ETV Bharat / state

Dhamnagar Bypoll: ଆଜିଠୁ ବିଧିବଦ୍ଧ ପ୍ରଚାର ଆରମ୍ଭ, ସରଗରମ ରାଜ୍ୟ ରାଜନୀତି

author img

By

Published : Oct 18, 2022, 10:28 PM IST

କମ୍ପୁଛି ଧାମନଗର ବିଧାନସଭା ମଣ୍ଡଳୀ । ବାଜିମାତ ପାଇଁ ଜୋରସୋରରେ ଚାଲିଛି ନିର୍ବାଚନୀ ପ୍ରଚାର । ଏହି ଉପନିର୍ବାଚନକୁ ବିଜେଡ଼ି ଏକପାଖିଆ ନିର୍ବାଚନ କହୁଥିବା ବେଳେ ଧାମନଗରବାସୀ ସୂର୍ଯ୍ୟବଂଶୀଙ୍କୁ ନିଜ ନେତା ବାଛିଥିବା କହିଛି ବିଜେପି । ସେପଟେ ଧାମନଗର ସ୍ବାଭିମାନ ଲଢୁଥିବା ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ ମଧ୍ୟ ନିଜର ବିଜୟ ସୁନିଶ୍ଚିତ କହିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

Dhamnagar Bypoll: ଆଜିଠୁ ବିଧିବଦ୍ଧ ପ୍ରଚାର ଆରମ୍ଭ, ସରଗରମ ରାଜ୍ୟ ରାଜନୀତି
Dhamnagar Bypoll: ଆଜିଠୁ ବିଧିବଦ୍ଧ ପ୍ରଚାର ଆରମ୍ଭ, ସରଗରମ ରାଜ୍ୟ ରାଜନୀତି

ଭଦ୍ରକ: ଧାମନଗର ଉପନିର୍ବାଚନକୁ ନେଇ ରୋଚକ ସ୍ଥିତିରେ ରାଜ୍ୟ ରାଜନୀତି । ଆଜି ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ନିର୍ବାଚନୀ ପ୍ରଚାର । ପ୍ରଚାର ମୈଦାନରେ ୫ ପ୍ରାର୍ଥୀ । ବିଜେଡ଼ିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୁରଜ, କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀ ଓ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ ଓ ପବିତ୍ର ଦାସ । ବିଜେଡ଼ି, ବିଜେପିର ଷ୍ଟାର ପ୍ରଚାରକଙ୍କ ଜୋରଦାର ପ୍ରଚାର ରାଜନୀତି ମାହୋଲକୁ ସରଗରମ କରିଛି । ସେପଟେ କଂଗ୍ରେସ ପଛରେ ପଡ଼ିଥିବା ବେଳେ ଆଜିଠୁ ପ୍ରଚାର ମୈଦାନରେ ବିଜେଡ଼ି ଟିକେଟରୁ ବାଦ ପଡ଼ି ବିଦ୍ରୋହ ସୃଷ୍ଟି କରିଥିବା ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ ।

