ETV Bharat / state

ଭଦ୍ରକରୁ ନକଲି ଜର୍ଦ୍ଦା କାରଖାନା ଠାବ, ଜଣେ ଗିରଫ

author img

By

Published : Jun 24, 2023, 11:45 AM IST

ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଧିନ ହେଲାସାହି ନିକଟରୁ ବିପୁଳ ପରିମାଣରେ ନକଲି ଜ଼ର୍ଦ୍ଦା ଓ ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

Duplicate Tobacco manufacturing factory
Duplicate Tobacco manufacturing factory
Duplicate Tobacco manufacturing factory

ଭଦ୍ରକ: ପୁଣି ନକଲି ଜର୍ଦ୍ଦା ତିଆରି କାରଖାନା ଠାବ । ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ ଏହି ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିଛି । ପୁରୁଣାବଜାର ଥାନା ଅଧିନ ହେଲାସାହି ନିକଟରୁ ବିପୁଳ ପରିମାଣରେ ନକଲି ଜ଼ର୍ଦ୍ଦା ଓ ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ସେହିପରି ଜବତ ଜର୍ଦ୍ଦାର ଆନୁମାନିକ ବଜାର ମୂଲ୍ୟ 7 ଲକ୍ଷରୁ ଅଧିକ ହେବା ନେଇ ସୂଚନା ମିଳିଛି । ଏହି ବେଆଇନ କାରବାରରେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ସେକ୍ ଇଲିଆସ୍ ବୋଲି ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ଵିବେଦୀ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ 21 ନମ୍ବର ୱାର୍ଡରେ ଦୀର୍ଘ ଦିନ ଧରି ବେଆଇନ୍ ଭାବେ ବିଭିନ୍ନ ନାମୀ ଦାମୀ କମ୍ପାନୀର ନକଲ କରି ନକଲି ଜର୍ଦ୍ଦା ପ୍ରସ୍ତୁତ କରାଯାଉଥିଲା । ପ୍ରସ୍ତୁତ କରିବା ପରେ ସେହି ନକଲି ଜର୍ଦ୍ଦା ଗୁଡିକ ଅତ୍ୟନ୍ତ ଚତୁରତାର ସହ ବାହାରକୁ ଚୋରା ଚାଲାଣ କରାଯାଉଥିଲା । ଏହା କରି ନକଲି ଜର୍ଦ୍ଦା ମାଫିଆମାନେ କୋଟି କୋଟି ଟଙ୍କା ଉପାର୍ଜନ କରୁଥିଲେ । ଏନେଇ ବହୁ ସମୟରେ ପୋଲିସ ନିକଟରେ ଅଭିଯୋଗ ହେଉଥିଲା । ଶେଷରେ ପୋଲିସ ପକ୍ଷରୁ ଚଢାଉ କରାଯିବା ସମୟରେ ନକଲି ଜର୍ଦ୍ଦା ମାଫିଆ ଚତୁରତାର ସହ ଖସି ପଳାଇ ଯିବା ପାଇଁ ସକ୍ଷମ ହେଉଥିଲେ । ଏଥିସହ ସେମାନଙ୍କ ନକଲି ଜର୍ଦ୍ଦା ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ତଥା ଯନ୍ତ୍ରାଂଶ ଗୁଡିକର ଟେର ପୋଲିସ ପାଇପାରୁ ନଥିଲା ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ରଥଯାତ୍ରା ମଉକାରେ ଗଞ୍ଜେଇ ଚାଲାଣ, ଧଉଳି ପାଖରୁ ଧରାପଡିଲେ ୩ଜଣ

ହେଲେ ଏଠାରେ ଦୀର୍ଘଦିନ ହେବ ନକଲି ତିଆରି ହୋଇ ଭଦ୍ରକ ସମେତ ବାହାର ଜିଲ୍ଲାକୁ ଯାଉଥିଲା । ଏନେଇ ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁରୁଣା ବଜାର ଥାନା ଅନ୍ତର୍ଗତ ହେଲାସାହିର ଦୁଇଟି ପୃଥକ ପୃଥକ ସ୍ଥାନରେ ଦୁଇଟି ସ୍ଵତନ୍ତ୍ର ପୋଲିସ ସ୍କ୍ୱାର୍ଡ ଗଠନ କରି ଅଚାନକ ଭାବରେ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ପୋଲିସ ଏହି ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିଥିଲା । ହେଲେ ସେଠାରୁ ଦୁଇ ଜଣ ଖସି ପଳେଇ ଥିବାବେଳେ ଜଣଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା । ଏଥିସହ ଜର୍ଦ୍ଦା କରାଖାନାରର ତଦନ୍ତ କରିଥିଲା ପୋଲିସ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.