ETV Bharat / state

ଶବ ସତ୍କାରରେ କେଁ ପୁରାଇଲା ସନ୍ଦେହ - ଶବ ସତ୍କାର

କିନ୍ତୁ ବିବାଦ ଲାଗି ପଡି ରହିଲା ମୃତଦେହ, ତାହା ପୁଣି ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ ପ୍ରାୟ 2 ଦିନ ଧରି । ଶେଷରେ ପୋଲିସ କଲା ଶବ ସତ୍କାର

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭ୍ରଦକ
author img

By

Published : Feb 13, 2019, 12:03 AM IST

ଭଦ୍ରକ: କୁହାଯାଏ ମୃତଦେହକୁ ସତ୍କାର କଲେ ହିଁ ଆତ୍ମାକୁ ଶାନ୍ତି ମିଳେ । କିନ୍ତୁ ବିବାଦ ଲାଗି ପଡି ରହିଲା ମୃତଦେହ, ତାହା ପୁଣି ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ ପ୍ରାୟ 2 ଦିନ ଧରି । ଏଭଳି ଦୁଃଖଦ ଘଟଣା ଘଟିଛି ତିହିଡି ଥାନା ଅଧୀନସ୍ଥ କାଁପଡ଼ା ପଞ୍ଚାୟତର ଚିଲପଦା ଗ୍ରାମରେ ।

ସୂଚନା ଅନୁଯାୟୀ, ଗତ ଦୁଇ ଦିନ ତଳେ ଉକ୍ତ ଗ୍ରାମର ହେମନ୍ତ ମଳିକଙ୍କ ମୃତଦେହ ଘରପାଖ ପୋଖରୀରୁ ମିଳିଥିଲା । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ସହ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ହେଲେ ମୃତକଙ୍କ ସାନ ଭାଇ ହେମନ୍ତଙ୍କୁ ସ୍ଥାନୀୟ ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିବା ସହ ହତ୍ୟାକାଣ୍ଡରେ ଜଡିତ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି କରିଥିଲେ । ଏଥିସହ ଶବ ସତ୍କାର କରି ନଥିଲେ । ଫଳରେ 2ଦିନ ଧରି ଘରେ ସେମିତି ପଡି ରହିଥିଲା ମୃତଦେହ ।

ତେବେ ତିହିଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶୃତି ଦେବା ପରେ ମୃତଦେହକୁ ସତ୍କାର କରାଯାଇଛି ।

ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

ଅଗ୍ନିକାଣ୍ଡରେ ଜଳିଗଲା 6 ବଖରା ଘର

ଭଦ୍ରକ: ଅଗ୍ନିକାଣ୍ଡରେ ଭସ୍ମୀଭୂତ ହୋଇଗଲା 6 ବଖରା ଘର। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଗେଇବେହେରା ଗାଁରେ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡ ଫଳରେ 2 ଟି ପରିବାରର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । କେହି ମୃତାହତ ହୋଇନଥିବା ବେଳେ ଅନେକ ଜିନିଷ ପୋଡି ପାଉଁଶ ହୋଇଯାଇଛି । ଧାନ , ଚାଉଳ , ଘରକରଣା ଜିନିଷ ସବୁ ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ , ନିକଟସ୍ଥ ଭଣ୍ଡାରୀପୋଖରୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । 

ସୂଚନା ଅନୁଯାୟୀ,  ଏହି ଅଗ୍ନିକାଣ୍ଡଟି ବିଳମ୍ବିତ ରାତିରେ ଘଟିଥିଲା। ସମସ୍ତେ ଶୋଇଥିବା ସମୟରେ ଘରେ ନିଆଁ ଲାଗିଯାଇଥିଲା। ଯାହା ଫଳରେ ଘରୁ କୌଣସି ଜିନିଷ କାଢ଼ିବା ସମ୍ଭବ ହୋଇପାରିନଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.