ETV Bharat / state

International Labour Day: ଭଦ୍ରକରେ ଶ୍ରମିକ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା

ଅନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୨ ଅବସରରେ ଭଦ୍ରକରେ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ(Labour Day 2022) ସମାରୋହ ପାଳିତ । ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା । ଅଧିକ ପଢ଼ନ୍ତୁ

author img

By

Published : May 1, 2022, 5:53 PM IST

Updated : May 1, 2022, 7:11 PM IST

http://10.10.50.80:6060/reg-lowres/01-May-2022/od-bha-01-may-day-visual-od10030-rtu_01052022144139_0105f_1651396299_747.mp4

ଭଦ୍ରକ: ଜିଲ୍ଲା ସଦର ମହକୁମାଠାରେ ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ(International Labour Day 2022) ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ସମାରୋହ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ଶ୍ରମ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ଏବଂ ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ ।

International Labour Day: ଭଦ୍ରକରେ ଶ୍ରମିକ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା

ଏହି ଅବସରରେ ଶିଶୁ ଶ୍ରମିକ ସମସ୍ଯା ସହିତ ଶ୍ରମିକ ମାନଙ୍କ ସ୍ୱାର୍ଥ ରକ୍ଷା ନେଇ ବିଶେଷ ଆଲୋଚନା ହୋଇଥିଲା । ଶେଷରେ ମୃତ, ଆହତ ଏବଂ ଅନ୍ୟ ଯୋଗ୍ୟ ଶ୍ରମିକ ତଥା ଶ୍ରମିକଙ୍କ ହିତାଧିକାରୀଙ୍କୁ ବୀମା ରାଶି ପ୍ରଦାନ କରାଯାଇଥିଲା । ଜିଲ୍ଲାର ବୃହତ ଶିଳ୍ପ ସଂସ୍ଥା ଫେକର ଠାରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଛି ।

ଶ୍ରମିକ ମାନଙ୍କ ସହିତ ଶ୍ରମିକ ନେତା ମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସଭା ସ୍ଥାନକୁ ଆସିଥିଲେ । ସେଠାରେ ଶ୍ରମିକ ମାନଙ୍କ ତ୍ୟାଗ ଓ ନିଷ୍ଠା ଅତୁଳନୀୟ ବୋଲି ବକ୍ତାମାନେ କହିଥିଲେ । ଏହା ବ୍ୟତୀତ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଏହି ଦିବସକୁ ପାଳନ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମରେ ଶ୍ରମିକଙ୍କ ନ୍ୟାର୍ଯ୍ୟ ସ୍ଵାର୍ଥ ରକ୍ଷା ଦିଗରେ ଆଲୋଚନା କରିଥିଲେ ବକ୍ତାମାନେ । ଦେଶର ପ୍ରଗତି ପାଇଁ ଶ୍ରମିକଙ୍କ ଅବଦାନ ଅତୁଳନୀୟ ବୋଲି କୁହାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : May 1, 2022, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.