ETV Bharat / state

ବାତ୍ୟା ପୂର୍ବରୁ ଭଦ୍ରକରେ ସମୀକ୍ଷା ବୈଠକ

କିଛି ଘଣ୍ଟା ପରେ ବାତ୍ୟା ଫନି ଉପକୁଳ ଛୁଇଁବାକୁ ଥିବା ବେଳେ ଏନେଇଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ଜରୁରୀ କାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

author img

By

Published : May 1, 2019, 3:06 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଭଦ୍ରକ

ଭଦ୍ରକ: କିଛି ଘଣ୍ଟା ପରେ ବାତ୍ୟା ଫନି ଉପକୂଳ ଛୁଇଁବାକୁ ଥିବା ବେଳେ ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ଜରୁରୀ କାଳୀନ ସମୀକ୍ଷା ବୈଠକ ହୋଇଛି ।ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜରୁରୀ କାଳୀନ ବୈଠକରେ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭଦ୍ରକ

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଫନି ପ୍ରଭାବରେ ଧନ ଜୀବନ କ୍ଷତି ହେବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଏଥିସହ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଛି । ଫନି ପ୍ରଭାବରେ ଯଦି ଅଧିକ ବର୍ଷା ଏବଂ ପବନ ହୋଇ ବନ୍ୟା ପରିସ୍ଥିତି, ଜଳ ନିଷ୍କାସନ ସମସ୍ୟା ତଥା ଗଛ ପଡି ଗମନାଗମନରେ ବାଧା ସୃଷ୍ଟି ହେଲେ ସେ ନେଇ ଜରୁରୀକାଳିନ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି ବୋଲି ଜିଲ୍ଲାପାଳ କହିଛନ୍ତି । ତଅନ୍ୟପକ୍ଷରେ ମହାବାତ୍ୟାର ପ୍ରଭାବକୁ ଲକ୍ଷ୍ୟ କରି ଜନସାଧାରଣଙ୍କୁ ସଜାଗ ରହିବାକୁ ସୂଚନା ଦିଆଯିବା ସହିତ ଆବଶ୍ୟକ ହେଲେ ସମୁଦ୍ର କୂଳିଆ ଲୋକ ମାନଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.