ETV Bharat / state

ମିଳିଲାନି ନ୍ୟାୟ, ପ୍ରଚଣ୍ଡ ଖରାରେ ଥାନା ଆଗରେ ପରିବାରର ଧାରଣା

author img

By

Published : May 30, 2023, 2:09 PM IST

ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ ପୋଲିସ । ନ୍ୟାୟ ଦାବିରେ ପୋଲିସ ଷ୍ଟେସନ ଆଗରେ ଧାରଣାରେ ବସିଛନ୍ତି ପରିବାର । ଅଧିକ ପଢନ୍ତୁ

family protest for justice in bhadrak
ନ୍ୟାୟ ଦାବିରେ ଥାନା ଆଗରେ ପରିବାରର ଧାରଣା

ଭଦ୍ରକ: ପୂର୍ବ ଶତ୍ରୁତାକୁକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ପକ୍ଷରୁ ଏକ ପରିବାର ଉପରେ ଆକ୍ରମଣ ହୋଇଥିଲା । ପରିବାରର ସ୍ୱାମୀ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଏକ ଗୋଷ୍ଠୀ । ଆକ୍ରମଣ ଏବଂ ପ୍ରତି ଆକ୍ରମଣକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ହୋଇଛି । ହେଲେ ପୋଲିସ ପକ୍ଷରୁ ଏନେଇ କୌଣସି ବିହୀତ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ନ୍ୟାୟ ଦାବି କରି ପରିବାର ଥାନା ଆଗରେ ଧାରଣାରେ ବସିଛନ୍ତି । ଥାନା ଆଗରେ ଧରଣା ସ୍ବାମୀ ସ୍ତ୍ରୀ ଧାରଣା ଦେଇଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଭଦ୍ରକ ଜିଲ୍ଲା ପୀରହାଟ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଭଦ୍ରକ ଜିଲ୍ଲା ପୀରହାଟ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ପରିବାର । ପିଲାକୁ କୋଳରେ ଘରି ଥାନା ଆଗରେ ନ୍ୟାୟ ଦାବି କରି ଧାରଣା ଦେଇଛନ୍ତି । ଗୋଷ୍ଠୀ ଆକ୍ରମଣ ନେଇ ଥାନାରେ ଦେଇଥିବା ଏତଲାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ । ନ୍ୟାୟ ଦାବିରେ ଥାନା ପାଚେରୀ ନିକଟରେ ଶିଶୁକୁ ଧରି ଧାରଣାରେ ବସିଛନ୍ତି । ଥାନାରେ ଦ୍ୱାରସ୍ଥ ହେବା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନ୍ଯାୟ ପାଇଁ ଗୁହାରି କରି ଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ଦର୍ଶାଇ ଶେଷରେ ଅନ୍ୟ ଉପାୟ ନପାଇ ଏପରି ପଦକ୍ଷେପ ନେଇଛନ୍ତି ପରିବାର । ନ୍ୟାୟ ନପାଇଲେ ଆତ୍ମାହୂତି ଦେବାକୁ ଚେତାବନୀ ଦେଇଛନ୍ତି । ପୀରହାଟ ଥାନା ଅଧିନ ସାହାପୁର ପଞ୍ଚାୟତ ନଳତେଇ ଗାଁର ଶ୍ରୀକାନ୍ତ ପାଢୀ ଏବଂ ତାଙ୍କ ସ୍ତ୍ରୀ ଧାରଣରେ ବସିଛନ୍ତି ।

ଏହା ବି ପଢନ୍ତୁ...Hit And Drag: ବାଇକକୁ ୪୦୦ ମିଟର ଘୋଷାଡି ନେଲା କାର, ଜଣେ ମୃତ

ଏହା ବି ପଢନ୍ତୁ...ଝିଅର ପାଠପଢା ପାଇଁ ଦାଦନ ପାଲଟି ଗଲେ ବାପା, କାମ କରିବାକୁ ଯାଇ ନିଖୋଜ

ସୂଚନା ଅନୁଯାୟୀ ଏପ୍ରିଲ ମାସ 13 ତାରିଖଠାରୁ ଅଦ୍ୟାବଧି ଥାନାରେ 4ଗୋଟି ଏତଲା ଦେଇଛନ୍ତି । ମାତ୍ର ତାଙ୍କୁ ନ୍ୟାୟ ମିଳିନାହିଁ । ଜୀବନ ପ୍ରତି ବିପଦ ଥିବାରୁ ପ୍ରାଣ ଭୟରେ ଘର ଛାଡିବାକୁ ବାଧ୍ୟ ହୋଇଥିବା କହିଛନ୍ତି ପୀଡିତ । ନ୍ଯାୟ ପାଇଁ ଥାନା ସମ୍ମୁଖରେ ଧାରଣରେ ବସିବା ଲାଗି ପୀରହାଟ ପୋଲିସକୁ ଅବଗତ କରାଇବା ପରେ ଥାନା ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରତିଶୃତି ମିଳିଥିଲା ବୋଲି ସୂଚନା ମିଳିଛି । ହେଲେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଶେଷରେ ବାଧ୍ୟ ହୋଇ ଥାନା ସମ୍ମୁଖରେ ଧାରଣାରେ ବସି ନ୍ୟାୟ ଭିକ୍ଷା କରିଛନ୍ତି ଶ୍ରୀକାନ୍ତ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.