ETV Bharat / state

ଭଦ୍ରକରେ ସଞ୍ଜିବ ମଲ୍ଲିକଙ୍କ ରୋଡ ଶୋ - election

ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ସଞ୍ଜିବ ମଲ୍ଲିକ ଆଜି ରୋଡ ଶୋ କରିଛନ୍ତି । ଏହି ରାଲି ବାଉଦପୁର ପଞ୍ଚାୟତରୁ ବାହାରି ଓଲଙ୍ଗ ପଞ୍ଚାୟତ ଏବଂ ରାନ୍ଦିଆ ପଞ୍ଚାୟତର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Apr 17, 2019, 9:29 PM IST

ଭଦ୍ରକ: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ନେତାଙ୍କ ପ୍ରଚାର ପ୍ରସାର ସେତେ ଜୋରସୋରରେ ଦେଖିବାକୁ ମିଳୁଛି । ଗ୍ରୀଷ୍ମର ପ୍ରଚଣ୍ଡ ତାତିକୁ ବି ଖାତିର କରୁନାହାଁନ୍ତି ପ୍ରାର୍ଥୀମାନେ । ଏହି କ୍ରମରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ସଞ୍ଜିବ ମଲ୍ଲିକ ଆଜି ରୋଡ ଶୋ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏହି ରାଲି ବାଉଦପୁର ପଞ୍ଚାୟତରୁ ବାହାରି ଓଲଙ୍ଗ ପଞ୍ଚାୟତ ଏବଂ ରାନ୍ଦିଆ ପଞ୍ଚାୟତର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଏଥିସହ ଅନେକ ସ୍ଥାନରେ ପଥପ୍ରାନ୍ତ ନିର୍ବାଚନୀ ସଭା ସହ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ବିଜେଡି ସରକାର ଦୀର୍ଘ 19 ବର୍ଷ ଧରି କ୍ଷମତାସୀନ ଥିଲେ ଏବଂ ଚଳିତ ଥର ମଧ୍ୟ ରାଜ୍ୟରେ ତଥା ଭଦ୍ରକରେ ବିଜେଡି କ୍ଷମତାସୀନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଭଦ୍ରକ ଜିଲ୍ଲାର ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ। ଏହା ବ୍ୟତୀତ ବିକାଶ ତାଙ୍କର ମୁଖ୍ୟ ମୁଦ୍ଦା ହେବ ବୋଲି ସଞ୍ଜିବ ମଲ୍ଲିକ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.