ETV Bharat / state

ବାସୁଦେବପୁରରେ ନକଲି ଟଙ୍କା କାରବାର, ଦୁଇ ଗିରଫ - ବାସୁଦେବପୁରରେ ନକଲି ଟଙ୍କା

ଭଦ୍ରକ ଜିଲ୍ଲା ବାସୁଦେବପୁର ବାସୁଦେବପୁର ଅଞ୍ଚଳରୁ ନକଲି ଟଙ୍କା ସହ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ନିକଟରୁ କାର ସହ 412 ଖଣ୍ଡ ନକଲି ଶହେ ଟଙ୍କିଆ ନୋଟ ଓ ନଗଦ 70 ହଜାର ଟଙ୍କା ଜବତ ହୋଇଛି । ଅଧିକ ପଢ଼ନ୍ତୁ...

ବାସୁଦେବପୁରରେ ନକଲି ଟଙ୍କା କାରବାର, ଦୁଇ ଗିରଫ

author img

By

Published : Nov 1, 2020, 5:03 PM IST

ଭଦ୍ରକ: ଜିଲ୍ଲା ନଳାଙ୍ଗ ନିକଟରୁ ନକଲି ନୋଟ ସହ ଦୁଇ ଅଭିଯୁ୍କ୍ତଙ୍କୁ ଗିରଫ କରିଛି ପୋଲିସ। ଦୁଇ ଅଭିଯୁକ୍ତ ବାସୁଦେବପୁରର ଜଣେ ଜନୈକ ବ୍ୟକ୍ତିଙ୍କୁ ଫୋନ କରି 20 ଲକ୍ଷ ନକଲି ଟଙ୍କା ବଦଳରେ ଅସଲି 10 ଲକ୍ଷ ଟଙ୍କା ଦେବାକୁ କହିଥିଲେ। ତେବେ ବ୍ୟକ୍ତି ଜଣଙ୍କ ଅଭିଯୁକ୍ତଙ୍କ କଥା ଶୁଣି ନଥିଲେ। ଏହାପରେ ଅଭିଯୁକ୍ତମାନେ ବ୍ୟକ୍ତିଙ୍କୁ ଟଙ୍କା ଦେବା ନେଇ ଧମକ ଚମକ ଦେଇଥିଲେ। ଏନେଇ ବ୍ୟକ୍ତି ଜଣକ ବାସୁଦେବପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଯୋଜନା ବଦ୍ଧ ଭାବେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସଫଳ ହୋଇଛି।

ବାସୁଦେବପୁରରେ ନକଲି ଟଙ୍କା କାରବାର, ଦୁଇ ଗିରଫ

ଦୁଇ ଅଭିଯୁକ୍ତ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ବାସିନ୍ଦା ବୋଲି ଜଣାପଡ଼ିଛି। ଦୁହେଁ ଜଣେ ବ୍ୟକ୍ତିଙ୍କୁ ଫୋନ କରି ଅସଲି ନୋଟ ବଦଳରେ ନକଲି ନୋଟ ଦେବାକୁ କହିଥିଲେ। ଏନେଇ ବାସୁଦେବପୁର ଥାନାରେ ଅଭିଯୋଗ ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିବାକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ କହିଥିଲେ। ପୋଲିସ ଯୋଜନା ମୁତାବକ ବ୍ୟକ୍ତି ଜଣକ ସେମାନଙ୍କୁ ଭଦ୍ରକ ନଳାଙ୍ଗକୁ ଆସିବା ପାଇଁ ଅଭିଯୋଗକାରୀଙ୍କୁ କହିଥିଲେ।

ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କ କଥା ମାନି ଦୁଇ ଅଭିଯୁକ୍ତ ଟଙ୍କା ନେଣଦେଣ ପାଇଁ ଏକ କାର ଯୋଗେ ଭଣ୍ଡାରୀପୋଖରୀ ରାଜପତ ନିକଟସ୍ତ ନଳାଙ୍ଗ ନିକଟରେ ପହଞ୍ଚିଥିଲେ। ବ୍ୟକ୍ତି ଜଣକ ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ତାଙ୍କୁ କାରରେ ଥିବା ନକଲି ଟଙ୍କା କାଢ଼ି ଦେଖାଇଥିଲେ। ତେବେ ପୂର୍ବରୁ ଯୋଜନା ଅନୁଯାୟୀ ବାସୁଦେବପୁର ଥାନାଧିକାରୀ ପ୍ରଦୀପ କୁମାର ମାଝୀ, ଏଏସଆଇ ଚିତ୍ତରଞ୍ଜନ ଦାସ ପ୍ରମୁଖ ସେଠାରେ ଲୁଚି ରହିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରେ ଗିରଫ କରିବାକୁ ସଫଳ ହୋଇଥିଲେ।

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରୁ କାର ସହ 412 ଖଣ୍ଡ ନକଲି ଶହେ ଟଙ୍କିଆ ନୋଟ ଓ ନଗଦ 70 ହଜାର ଟଙ୍କା ଜବତ ହୋଇଛି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ଏହି ଜାଲ ନୋଟ କାରବାର ଚେର କେଉଁ ଯାଏଁ ଲମ୍ବିଛି ତାର ଛାନଭିନ କରୁଛି ପୋଲିସ। ତଦନ୍ତ ପରେ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ରହିଛନ୍ତି ସେ ତଥ୍ୟ ପଦାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି।

ପୂର୍ବରୁ ଭଦ୍ରକ ଜିଲ୍ଲାରେ କଲି ଜର୍ଦ୍ଧା, ନକଲି ମସଲା, ନକଲି ମଦର ବ୍ୟାପକ କାରବାର ପୋଲିସର ନିଦ ହଜାଇ ଦେଇଛି। ଏବେ ନକଲି ଟଙ୍କା କାରବାର ଭଦ୍ରକ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.