ETV Bharat / state

ପ୍ରଶାସନର ହସ୍ତକ୍ଷେପ ପରେ ରାସ୍ତା ଅବରୋଧରୁ ହଟିଲେ ଚାଷୀ - ଅନଲାଇନରେ ଧାନ ବିକ୍ରୟକୁ ବିରୋଧ

ଅନଲାଇନରେ ଧାନ ବିକ୍ରୟକୁ ବିରୋଧ କରି ଚାଷୀଙ୍କ ପ୍ରତିବାଦ । ନ୍ୟାୟ ପ୍ରଦାନ ଦାବିରେ ସେବା ସମିତିର ଚାଷୀଙ୍କ ପକ୍ଷରୁ ରାଜ୍ୟ ରାଜପଥ ଅବରୋଧ । ଆନ୍ଦୋଳନକାରୀଙ୍କ ସହ ବିଭାଗୀୟ ଅଧିକାରୀ କଲେ ଆଲୋଚନା ପରେ ବାହାରିଲା ନିଷ୍କର୍ସ । ଅଧିକ ପଢନ୍ତୁ

ଅନଲାଇନ ଧାନ ବିକ୍ରୟକୁ ଚାଷୀଙ୍କ ବିରୋଧ, ପ୍ରତିବାଦରେ ରାସ୍ତା ଅବରୋଧ

author img

By

Published : Jul 31, 2022, 10:51 PM IST

Updated : Aug 1, 2022, 7:41 AM IST

ଭଦ୍ରକ: ଧାନ ବିକ୍ରିୟରେ ସମସ୍ୟା ନେଇ ତାତିଲେ ଚାଷୀ । ଭଦ୍ରକ ଜିଲ୍ଲା ନରେନ୍ଦ୍ରପୁର ସେବା ସମବାୟ ସମିତିର ଚାଷୀଙ୍କ ପକ୍ଷରୁ ଭଦ୍ରକ-ଚାନ୍ଦବାଲି ରାଜପଥ ଗଦି ବଜାରରେ ଅବରୋଧ କରିଥିଲେ । ଶତାଧିକ ଚାଷୀ ଏକଜୁଟ୍ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହିତ ଜିଲ୍ଲା ପ୍ରଶାସନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଧାନ ବିକ୍ରୟ ପାଇଁ ଚାଷୀଙ୍କ ଅନଲାଇନ ପ୍ରକ୍ରିୟା ନରେନ୍ଦ୍ରପୁର ସମିତିରେ କରାନଯାଇ 10 କିଲୋମିଟର ଦୂର ଜାମଯୋଡି ସମିତିରେ କରାଯାଉଛି ।

ଯାହା ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଏନେଇ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ପୂର୍ବରୁ ଏହି ସମିତିରେ ଧାନ କ୍ରୟ କରାଯାଉଥିଲା । ମାତ୍ର ବିଭିନ୍ନ ସମୟରେ ସମ୍ପାଦକଙ୍କ ବିରୋଧରେ ଅଭିଯୋଗ ହେବାପରେ ଏକ ପ୍ରକାର ବ୍ଲାକ ଲିଷ୍ଟ ହୋଇଥିଲା । ବିଗତ ଦୁଇ ବର୍ଷ ହେଲା ସମିତିର ଧାନ କିଣା ପ୍ରକ୍ରିୟା ସ୍ଥାନୀୟ ଗୋଟିଏ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ହାତରେ ରହିଥିଲା ।

ଅନଲାଇନ ଧାନ ବିକ୍ରୟକୁ ଚାଷୀଙ୍କ ବିରୋଧ, ପ୍ରତିବାଦରେ ରାସ୍ତା ଅବରୋଧ

ମାତ୍ର ଚଳିତ ବର୍ଷ ସେମାନେ ରାଜି ନ ହେବାରୁ ଧାନ କିଣା ପାଇଁ ଅନଲାଇନ ପ୍ରକ୍ରିୟା ଯୋଡି ହେଲା । ଅନଲାଇନ ପକ୍ରିୟାକୁ କିଛି ଚାଷୀ ବିରୋଧ କରିଥିଲେ । ବିରୋଧ କରାଯିବା ସହିତ ନରେନ୍ଦ୍ରପୁର ସମିତିର ସଭାପତିଙ୍କ ସମେତ କେତେକ ଚାଷୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ତେବେ ଚାଷୀଙ୍କ ମଧ୍ୟରୁ ଆଉ ଏକ ଗୋଷ୍ଠୀ ପକ୍ଷରୁ ନରେନ୍ଦ୍ରପୁର ସମିତିରେ ଅନଲାଇନ କରାଯିବା ସହିତ ସମିତିକୁ ଧାନ କିଣା ପାଇଁ ଅନୁମତି ପ୍ରଦାନ କରିବା ଲାଗି ପ୍ରତିବାଦ ସୂରୁପ ରାଜପଥ ଅବରୋଧ କରିଛନ୍ତି ।

ରାସ୍ତା ଅବରୋଧ କରାଯାଇଥିବାରୁ ଶତାଧିକ ଯାନବାହାନ ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିଲା । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ଘଟଣାସ୍ଥଳରେ ଚାନ୍ଦବାଲି ଏସଡିପିଓଙ୍କ ସମେତ ପୀରହାଟ ପୋଲିସ ମୁତୟନ ହୋଇଥିଲେ । ପରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମେତ ତିହିଡି ତହସିଲଦାର ଓ ବିଡିଓ ପ୍ରମୁଖ ଆନ୍ଦୋଳନକାରୀଙ୍କୁ ଭେଟି ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନରେନ୍ଦ୍ରପୁର ସମିତିକୁ ବ୍ଲାକ ଲିଷ୍ଟ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ କୈଣିସି ପ୍ରତିକାର ଆଣି ପାରିବ ନାହିଁ ବୋଲି କହିଥିଲେ । ତେବେ ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସପ୍ତାହରେ ତିନିଦିନ ଜାମଯୋଡି ସମିତିର କର୍ମଚାରୀ ନରେନ୍ଦ୍ରପୁର ସମିତିକୁ ଯିବେ । ସେଠାରୁ ଚାଷୀଙ୍କ ଅନଲାଇନ ସମ୍ପର୍କିତ ଆବଶ୍ୟକୀୟ କାଗଜପତ୍ର ଆଣିବା ନେଇ ନିଷ୍ପତି ହେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

ଇଟିଭି ଭାରତ, ଭଦ୍ରକ

Last Updated : Aug 1, 2022, 7:41 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.