେତ 17.83 ମିଟର ରହିଛି । ଶୁକ୍ରବାର ରାତି ସୁଦ୍ଧା ଜଳସ୍ତର ଆହୁରି ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି । ଏପଟେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।

ବନ୍ୟାରେ ବିଶେଷ ପ୍ରଭାବିତ ହୋଇଛି ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ

ଏଥିସହ ତିହିଡ଼ି ବ୍ଳକର କିଛି ଅଞ୍ଚଳ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି । ଏହିସବୁ ଅଞ୍ଚଳରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୋଟାମୋଟି 115ଟି ପଞ୍ଚାୟତ ଚଳିତ ବନ୍ୟାରେ ପ୍ରଭାବିତ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିସହ ପାଖାପାଖି 250 ଟି ଗ୍ରାମର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଅନେକ ସ୍ଥାନରେ ମାଟି ଘର ଗୁଡିକ ଭାଙ୍ଗି ଯାଇଥିବା ଜଣାପଡ଼ିଛି ।

ଭଣ୍ଡାରିପୋଖରୀ ଓ ଧାମନଗର ବ୍ଳକର ବିଭିନ୍ନ ରାସ୍ତାରେ ବନ୍ୟା ପାଣି ପ୍ରଭାବିତ ହେଉଥିବାରୁ ଅନେକ ସ୍ଥାନର ବାହ୍ୟଜଗତରୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ବନ୍ୟା ବିପନ୍ନ ମାନଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଥିବା ଜିଲ୍ଲାପାଳ କହିବା ସହ ବନ୍ୟା ପାଣି ହ୍ରାସ ପାଇଲେ ସମସ୍ତ ପ୍ରକାର କ୍ଷୟକ୍ଷତିର ଆକଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.