ETV Bharat / state

ପୌର ନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି - ଭଦ୍ରକରେ ପୌର ନିର୍ବାଚନ ପ୍ରସ୍ତୁତି

ପୌର ନିର୍ବାଚନ ପାଇଁ ବ୍ୟାପକ ହେଉଛି ସୁରକ୍ଷା ବ୍ୟବସ୍ଥା। ଭଦ୍ରକ ଜିଲ୍ଲାରେ ନିର୍ବାଚନ ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଧିକ ପଢ଼ନ୍ତୁ

flag march by police in bhadrak
ପୌର ନିର୍ବାଚନ ପୂର୍ବରୁ ଆଇନ ଶୃଙ୍ଖଳା ଜାରି
author img

By

Published : Mar 12, 2022, 7:34 AM IST

ଭଦ୍ରକ: ପୌର ନିର୍ବାଚନ ପାଇଁ ବ୍ୟାପକ ହେଉଛି ସୁରକ୍ଷା ବ୍ୟବସ୍ଥା। ଭଦ୍ରକ ଜିଲ୍ଲାରେ ନିର୍ବାଚନ ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପୌର ନିର୍ବାଚନ ପୂର୍ବରୁ ଆଇନ ଶୃଙ୍ଖଳା ଜାରି

ବିଳମ୍ବିତ ରାତିରେ ଭଦ୍ରକ ପୌରାଞ୍ଚଳ ପୁରୁଣା ବଜାର ଅନ୍ତର୍ଗତ 10ଟି ସମ୍ବେଦନଶୀଳ ୱାର୍ଡରେ ପୁଲିସ ପକ୍ଷରୁ ଫ୍ଳାଗ୍ ମାର୍ଚ କରାଯାଇଛି। ଭଦ୍ରକ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୁଲିସ ପକ୍ଷରୁ ଏହି ଫ୍ଳାଗ୍ ମାର୍ଚ ହୋଇଛି। ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲାର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଞ୍ଚାୟତ ନିର୍ବାଚନରେ ଘଟିଥିବା ହିଂସାରୁ ବିରତ ରହିବା ନେଇ ପ୍ରଶାସନ ସତର୍କତା ଅବଲମ୍ବଲ କରିଛି। ତେବେ ସବିଶେଷ ସୁରକ୍ଷା ବ୍ୟବସ୍ଥା ନେଇ ପୁଲିସ ପକ୍ଷରୁ ଅଦ୍ୟାବଧି କୌଣସି ଆଧିକାରିକ ବିବୃତି ପ୍ରଦାନ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.