ETV Bharat / state

ବନ୍ତ ଅଞ୍ଚଳରେ ଦନ୍ତାହାତୀ ଆତଙ୍କ, ଭୟରେ ସ୍ଥାନୀୟ ବାସିନ୍ଦା

ଭଦ୍ରକ ବନ୍ତ ବ୍ଳକ ଗଣିଜାଙ୍ଗ ପଞ୍ଚାୟତ ବଗଦା ଶାସନ ଅଞ୍ଚଳରେ ଦନ୍ତାହାତୀ ଆତଙ୍କ । ଏନେଇ ଭୟଭୀତ ଲୋକେ । ଅଧିକ ପଢନ୍ତୁ...

ବନ୍ତ ଅଞ୍ଚଳରେ ଦନ୍ତାହାତୀ ଆତଙ୍କ, ଭୟରେ ଲୋକେ
ବନ୍ତ ଅଞ୍ଚଳରେ ଦନ୍ତାହାତୀ ଆତଙ୍କ, ଭୟରେ ଲୋକେ
author img

By

Published : Jun 22, 2021, 2:02 PM IST

ଭଦ୍ରକ: ବନ୍ତ ବ୍ଳକ ଗଣିଜାଙ୍ଗ ପଞ୍ଚାୟତ ବଗଦା ଶାସନ ଅଞ୍ଚଳରେ ଦନ୍ତାହାତୀ ଆତଙ୍କ । ଏନେଇ ଭୟଭୀତ ଲୋକେ । ଖବର ଅନୁଯାୟୀ, ନିକଟସ୍ଥ ହଦଗଡ଼ ଜଙ୍ଗଲରୁ ଏକ ହାତୀ ପଳାଇ ଆସି ବିଭିନ୍ନ ଫସଲ ଖାଇବା ସହ ସେସବୁ ଦଳି ମକଚି ନଷ୍ଟ କରୁଛି । ଏନେଇ ଭୟରେ ଲୋକେ ବାହାରକୁ ବାହାରୁ ନାହାନ୍ତି । ଏଥି ଯୋଗୁ ସ୍ଥାନୀୟ ଅଞ୍ଚଳରେ ବନ ବିଭାଗ ଓ ପୁଲିସ ପକ୍ଷରୁ ସ୍ଵତନ୍ତ୍ର ସ୍କାର୍ଡ ମୁତୟନ କରାଯାଇଛି ।

ବନ୍ତ ଅଞ୍ଚଳରେ ଦନ୍ତାହାତୀ ଆତଙ୍କ, ଭୟରେ ଲୋକେ

ଅଦ୍ୟାବଧି ହାତୀ କୌଣସି ଘର ଭାଙ୍ଗି ନଥିବାବେଳେ କାହାର ଜୀବନ ହାନି ହୋଇନଥିବା ଜଣାପଡିଛି । ଏଥିସହ ହାତୀ ଆସିବା ଖବର ବନ ବିଭାଗ ତରଫରୁ ପାଇବା କ୍ଷଣି ବିଦ୍ୟୁତ ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମ ଗୁଡିକରେ ବିଦ୍ୟୁତ ସଂଯୋଗ ଛିନ୍ନ କରାଯାଇଥିବା ମଧ୍ୟ ଜଣାପଡିଛି।

ଏପଟେ ହାତୀ ଉପଦ୍ରବ ଯୋଗୁଁ ଯଦି କୌଣସି କ୍ଷୟକ୍ଷତି ଘଟେ, ତାହେଲେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏନେଇ ଜିଲ୍ଲା ପ୍ରଶାସନ କି ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରି ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.