ETV Bharat / state

ଦୋକାନ ଘର ଉଚ୍ଛେଦକୁ ନେଇ ବିବାଦ

author img

By

Published : Feb 14, 2020, 4:14 AM IST

Updated : Feb 14, 2020, 4:31 AM IST

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗେଟ ସମ୍ମୁଖରେ ଥିବା ମୁନସିପାଲଟି ଦୋକାନ ଘର ଉଚ୍ଛେଦ ସମୟରେ ବିବାଦ । ଅଧିକ ପଢନ୍ତୁ...

ଦୋକାନ ଘର ଉଚ୍ଛେଦକୁ ନେଇ ବିବାଦ
ଦୋକାନ ଘର ଉଚ୍ଛେଦକୁ ନେଇ ବିବାଦ

ଭଦ୍ରକ: ଦୋକାନ ଘର ଉଚ୍ଛେଦ ସମୟରେ ବିବାଦ । ଶେଷରେ ହଟ୍ଟହଟ୍ଟା ହୋଇ ଫେରିଲା ପ୍ରଶାସନ । ଏହିପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗେଟ ସମ୍ମୁଖରେ ଥିବା ମୁନସିପାଲଟି ଦୋକାନ ଘର ଉଚ୍ଛେଦ ସମୟରେ ।

ଦୋକାନ ଘର ଉଚ୍ଛେଦକୁ ନେଇ ବିବାଦ

ଖବର ଅନୁଯାୟୀ , ଦୀର୍ଘ ବର୍ଷ ଧରି ଭଦ୍ରକ ପୌରପାଳିକା ନିକଟରୁ ଦୋକାନ ଗୃହ ଭଡା ସୂତ୍ରରେ ନେଇ ବ୍ୟବସାୟ କରି ଆସୁଛନ୍ତି କିଛି ବ୍ୟବସାୟ । ହେଲେ ଏହାର ପାର୍ଶ୍ବବର୍ତ୍ତୀ ସ୍ଥାନରେ କିଛି ଲୋକ ଜବରରଦଖଲ କରି ଦୋକାନ କରିଥିବା ଜଣାପଡିଛି । ଫଳରେ ମେଡିକାଲକୁ ଯାତାୟତ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଛି ।

ପୋଲିସ ଓ ପ୍ରଶାସନ ଏହି ଜବରଦଖଲ ହଟାଇବା ପାଇଁ ଉଚ୍ଛେଦ ଆଦେଶ ଓ ଜେସିବି ମେସିନ ଧରି ଆସିଥିଲେ । ହେଲେ ଉପଯୁକ୍ତ କାଗଜପତ୍ର ଦେଖାଇ ନପାରିବାରୁ ଶେଷରେ ହଟ୍ଟହଟ୍ଟା ହୋଇ ଫେରିବାକୁ ପଡିଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Feb 14, 2020, 4:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.