ETV Bharat / state

ଧାନ ବିକ୍ରି ନ କରି ପାରି ପୁଣି ରାସ୍ତାରେ ଚାଷୀ - farmer blocked road

ଭଦ୍ରକ ଜିଲ୍ଲା ଗଣିଜାଙ୍ଗ ସମବାୟ ସମିତିର ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ରାସ୍ତାରେ ଧାନମଣ୍ଡି ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

ପୁଣି ରାସ୍ତାରେ ଚାଷୀ
ପୁଣି ରାସ୍ତାରେ ଚାଷୀ
author img

By

Published : Mar 11, 2021, 9:57 AM IST

ଭଦ୍ରକ: ଟୋକନ ମିଳିଛି । ଟୋକନରେ ଧାନ ଦେବାର ତାରିଖ ମଧ୍ୟ ରହିଛି । କିନ୍ତୁ ଧାମ ନେଉନାହିଁ ସମବାୟ ସମିତି । ଏହାରି ଭିତରେ ହନ୍ତସନ୍ତ ହେଉଛନ୍ତି ଚାଷୀ । ଧାନ ବକ୍ରି କରି ଦୁଇ ପଇସା ରୋଜଗାର କରିବାକୁ ଦେଖିଥିବା ସ୍ବପ୍ନ ଅଧାରେ ରହିଛି । ଏପରି ସମସ୍ୟା ଦେଖା ଦେଇଛି ଭଦ୍ରକ ଜିଲ୍ଲା ଗଣିଜାଙ୍ଗ ସେବା ସମବାୟ ସମିତିରେ ।

ପୁଣି ରାସ୍ତାରେ ଚାଷୀ

ଚାଷୀଙ୍କ କହିବା କଥା ଟୋକନ ମିଳିଥିଲେ ମଧ୍ୟ ଧାନ କିଣାରେ ବିଳମ୍ବ ହେଉଛି। ଦଲାଲଙ୍କୁ ପ୍ରସୟ ଦେଇ ସମବାୟ ସମିତି ସେମାନଙ୍କ ଠାରୁ ଧାନ କିଣୁଛନ୍ତି ହେଲେ ପ୍ରକୃତ ଚାଷୀ ଧାନ ବିକ୍ରି କରି ପାରୁ ନାହାନ୍ତି। କଟନି ଛଟନିର ମଧ୍ୟ ସମସ୍ୟା ଲାଗି ରହିଛି।

ଏହିପରି ସମସ୍ୟାକୁ ନେଇ ଚାଷୀମାନେ ରାସ୍ତାରେ ଧାନ ଢାଳି ପ୍ରତିବାଦ କରିଛନ୍ତି। ତେବେ ଧାନଗୁଡିକ ମଣ୍ଡିରେ ପଡି ରହି ମାନ କମିବା ସହିତ ଗାଈଗୋରୁ ଖାଇଦେଉଥିବା ଅଭିଯୋଗ ମଧ୍ୟ ହୋଇଛି। ଧାନ ବିକ୍ରି ନେଇ ଏହିପରି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି ଚାଷୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.