ETV Bharat / state

ଋଣ ଟଙ୍କା ସୁଝି ନପାରି ଚାଷୀଙ୍କ ଆତ୍ମହତ୍ୟା ! - ଭଦ୍ରକ ଋଣ ଟଙ୍କା ସୁଝି ନପାରି ଚାଷୀ ଆତ୍ମହତ୍ୟା

ଭଦ୍ରକ ବ୍ଲକ ରାଜୁଆଳି ବିନ୍ଧା ଗ୍ରାମରେ ଋଣ ଟଙ୍କା ସୁଝି ନପାରି ଚାଷୀ ଆତ୍ମହତ୍ୟା। ଏକାଧିକ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ନେଇଥିଲେ ଏବଂ ରଣ ସୁଝି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଋଣ ଟଙ୍କା ସୁଝି ନପାରି ଚାଷୀ ଆତ୍ମହତ୍ୟା
ଋଣ ଟଙ୍କା ସୁଝି ନପାରି ଚାଷୀ ଆତ୍ମହତ୍ୟା
author img

By

Published : Aug 2, 2020, 6:01 PM IST

ଭଦ୍ରକ: ଋଣ ଟଙ୍କା ସୁଝି ନପାରି ଚାଷୀ ଆତ୍ମହତ୍ୟା। ଭଦ୍ରକ ବ୍ଲକ ରାଜୁଆଳି ବିନ୍ଧା ଗ୍ରାମରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ଏକାଧିକ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ନେଇଥିଲେ ଏବଂ ରଣ ସୁଝି ନପାରି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଋଣ ଟଙ୍କା ସୁଝି ନପାରି ଚାଷୀ ଆତ୍ମହତ୍ୟା

ସୂଚନା ଆନୁଯାୟୀ ଭଦ୍ରକ ବ୍ଲକ ଅନ୍ତର୍ଗତ ରାଜୁଆଳି ବିନ୍ଧା ଗ୍ରାମରେ ଚାଷୀ ମହେନ୍ଦ୍ର ଦାସ ଗ୍ରୁପ ଋଣ ସୁଝିବା ପାଇଁ ଫାଇନାନ୍ସ କମ୍ପାନୀ ବାଧ୍ୟ କରିବାରୁ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହେନ୍ଦ୍ରଙ୍କ ପରିବାର କହିଛନ୍ତି ଯେ, ସେ 4 ଟି ଘରୋଇ ଅର୍ଥ ଲଗାଣ କାରୀ ସଂସ୍ଥା ରୁ 50 ହଜାର ଟଙ୍କା ଋଣ ନେଇଥିଲେ। ତେବେ କୋରୋନା ପାଇଁ ଜାରି ହୋଇ ଥିବା ଲକଡାଉନ ଓ ସଟ ଡାଉନ ଯୋଗୁଁ କାମ ଧନ୍ଦା ବନ୍ଦ ରହିଛି।

ବାହାର ରାଜ୍ୟରେ ଥିବା ପୁଅ କୋରୋନା ମହାମାରୀ ଯୋଗୁଁ ପୁଅ ବାହାରୁ ଆସି ଘରେ ରହିଛି। ଏପରି ସ୍ଥଳେ ଋଣ ଟଙ୍କା ପାଇଁ ଘରୋଇ କମ୍ପାନୀର ଜୁଲମ ଶିକାର ହୋଇଥିଲେ । ତେଣୁ ଋଣ ଟଙ୍କା ଦେଇ ପାରୁ ନଥିବାରୁ ମହେନ୍ଦ୍ର ମାନସିକ ଚାପରେ ଥିଲେ। ଶେଷରେ ଆତ୍ମହତ୍ୟା କରିଥିବା ପରିବାର ଓ ଗ୍ରାମବାସୀ କହିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.