ETV Bharat / state

ବଞ୍ଚିଥିବା ରୋଗୀର ହେବ ପୋଷ୍ଟମର୍ଟମ!

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର କରୁଣାକର ରାଉତଙ୍କ ନାଁରେ ଅଭିଯୋଗ। ଅଭିଯୋଗ ଏହା ଯେ, ଜଣେ ରୋଗୀଙ୍କ ଚିଠାରେ ପୋଷ୍ଟ ଟ୍ରୋମାଟିକ ଏପିଲେପ୍ସି ବୋଲି ଏକ ରୋଗ ହୋଇଥିବା ଲେଖି ଚିକିତ୍ସା ଆରମ୍ଭ କରିଥିଲେ।

author img

By

Published : Mar 17, 2019, 10:14 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର କରୁଣାକର ରାଉତଙ୍କ ନାଁରେ ଅଭିଯୋଗ। ଅଭିଯୋଗ ଏହା ଯେ, ଜଣେ ରୋଗୀଙ୍କ ଚିଠାରେ ପୋଷ୍ଟ ଟ୍ରୋମାଟିକ ଏପିଲେପ୍ସି ବୋଲି ଏକ ରୋଗ ହୋଇଥିବା ଲେଖି ଚିକିତ୍ସା ଆରମ୍ଭ କରିଥିଲେ। ହେଲେ ରୋଗୀଙ୍କ ପରିବାର ଲୋକେ ପୋଷ୍ଟମର୍ଟମ ପାଇଁ ଡାକ୍ତର ଲେଖିଥିବା ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ଖବର ପାଇ ମୁଖ୍ୟ ଚିକିତ୍ସାଳୟରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସୂଚନା ଅନୁଯାୟୀ ସମ୍ପୃକ୍ତ ରୋଗୀଙ୍କ ଘର ଧୁଷୁରୀ ଥାନା ଅଧୀନସ୍ଥ ଖଟୁଆପାଟଣା ଗାଁରେ। ରୋଗୀଙ୍କ ନାଁ ସୁଜିତ ଖଟୁଆ। ସୁଜିତ ଘରେ ଥିବା ବେଳେ ହଠାତ ଅଚେତ ହୋଇଥିଲେ। ଗାଁରୁ ତାଙ୍କୁ ଅଚେତ ଅବସ୍ଥାରେ ପ୍ରଥମେ ଧୁଷୁରୀ ଡାକ୍ତରଖାନା ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।

ବର୍ତ୍ତମାନ ରୋଗୀ ଜଣକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ରୋଗୀଙ୍କ ସଂପର୍କୀୟ ଭଦ୍ରକ ଟାଉନ ଥାନାରେ ଏନେଇ ଏକ ଅଭିଯୋଗ କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.