ଭଦ୍ରକ: ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚିଲା ପଞ୍ଚମ ସ୍ବତନ୍ତ୍ର ଶ୍ରମିକ ଟ୍ରେନ । ଗୁଜୁରାଟ ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ପହଞ୍ଚିଛି ଏହି ସ୍ବତନ୍ତ୍ର ଟ୍ରେନ । ଏନେଇ ଟ୍ବିଟ ମାଧ୍ୟମରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ ଗୁରୁବାର ସୂଚନା ଦେଇଛନ୍ତି । ପ୍ରଶାସନ ପକ୍ଷରୁ ସମସ୍ତଙ୍କ ନାମ ପଞ୍ଜୀକରଣ ଓ ଡାକ୍ତରମାନଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି । ଏହାପରେ ସେମାନଙ୍କୁ ସ୍ବତନ୍ତ୍ର ବସ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଯିବାର ବନ୍ଦୋବସ୍ତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ନିଜ ପଞ୍ଚାୟତ, ପୌରାଞ୍ଚଳ କିମ୍ବା ବିଜ୍ଞାପିତ ଅଞ୍ଚଳ ପରିଷଦରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(TMC)କୁ ସ୍ବତନ୍ତ୍ର ବସ ଯୋଗେ ଏମାନଙ୍କୁ ନିଆଯିବ । ସେପଟେ ଅନ୍ୟ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀମାନେ ଆସିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