ବିଜେପି, ବିଜେଡିର ଷ୍ଟାର୍ ପ୍ରଚାରକ ମାନେ ବିଭିନ୍ନ ସ୍ଥାନରେ ସଭା ଓ ଶୋଭାଯାତ୍ରା କରି ପ୍ରଚାରକୁ ସରଗରମ କରୁଛନ୍ତି । ଏପରି ସ୍ଥଳେ କଂଗ୍ରେସ ପଛରେ ପଡିଯାଇଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଆଜିଠାରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଫଳରେ ନିର୍ବାଚନୀ ବାତାବରଣ ଅତ୍ୟନ୍ତ ସରଗରମ ହୋଇଉଠିଛି । ଧାମନଗର ଉପ ନିର୍ବାଚନ ପାଇଁ ବିଜେଡି, ବିଜେପିର ଷ୍ଟାର ପ୍ରଚାରକ ମାନେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଫଳରେ ରାଜନୈତିକ ମାହୋଲ ସମଗ୍ର ନିର୍ବାଚନ ମଣ୍ଡଳୀରେ ସରଗରମ ହୋଇପଡିଛି । ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ଆଜି ବିଜେଡିର ଷ୍ଟାର ପ୍ରଚାରକ ତଥା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ରାଜ୍ୟସଭା ସାଂସଦ ସୁଲତା ଦେଓ, ମୁନା ଖାଁଙ୍କ ସମେତ ବହୁ ହେଭିୱେଟ ବିଜେଡି ନେତା ମାନେ ଆଜି ଧାମନଗରର ବିଭିନ୍ନ ପଞ୍ଚାୟତରେ ରୋଡ଼ ଶୋ' ଓ ଶୋଭାଯାତ୍ରା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ଗୁରୁତ୍ବ ଦେଉଥିବା ଓ ମହିଳାଙ୍କ ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ଏନେଇ ବିଜେଡି ଷ୍ଟାର ପ୍ରଚାରକ ପ୍ରୀତି ରଞ୍ଜନ ଘଡ଼ାଇ କହିଛନ୍ତି, "ଏହି ଉପ ନିର୍ବାଚନରେ ବିଜେଡି ପ୍ରାର୍ଥିନୀଙ୍କ ପ୍ରତି ଜନ ସମର୍ଥନ ବଢ଼ି ବଢ଼ି ଚାଲୁଥିବା ବିଜେଡି ଷ୍ଟାର ପ୍ରଚାରକ ମାନେ କହିବା ସହିତ ଏହା ଏକ ପାଖିଆ ନିର୍ବାଚନ ହେବ ।" ସେହିପରି ବିଜେଡିର ଅନେକ ହେଭିୱେଟ ନେତା ଧାମନଗର ଵିଜ୍ଞାପିତ ଅଞ୍ଚଳ ପରିଷଦ ଓ ବିଭିନ୍ନ ପଞ୍ଚାୟତକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଛନ୍ତି । ଏପରି ସ୍ଥଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ନିଜ ପଞ୍ଚାୟତରୁ ପ୍ରଚାର ଆରମ୍ଭ କରି ଭିନ୍ନ ଏକ ଚ୍ୟାଲେଞ୍ଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସୃଷ୍ଟି କରିଛନ୍ତି ।

ସେହିପରି ଭାବେ ବିଜେପି ମଧ୍ୟ ଏହି ନିର୍ବାଚନକୁ ନିଜର ସମ୍ମାନ ଭାବେ ଗ୍ରହଣ କରି ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ତାଙ୍କ ଟିମ ଭଦ୍ରକ ରେ ରହି ରଣକୌଶଳ ଚଳାଇଥିବା ବେଳେ ଷ୍ଟାର ପ୍ରଚାରକ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଗୌତମ ରାୟ ପ୍ରମୁଖଙ୍କ ସହିତ ବହୁ ବରିଷ୍ଠ ବିଜେପି ନେତା ମାନେ ବିଭିନ୍ନ ସ୍ଥାନରେ ସଭା, କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବକୁ ଜୋରଦାର କରିଛନ୍ତି । ଏପରିସ୍ଥଳେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ଭୋଟର ମାନଙ୍କୁ ଭେଟି ନିର୍ବାଚନ ପ୍ରଚାର ଚଳାଇଛନ୍ତି ।

ବିଜେପି, ବିଜେଡି ଷ୍ଟାର ଯୁଦ୍ଧ ମଧ୍ୟରେ କଂଗ୍ରେସ ବହୁ ପଛରେ ପଡିଯାଇଛି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ କୌଣସି ଷ୍ଟାର ପ୍ରଚାରକ ନିର୍ବାଚନ ମୈଦାନକୁ ଆସିନଥିବାରୁ କଂଗ୍ରେସ ପ୍ରାର୍ଥୀ କେବଳ ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀ ମାନଙ୍କୁ ନେଇ ବୈଠକ ଚଳାଇଛନ୍ତି । ଅନ୍ୟ ପକ୍ଷରେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଆଜି ତିହିଡି ବ୍ଲକ ଦୋଳସାହି ଠାରୁ ତାଙ୍କର ପ୍ରଚାର କାର୍ଯ୍ୟକୁ ଜୋରଦାର କରିବା ସହ ବିଭିନ୍ନ ପଞ୍ଚାୟତକୁ ଯାଇ ଭୋଟ ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି । ତିନି ପ୍ରମୁଖ ଦଳ ସହ ସ୍ଵାଧୀନ ପ୍ରାର୍ଥୀ ବିଜୟ ପାଇଁ ଅଣ୍ଟା ଭିଡିଥିବା ବେଳେ ନିଜ ପ୍ରାର୍ଥୀ ବିଜୟ ସପକ୍ଷରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଗକୁ ଆହୁରି ଷ୍ଟାର ପ୍ରଚାରକ ମାନଙ୍କ ଭିଡ଼ ଧାମନଗର ଉପ ନିର୍ବାଚନରେ ବଢିବା ସହ ପ୍ରଚାର ମଧ୍ୟ ତୀବ୍ର ହେବ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.