ETV Bharat / state

ଆସୁଛି ବର୍ଷା, ଭଦ୍ରକ ପୌରାଞ୍ଚଳରେ ସୁଧୁରିନି ଡ୍ରେନ ସମସ୍ୟା - bhadrak municipality

ଭଦ୍ରକ ପୌରାଞ୍ଚଳରେ ବିପର୍ଯ୍ୟସ୍ତ ଜଳ ନିଷ୍କାସନ ବ୍ୟବସ୍ଥା । କାମ କରୁନି ଡ୍ରେନେଜ । ଚିନ୍ତାରେ ସହରବାସୀ । ଆଗକୁ ବର୍ଷାଦିନ ଆସୁଥିବାରୁ ପରିସ୍ଥିତି ଅଣାୟତ୍ତ ହେବା ନେଇ ଆଶଙ୍କା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Jun 13, 2019, 11:30 PM IST

ଭଦ୍ରକ: ପୌରାଞ୍ଚଳରେ ବିପର୍ଯ୍ୟସ୍ତ ଜଳ ନିଷ୍କାସନ ବ୍ୟବସ୍ଥା । କାମ କରୁନି ଡ୍ରେନେଜ । ଚିନ୍ତାରେ ସହରବାସୀ । ଆଗକୁ ବର୍ଷାଦିନ ଆସୁଥିବାରୁ ପରିସ୍ଥିତି ଅଣାୟତ୍ତ ହେବା ନେଇ ଆଶଙ୍କା । ତେବେ ପୌରପରିଷଦ ଅମୃତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ସହରର ଏପରି ପରିମଳ ଅବସ୍ଥା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

30ଟି ୱାର୍ଡକୁ ନେଇ ଗଠିତ ଭଦ୍ରକ ପୌରପରିଷଦ । ପ୍ରତ୍ୟେକ ୱାର୍ଡରେ ସମାନ ସ୍ଥିତି । ସବୁଠି ଜଳ ନିଷ୍କାସନ ସମସ୍ୟା । କେବଳ ବର୍ଷା ଋତୁ ନୁହେଁ, ଅନ୍ୟ ଋତୁରେ ଅସରାଏ ବର୍ଷା ହେଲେ ରାସ୍ତାଘାଟ ଜଳାର୍ଣ୍ଣବ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏଥିମଧ୍ୟରୁ 17ଟି ୱାର୍ଡରେ ସାମାନ୍ୟ ବର୍ଷା ହେଲେ ଘରେ ପାଣି ପଶୁଛି ।

କିଛି ସ୍ଥାନରେ ଡ୍ରେନ୍‌ ପୋତି ହୋଇଯିବା ଓ କିଛି ସ୍ଥାନରେ ଭାଙ୍ଗି ଥିବାରୁ ଏପରି ହେଉଛି । କିନ୍ତୁ ପ୍ରଶାସନ ଏଥିପ୍ରତି ଭୂକ୍ଷେପ କରୁନାହିଁ । ଚିରାଚରିତ ଢଙ୍ଗରେ ସମସ୍ୟାର ସମାଧାନ ପ୍ରତି ଧ୍ୟାନ ଦିଆଯାଉଥିବା ପ୍ରଶାସନ କହୁଛି ।

ତେବେ ଆଗକୁ ବର୍ଷା ଦିନ ଆସୁଥିବାରୁ ଏଥିପ୍ରତି ଯଦି ପୌର ପ୍ରଶାସନ ଦୃଷ୍ଟି ନଦିଏ ତେବେ ସ୍ଥିତି ସାଂଘାତିକ ହେବ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଭଦ୍ରକ ପୌରାଞ୍ଚଳରେ ବିପର୍ଯ୍ୟସ୍ଥ ଜଳ ନିଷ୍କାସନ ବ୍ୟବସ୍ଥା। ଏହି ପୌରପରିଷଦ ଟିକୁ ଅମୃତ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଛି। ହେଲେ ସହର ସାରା ଖାଲି ବିଷ। ପ୍ରାୟ ପ୍ରତ୍ୟେକ ୱାର୍ଡ଼ ରେ ଜଳ ନିଷ୍କାସନ ପାଇଁ ଉଦ୍ଦିଷ୍ଟ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ଯସ୍ତ। ଅନ୍ୟପକ୍ଷରେ ମୌସୁମୀ କେରଳ ଛୁଇଁଲାଣି। ତେଣୁ ଆଗକୁ ଲମ୍ବା ବର୍ଷା ରୁତୁ ଥିବାରୁ ଏହାକୁ ନେଇ ଚିନ୍ତାରେ ସହର ବାସି। ତେବେ ଏହି ଅମୃତ ଯୋଜନା କାହା ସ୍ବାର୍ଥରେ ବୋଲି ପ୍ରଶ୍ନ ଉଠିଛି।

