ETV Bharat / state

ସମୂହ ଛୁଟିରେ ଶିକ୍ଷକ ଶିକ୍ଷୟିତ୍ରୀ, ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

author img

By ETV Bharat Odisha Team

Published : Sep 15, 2023, 10:40 AM IST

ତିହିଡି ବ୍ଲକରେ ଧାରଣା ଜାରି ରଖିଛନ୍ତି ଶିକ୍ଷକ ଏବଂ ଶିକ୍ଷୟିତ୍ରୀ । 201ଟି ପ୍ରାଥମିକ ବିଦ୍ୟାଳୟରେ ଝୁଲୁଛି ତାଲା । ଅଧିକ ପଢନ୍ତୁ

primary school teachers protest
primary school teachers protest
primary school teachers protest

ଭଦ୍ରକ: ସପ୍ତମ ଦିନରେ ପହଞ୍ଚିଲା ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଧାରଣା । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଆହ୍ଵାନରେ ତିହିଡି ବ୍ଲକର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ସମୂହ ଛୁଟିରେ ରହି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଜାରି ରଖିଛନ୍ତି । ତିହିଡି ବ୍ଲକର 201ଟି ପ୍ରାଥମିକ ବିଦ୍ୟାଳୟର 776 ଜଣ ଶିକ୍ଷକ ଶିକ୍ଷୟତ୍ରୀ ଧାରଣା ଦେଇଥିବା ବେଳେ ସ୍କୁଲରେ ଝୁଲୁଛି ତାଲା । ଫଳରେ ବାଧାପ୍ରାପ୍ତ ହୋଇଛି ଶିକ୍ଷାଦାନ ଓ ଅନ୍ଧାରକୁ ଠେଲି ହୋଇଯାଇଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ତେଣୁ ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଓପିଏସ, ଏନପିଏସ, ଏକ୍ସ କ୍ୟାଡର, ଜେଟି ପାର୍ଟ ଟାଇମ୍ ଇନଷ୍ଟ୍ରକ୍ଟର ପ୍ରମୁଖ ବର୍ଗର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ପ୍ରତିବାଦରେ ସାମିଲ ଅଛନ୍ତି । ଦାବି ପୂରଣ ପାଇଁ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ବାରମ୍ବାର ପ୍ରତିବାଦ କରାଯାଉଛି ମାତ୍ର ଆଜି କାଲି କହି ସରକାର ଏହାକୁ ଟାଳି ଚାଲିଛନ୍ତି । ତେଣୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏପରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ଏବଂ ପିଲାମାନଙ୍କ ପାଠ ପଢାରେ ଯାହା କ୍ଷତି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକ ।

ଏହା ମଧ୍ୟ ପଢନ୍ତୁ-ପ୍ରାଥମିକ ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି, ଏପଟେ ଜିଦରେ ଅଟଳ ଶିକ୍ଷକ

ସୂଚନା ଅନୁଯାୟୀ, ସେପ୍ଟେମ୍ବର 8 ତାରିଖରୁ ତିନି ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଥିଲେ ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏକ ମାସ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି କହିଛନ୍ତି ଆନ୍ଦୋଳନରତ ଶିକ୍ଷକ । ଏହା ପୂର୍ବରୁ ଅଗଷ୍ଟ ମାସ 16 ତାରିଖରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏକ ମାସ ପର୍ଯ୍ୟନ୍ତ ସମୁହ ଛୁଟିରେ ରହିବାକୁ ଚିନ୍ତା କରିଥିବା ବେଳେ ସେ ସମୟରେ ଦାବି ପୂରଣ ହେବ ବୋଲି ଗଣଶିକ୍ଷା ପ୍ରତିଶୃତି ଦେଇଥିଲେ । ଯାହା ଫଳରେ ସ୍ଥଗିତ ରହିଥିଲା ଆନ୍ଦୋଳନ । ମାତ୍ର ସରକାରଙ୍କ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ତେଣୁ ପୁନର୍ବାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଚଳିତ ମାସ 8 ତାରିଖ ଠାରୁ ଆନ୍ଦୋଳନ ଜାରି ରହିଛି । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ତେଣୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । କାର୍ଯ୍ୟରେ ଯୋଗ ଦେଇନଥିବା ଶିକ୍ଷକଙ୍କ ତଥ୍ୟ ଦେବାକୁ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖି କହିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.