ETV Bharat / state

ନଦୀ ସଂଯୋଗୀକରଣ, କେନାଲ ସମ୍ପ୍ରସାରଣ ଦାବିରେ ଅହୋରାତ୍ର ଗଣଧାରଣା - ଅହୋରାତ୍ର ଗଣଧାରଣା

ଭଦ୍ରକରେ ବିଭିନ୍ନ ସମସ୍ୟାକୁ ନେଇ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଅହୋରାତ୍ର ଗଣଧାରଣା ଦିଆାଯାଇଛି । ଅଧିକ ପଢନ୍ତୁ...

ନଦୀ ସଂଯୋଗୀକରଣ, କେନାଲ ସମ୍ପ୍ରସାରଣ ଦାବିରେ ଅହୋରାତ୍ର ଗଣଧାରଣା

author img

By

Published : Oct 4, 2021, 10:05 PM IST

ଭଦ୍ରକ: ଜିଲ୍ଲା ଦେଇ ପ୍ରବାହିତ ମନ୍ତେଇ ନଦୀ ପାଣିକୁ ଲୁଣାମୁକ୍ତ କରିବା ସହିତ କୁଣ୍ଡି ନଦୀକୁ ସାଳନ୍ଦି ନଦୀ ସହିତ ସଂଯୋଗୀକରଣ ଓ ଦଶମୌଜା କେନାଲକୁ କାନପୁର ପର୍ଯ୍ୟନ୍ତ ଖନନ ଦାବିରେ ହୋଇଛି ଗଣଧାରଣା । ତେବେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଜିଲ୍ଲାର ତିହିଡି ବ୍ଲକ କମାରିଆଠାରେ ଏହି ଧାରଣା ଦିଆଯାଇଛି ।

ନଦୀ ସଂଯୋଗୀକରଣ, କେନାଲ ସମ୍ପ୍ରସାରଣ ଦାବିରେ ଅହୋରାତ୍ର ଗଣଧାରଣା

ମନ୍ତେଇ ନଦୀଟି 2008 ମସିହା ପର୍ଯ୍ୟନ୍ତ ଅଞ୍ଚଳର ଚାଷୀ ଭାଇଙ୍କ ପାଇଁ ଆଶୀର୍ବାଦ ଥିଲା । କିନ୍ତୁ ବର୍ତ୍ତମାନ ଏହା ପ୍ରଶାସନିକ ଅବହେଳା ଓ ଅପାରଗତା ଦୃଷ୍ଟିରୁ 2009 ମସିହାଠାରୁ ଅଭିଶାପରେ ପରିଣତ ହୋଇଛି । ମନ୍ତେଇ ନଦୀର ପାଣିକୁ ରବି ଋତୁରେ ଲୁଣାମୁକ୍ତ କରିବା, ଦଶମୌଜା କେନାଲକୁ କାନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଦାବି ନେଇ ଅଖିଳ ଭାରତ କୃଷକ ସଭା ଲଗାତର ଜନ ଆନ୍ଦୋଳନ କରି ଆସୁଛି ।

କିନ୍ତୁ ପରିତାପର ବିଷୟ, ପ୍ରଶାସନିକ ଉଦାସୀନତା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଉପରୋକ୍ତ ସମସ୍ୟାର ସମାଧାନ ହୋଇ ପାରିନାହିଁ । ଯାହାକୁ ନେଇ ସୋମବାରଠାରୁ ଚାଷୀଙ୍କ ସହଯୋଗରେ ଅହୋରାତ୍ର ଗଣଧାରଣା ଦିଆଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.