Body:Vo_1: 30 ଟି ୱାର୍ଡ଼ କୁ ନେଇ ଗଠିତ ଭଦ୍ରକ ପୌରପରିଷଦ। ପ୍ରାୟ ପ୍ରତ୍ୟେକ ୱାର୍ଡ଼ ରେ ବିପର୍ଯ୍ୟସ୍ଥ ଜଳ ନିଷ୍କାସନ ବ୍ୟବସ୍ଥା । କେବଳ ବର୍ଷା ରୁତୁ ନୂହେଁ, ଅନ୍ୟ ରୁତୁ ମାନଙ୍କରେ ଅସରାଏ ବର୍ଷା ହେଲେ ରାସ୍ତାଘାଟ ଜଳାର୍ଣ୍ଣବ ହୁଏ ବୋଲି ଅଭିଯୋଗ ହୋଇଛି। ତେଣୁ ବର୍ଷା ରୁତୁ କଥା ଭାବିଲେ ଭଦ୍ରକ ପୌରାଞ୍ଚଳର ବାସିନ୍ଦା ଙ୍କ ମନରେ ଛନକା ପଶେ। 30 ଟି ୱାର୍ଡ଼ ମଧ୍ୟରୁ 17 ଟି ୱାର୍ଡ଼ରେ ସାମନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଛିଡା ହେବା ସହ ଡ୍ରେନ ପାଣି ଆସି ଘରେ ପଶେ। ଏହିପରି ସ୍ଥିତି ଉପୁଜିବାର ମୁଖ୍ୟ କାରଣ ହେଉଛି, ବିଭିନ୍ନ ସ୍ଥାନରେ ଥିବା ଡ୍ରେନ ଗୁଡିକ ପୋତି ହୋଇ ଯାଇଛି ଏବଂ ଅନେକ ସ୍ଥାନରେ ଏଗୁଡ଼ିକ ଭାଙ୍ଗି ନଷ୍ଟ ହୋଇଗଲାଣି। ଫଳରେ ଏବେ ଖରା ଦିନରେ ମଧ୍ୟ ଡ୍ରେନ ରେ ଜଳ ନିଷ୍କାସନ ହୋଇପାରୁନାହିଁ। ବର୍ଷା ଦିନରେ ଏହାର ଅବସ୍ଥା କଣ ହେବ ତାହା ସହଜେ ଅନୁମେୟ। ମୋଟାମୋଟି ଭଦ୍ରକ ପୌରାଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ଯସ୍ତ। ମୁଖ୍ୟତଃ ଜାନୁଗଞ୍ଜ, ମିର୍ଜାପୁର, ପୁରୁଣାବଜାର, ନୂଆବଜାର, ଅପରତିବିନ୍ଧା, ଏଲଖା, ନଙ୍ଗାମହଲା, ଗବସାହି, ଭିଆଇପି କଲୋନୀ, ଫ୍ରେଣ୍ଡସ କଲୋନୀ, ସନ୍ଥିଆ ଆଦି ସ୍ଥାନର ଡ୍ରେନ ରେ ବର୍ଷା ଆରମ୍ଭ ହେଲେ ଜଳ ନିଷ୍କାସନ ନେଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସୀ। Bite_1: Bite_2: Vo_2: ଘର ବୁଡି ପାଣି ଆଣ୍ଠିଏ ହେଲାଣି। ବର୍ଷା ଦିନେ ସହର ସାରା ଜଳାର୍ଣ୍ଣବ ହେବା ଭଳି ସ୍ଥିତି ଉପୁଜିଲାଣି। ଏହିପରି ବିଷମ ପରିସ୍ଥିତି ରେ ଚିରାଚରିତ ଢଙ୍ଗରେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ଆମେ ସମସ୍ତ ବନ୍ଦବୋସ୍ତ କରିଛୁ। ଏହାର ସମସ୍ୟା ପ୍ରତି ଧ୍ୟାନ ଦିଆଯାଉଛି। ଏପଟେ କିନ୍ତୁ ଖରା ଦିନ ଗଲା ପରେ ଏବେ ବର୍ଷା ସମୟରେ ପୌରପାଳିକାର କାର୍ଯ୍ୟ ନେଇ ଅନିଶ୍ଚିତତା ପ୍ରକାଶ କରିଛନ୍ତି ସହର ବାସିନ୍ଦା। ଦେଖାଯାଉ ଭଦ୍ରକ ପୌରାଞ୍ଚଳର ବାସିନ୍ଦା ଙ୍କ ପାଇଁ କଣ ପଦକ୍ଷେପ ନେଉଛି ଭଦ୍ରକ ପୌରପରିଷଦ। ତାହା ଆଗାମୀ ସମୟ ହିଁ କହିବ। Bite_3: PTC

Conclusion:ଏହିଭଳି ପରିସ୍ଥିତି କୁ ନେଇ ବାରମ୍ବାର ପୌରାଞ୍ଚଳ ବାସିନ୍ଦା ଅସେନ୍ତାଷ ବ୍ୟକ୍ତ କରୁଛନ୍ତି। ତେଣୁ ତୁରନ୍ତ ଏଥିପ୍ରତି ଯଦି କୌଣସି ପ୍ରତିକାର ବ୍ଯବସ୍ଥା କରାନଯାଏ, ତେବେ ଆଗାମୀ ଦିନରେ ଏହା ମହାବିପତ୍ତି ଦୃଷ୍ଟି କରିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.