ETV Bharat / state

କନିଷ୍ଠ ଯନ୍ତ୍ରୀଙ୍କୁ ମାଡ ଘଟଣାରେ କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ - ଧାମନଗର ବିଧାୟକଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ

କନିଷ୍ଠ ଯନ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣରେ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତିଙ୍କ ଗିରଫ କରିବା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲମ ଛାଡ ଆନ୍ଦୋଳନ । ଅଧିକ ପଢନ୍ତୁ

କନିଷ୍ଠ ଯନ୍ତ୍ରୀଙ୍କୁ ମାଡ ମାରିବା ଘଟଣା
କନିଷ୍ଠ ଯନ୍ତ୍ରୀଙ୍କୁ ମାଡ ମାରିବା ଘଟଣା
author img

By

Published : Jun 1, 2023, 1:56 PM IST

କନିଷ୍ଠ ଯନ୍ତ୍ରୀଙ୍କୁ ମାଡ ମାରିବା ଘଟଣା

ଭଦ୍ରକ: ଧାମନଗର ବିଧାୟକଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ ମାରିବା ଘଟଣା । ଅଭିଯୁକ୍ତକୁ ଗିରଫ ଦାବିରେ କଲମ ଛାଡ ଆନ୍ଦୋଳନ କରିଛନ୍ତି ଧାମନଗର ବ୍ଲକର କାର୍ଯ୍ୟରତ କର୍ମଚାରୀ । ଭଦ୍ରକ ଧାମନଗର ବ୍ଲକ ଦୋବଲ ପଞ୍ଚାୟତରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ନରେନ୍ଦ୍ର ମଲିକଙ୍କୁ ବିଧାୟକଙ୍କ ଉପସ୍ଥିତିରେ ସରପଞ୍ଚ ଓ ସମିତିସଭ୍ୟ ପ୍ରତିନିଧି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ହେଲେ ଏହି ଘଟଣା ଆଜକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରିନଥିବା ଜଣାପଡିଛି । ଯାହାକୁ ନେଇ ଧାମନଗରରେ ରାଜନୀତି ଜୋର ଧରିଛି । ସେପଟେ ବ୍ଲକ କାର୍ଯ୍ୟାଳୟକୁ କାର୍ଯ୍ୟ ନିମନ୍ତେ ଆସୁଥିବା ସାଧାରଣ ଲୋକେ ହଇରାଣ ହେଉଛନ୍ତି ।

ସୂଚନା ମୁତାବକ, ଯନ୍ତ୍ରୀଙ୍କୁ ବେଆଇନ ବିଲ୍ କରିବାକୁ ବାଧ୍ୟ କରିଥିଲେ ସରପଞ୍ଚ ଓ ସମିତି ସଭ୍ୟାଙ୍କ ପ୍ରତିନିଧି । ବିଲ୍ କରିବାକୁ ମନା କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ ସରପଞ୍ଚ ଓ ସମିତି ସଭ୍ୟାଙ୍କ ସ୍ବାମୀ । ଏପରିକି ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏହି ଘଟଣା ନେଇ କନିଷ୍ଠଯନ୍ତ୍ରୀ ନରେନ୍ଦ୍ର ମଲ୍ଲିକ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ଆଜିକୁ ୫ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ଏନେଇ ଧାମନଗର ବ୍ଲକର ସମସ୍ତ କର୍ମୀ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବ୍ଲକ ଆଗରେ କଲମ ଛାଡ ଆନ୍ଦୋଳନ କରିଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି ।

ଏନେଇ ଧାମନଗର ବ୍ଲକର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ ନାୟକ କହିଛନ୍ତି ଯେ, "ଗତ ୨୬ ତାରିଖ ଦିନ ଧାମନଗର ବିଧାୟକ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ମଲ୍ଲିକଙ୍କୁ ଆଇକୁ ଡାକିଥିଲେ । ବିଧାୟକ ସେଠାରେ ତାଙ୍କୁ ବେଆଇନ ବିଲ୍ କରିବାକୁ ବାଧ୍ୟ କରିଥିଲେ । ସେଥିରେ କନିଷ୍ଠ ଯନ୍ତ୍ରୀ ମନା କରିବାରୁ ତାଙ୍କୁ ଉପସ୍ଥିତି ଥିବା ଦୋବଲ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟାଙ୍କ ସ୍ବାମୀ ମରଣାନ୍ତକ ଭାବରେ ଆକ୍ରମଣ କରିଥିଲେ । ଏନେଇ ବେଆଇନ ବିଲ୍ କରିବାକୁ ବାଧ୍ୟ କରିଥିଲେ । ହେଲେ ଆଜିକୁ ୫ଦିନ ବିତିଯିବା ସତ୍ତ୍ବେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ । ସେଥିପାଇଁ ଧାମନଗର ବ୍ଲକର ସମସ୍ତ କର୍ମୀ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବ୍ଲକ ଆଗରେ କଲମ ଛାଡ ଆନ୍ଦୋଳନ କରିଛୁ । ଯେଉଁ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ" ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.