ETV Bharat / state

ଜିଲ୍ଲାସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ, ଯୋଗଦେଲେ ଉପସଭାପତି ଦେବୀ ମିଶ୍ର

author img

By

Published : Jan 10, 2023, 10:37 PM IST

ଭଦ୍ରକରେ ବିଜେଡିର ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ପାଳିତ । ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସମେତ ଯୋଗଦେଲେ ବିଜେଡି ଉପସଭାପତି ଦେବୀ ମିଶ୍ର । ଅଧିକ ପଢ଼ନ୍ତୁ

ଭଦ୍ରକରେ ବିଜେଡିର ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ପାଳିତ

ଭଦ୍ରକ: ନେହେରୁ ଷ୍ଟାଡିୟମ ପରିସରରେ ବିଜେଡିର ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦଳର ବହୁ ନେତା ଓ କର୍ମୀ ଭଦ୍ରକ ସହରର ଚରମ୍ପା ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ସାରା ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ବିଜେଡି ଉପସଭାପତି ଦେବୀ ମିଶ୍ର ଓ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବିକାଶ ମୂଳକ କାର୍ଯ୍ୟ ଯୋଗୁଁ ରାଜ୍ୟରେ ମହିଳା, ଯୁବ, ଛାତ୍ର ତଥା ସମସ୍ତ ବର୍ଗର ଲୋକେ ବିଜେଡି ସହିତ ସାମିଲ ହୋଇଛନ୍ତି ବୋଲି ଦଳର ଛାମୁଆ ନେତାମାନେ କହିଛନ୍ତି । ବରିଷ୍ଠ ବିଜେଡି ନେତା ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି, "ରାଜ୍ୟର ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡି ଆଜି ଏକ ବିରାଟ ଦଳ ଭାବେ ଉଭା ହୋଇଛି । ଭଦ୍ରକ ସମେତ ସମଗ୍ର ରାଜ୍ୟରେ ବହୁ ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି ଓ ଆଗକୁ ମଧ୍ୟ ଏହା ଜାରି ରହିବ ।" ସେହିଭଳି ବିଭିନ୍ନ କ୍ଷେତ୍ରରେ ଲୋକମାନଙ୍କର ଉନ୍ନତି ପାଇଁ ଭଦ୍ରକରେ ବିଧାୟକ ଭାବେ ସେବା ଜାରି ରହିଛି ଓ ରହିବ ବୋଲି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁ ଓ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ଭଦ୍ରକ ଜିଲ୍ଲାର ପ୍ରାୟ ସମସ୍ତ ପଞ୍ଚାୟତ ଓ ପୌରପାଳିକାର ସମସ୍ତ ୱାର୍ଡରୁ ପ୍ରାୟ ୩୦ ହଜାର ମହିଳା, ଯୁବ ବିଜେଡି କର୍ମୀ ଓ ନେତା ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.