ETV Bharat / state

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ

author img

By

Published : Aug 27, 2020, 9:25 AM IST

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବୈତରଣୀ ନଦୀ ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ ଗୁରୁବାର ସକାଳେ ଏଠାରେ ଜଳସ୍ତର 19.50 ମିଟରରେ ପ୍ରବାହିତ ହେଉଛି।

flood situation in bhadrak
ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ

ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବୈତରଣୀ ନଦୀ ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ ଗୁରୁବାର ସକାଳେ ଏଠାରେ ଜଳସ୍ତର 19.50 ମିଟର ରେ ପ୍ରବାହିତ ହେଉଛି।

ତେଣୁ କଣ୍ଟୀଘାଇ ଏସକେପ ଦେଇ ବନ୍ୟା ଜଳ ଆସିଛି । ଫଳରେ ଭଣ୍ଡାରିପୋଖରୀ ବ୍ଲକରେ ଥିବା ରହଣିଆ, ନପଙ୍ଗ, ମାଳଦା, ବାଲିପୋଖରି, ସୋଲପୁର, ରଞ୍ଜିତ ଆଦି 7 ଟି ପଞ୍ଚାୟତର 30ଟି ଗ୍ରାମ ପ୍ରଭାବିତ ହୋଇଛି ।

ଏଥିସହ ସରତା ପୋଲ ଉପରେ 4 ଫୁଟ ପାଣି ଚାଲିଛି । ଏଥିଯୋଗୁ ଭଣ୍ଡାରିପୋଖରୀ ଦେଇ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେହିପରି କନକେଇ ଓ ବାଲିପୋଖରୀ ଏସକେପ ଦେଇ ବନ୍ୟା ଜଳ ଆସିଛି। ଫଳରେ ଧାମନଗର ବ୍ଳକରେ ଥିବା ଦୋବଲ, ପଧାନୀ, ଆନନ୍ଦପୁର, ଖଡିପଦା ଓ ଦଳାଙ୍ଗ ପଞ୍ଚାୟତର 20ଟି ଗ୍ରାମ ପ୍ରଭାବିତ ହୋଇଛି ।

ଏଥିସହ ଗେଙ୍ଗୁଟି ନଦୀ ଉପରେ ଦୋବଲ ନିକଟରେ ଥିବା ପୋଲ ଉପରେ 3 ଫୁଟ ପାଣି ଚାଲିଛି । ଏଥିଯୋଗୁ ଧାମନଗର ଦେଇ ଯାଜପୁର ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି । ପ୍ରଶାସନ ପକ୍ଷରୁ ସମସ୍ତ ବନ୍ୟା ପରିସ୍ଥିତିକୁ ମୁକାବଲା କରିବା ପାଇଁ ସତର୍କ ଦୃଷ୍ଟି ରଖାଯାଇଥିବା କହିଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.